ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍‌ରେ ସେବା ବାତିଲ୍‌

ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ ଓ ସହଜ ଗମନାଗମ ପାଇଁ କ୍ରୁଟ୍‌ ପକ୍ଷରୁ ସ୍ବତନ୍ତ୍ର ମୋ ବସ୍‌ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି। ଜୁନ୍‌ ୨୦ରୁ ୨୧ ଏବଂ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍‌ ୨ଇ ଦେଇ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରୁ ତାଳବଣିଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରିବ। ସେହିପରି ରୁଟ୍‌ ୩ଇ, ରୁଟ୍‌ ୪ଇ, ୫୦ଇ, ୫୧ଇ, ୫୩ ସଟଲ୍‌ ବସ୍‌ ଓ ୫୪ଇ ରୁଟ୍‌ ଦେଇ ଯଥାକ୍ରମେ କାକଟପୁର ନୂଆ ବସ୍‌ଷ୍ଟାଣ୍ଡ, ଜଗତପୁର, କଟକ, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ଆଇଏସ୍‌ବିଟି, ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ପାର୍କ, କଟକ ଦେଇ ତାଳବଣିଆ ବସ୍‌ଷ୍ଟାଣ୍ଡକୁ ଯିବ। ଜୁନ୍‌ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ରୁଟ୍‌ ସଂଖ୍ୟା ୨, ୩, ୪, ୫୦, ୫୧, ୫୩ ସଟଲ୍‌ ବସ୍‌ ଏବଂ ୫୪ ଦେଇ ଯଥାକ୍ରମେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ, କାକଟପୁର ନୂଆ ବସ୍‌ଷ୍ଟାଣ୍ଡ, ଜଗତପୁର, କଟକ, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ଆଇଏସ୍‌ବିଟି, ମାଳତିପାଟପୁର ବସ୍‌ଷ୍ଟାଣ୍ଡ ଏବଂ ବିଜୁ ପଟ୍ଟନାୟକ ପାର୍କ, କଟକ ଦେଇ ପୁରୀ ବସ୍‌ଷ୍ଟାଣ୍ଡକୁ ଯିବ। ଅପରପକ୍ଷେ ରଥଯାତ୍ରା ପାଇଁ ପୁରୀରେ ଟ୍ରାଫିକ୍‌ କଟକଣା ପାଇଁ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍‌ ନଂ ୫୨ ପୁରୀ ଆନ୍ତଃ-ସହର ମୋ ବସ୍‌ ଓ ରୁଟ୍‌ ନଂ ୭ ଓ ୮ରେ ବ୍ରହ୍ମଗିରିକୁ ଚାଲୁଥିବା ସ୍ବତନ୍ତ୍ର ମୋ ବସ୍‌ ସେବା ବାତିଲ ରହିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?