Posted inଫୁରସତ

ଘିରି ଘିରି ଘୁରୁଛି ଘର

ଚକା ଚକା ଭଉଁରୀ ମାମୁଘର ଚଉଁରୀ…। ଏମିତି କହି ପିଲାଦିନେ ସମସ୍ତେ ଘିରି ଘିରି ହୋଇ ଘୁରିଥିବେ। ଆଉ ଶେଷରେ ଘୁରି ଘୁରି ମୁଣ୍ଡ ବି ବୁଲେଇଥିବ। କିନ୍ତୁ ଭାରି ମଜା ଲାଗେ ଏମିତି କରିବାକୁ। ତେବେ ଜାଣନ୍ତି କି ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଖୁସି ପାଇଁ ଏମିତି ଏକ ଘର ତିଆରି କରିଛନ୍ତି ଯାହା ଘିରି ଘିରି ହୋଇ ଘୁରି ବୁଲିଥାଏ। କଥାଟି ଅବିଶ୍ୱସନୀୟ ଲାଗିପାରେ। ଭାବୁଥିବେ ଘର ତ ସ୍ଥିର ରହେ, ସେ ଘୁରିବ ବା କେମିତି। ହେଲେ ବାସ୍ତବରେ ଜଣେ ବ୍ୟକ୍ତି ଏଭଳି ଏକ ଘର ତିଆରି କରିଛନ୍ତି। ସେହି ହେଉଛନ୍ତି ବୋସ୍‌ନିଆର ୭୨ ବର୍ଷୀୟ ଓ୍ବଜିନ କୁସିକ୍‌। କୁସିକ୍‌ଙ୍କ ପତ୍ନୀ ଜୁବିକା ଚାହୁଁଥିଲେ ଘରର ଝରକା ଦେଇ ବିଭିନ୍ନ ପ୍ରକାରର ଦୃଶ୍ୟ ଦେଖିବାକୁ। ଘରର ରିନୋଭେସନ୍‌ ବି ସେ ଚାହୁଁଥିଲେ। ଏହାକୁ ନଜରରରେ ରଖି କୁସିକ୍‌ ନିଷ୍ପତ୍ତି ନେଲେ ଘୁରିପାରୁଥିବା ଘର ତିଆରି କରିବେ। ଯଦ୍ୱାରା ପତ୍ନୀ ଜୁବିକା ଝରକା ଦେଇ କେବେ ନଦୀ, କେବେ ପାହାଡ ତ ପୁଣି କେବେ ଜଙ୍ଗଲର ଦୃଶ୍ୟ ଦେଖିପାରିବେ। ଆଉ ସେ ନିଜର ସବୁ ବୁଦ୍ଧି କୌଶଳକୁ ଖଟାଇ ତିଆରି କଲେ ଏହି ଘୂର୍ଣ୍ଣାୟମାନ ଘର। ଏଥିପାଇଁ ତାଙ୍କୁ ୬ ବର୍ଷ ସମୟ ଲାଗିଗଲା। ଘରଟି ତାର ସବୁଠାରୁ ଧୀର ଗତିରେ ବୁଲିଲେ ୨୪ ଘଣ୍ଟାରେ ଗୋଟିଏ ରାଉଣ୍ଡ ବୁଲିଥାଏ। ଆଉ ସବୁଠାରୁ ଅଧିକ ବେଗରେ ବୁଲିଲେ ମାତ୍ର ୨୨ ସେକେଣ୍ଡରେ ଏକ ରାଉଣ୍ଡ ବୁଲିଥାଏ। ଅବସର ପରେ କୁସିକ୍‌ଙ୍କ ପାଖରେ ପ୍ରଚୁର ସମୟ ସହ ଇଛାଶକ୍ତି ଓ ଜ୍ଞାନ ମଧ୍ୟ ଥିଲା। ଫଳରେ ସେ ଏକୁଟିଆ ଏହି ଘୁର୍ଣ୍ଣାୟମାନ ଘର ତିଆରି କରିପାରିଲେ। ଏହି ଘର ଭୂମିକମ୍ପ ପ୍ରତିରୋଧି ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri