ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଫୋକସ୍‌, ବଜେଟ୍‌ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୦୭: ୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ କରାଯାଇଛି। ଅନ୍ତରୀଣ ବଜେଟରେ ମନ୍ତ୍ରଣାଳୟକୁ ଦିଆଯାଇଥିବା ଆବଣ୍ଟନକୁ ବଜାୟ ରଖି କେନ୍ଦ୍ର ସରକାର ଇନୋଭେଶନ୍ସ ଫର୍‌ ଡିଫେନ୍ସ ଏକ୍ସିଲେନ୍ସ ବା ଆଇଡିଏକ୍ସ (ଏଡିଆଇଟିଆଇ) ଯୋଜନା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ଅଭିନବତା ପାଇଁ ୪୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମନ୍ତ୍ରଣାଳୟ ଷ୍ଟାର୍ଟଅପ୍‌/ଏମ୍‌ଏସ୍‌ଏମ୍‌ଇ ଏବଂ ଉଦ୍ଭାବକମାନଙ୍କ ସହିତ ଡେଫ୍‌-ଟେକ୍‌ ସମାଧାନ ବିକଶିତ କରିବା ଏବଂ ଭାରତୀୟ ସେନାକୁ ଅଭିନବ ଏବଂ ସ୍ବଦେଶୀ ବୈଷୟିକ ସମାଧାନ ଯୋଗାଇବା ପାଇଁ ଯୋଗାଯୋଗ କରୁଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମନ୍ତ୍ରଣାଳୟକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ତୁଳନାରେ ଏକ ଲକ୍ଷ କୋଟି ଟଙ୍କା (୧୮.୪୩%) ଅଧିକ ଆବଣ୍ଟନ ହୋଇଛି। ଏହା ୨୦୨୩-୨୪ ଆର୍ଥିକ ବର୍ଷର ଆବଣ୍ଟନ ତୁଳନାରେ ୪.୭୯% ଅଧିକ। ସେଥିମଧ୍ୟରୁ ୨୭.୬୬% ଭାଗ ପୁଞ୍ଜିକୁ ଯାଉଛି। ଜୀବିକା ଏବଂ ପରିଚାଳନା ପ୍ରସ୍ତୁତି ଉପରେ ରାଜସ୍ବ ଖର୍ଚ୍ଚ ପାଇଁ ୧୪.୮୨%; ବେତନ ଓ ଭତ୍ତା ପାଇଁ ୩୦.୬୬%; ପ୍ରତିରକ୍ଷା ପେନସନ ପାଇଁ ୨୨.୭୦% ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ନାଗରିକ ସଂଗଠନ ପାଇଁ ୪.୧୭% ବ୍ୟୟବରାଦ କରଯାଇଛି। ମୋଟ ଆବଣ୍ଟନ ଭାରତ ସରକାରଙ୍କ ବଜେଟ ଆକଳନର ପ୍ରାୟ ୧୨.୯%। ପ୍ରତିରକ୍ଷା ଜ୍ଞାନକୌଶଳ ଏବଂ ଉତ୍ପାଦନ କ୍ଷେତ୍ରରେ ‘ଆତ୍ମନିର୍ଭରତା’କୁ ପ୍ରୋତ୍ସାହିତ କରିବା ଏବଂ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର/ପ୍ଲାଟଫର୍ମରେ ସଜ୍ଜିତ କରିବା ସହିତ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଆବଣ୍ଟନର ଉଦ୍ଦେଶ୍ୟ।

ସୁଦୃଢ଼ ହେବ ସୀମା ଭିତ୍ତିଭୂମି
ରଣନୈତିକ ଦୃଷ୍ଟିରୁ ସୀମାବର୍ତ୍ତୀ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ନିୟୋଜିତ ଏଜେନ୍ସିଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇବାକୁ କେନ୍ଦ୍ର ସରକାର ବଜେଟ୍‌ରେ ଗୁରୁତ୍ୱ ଦେଇଛନ୍ତି। ଅଧିକ ଆବଣ୍ଟନ ମାଧ୍ୟମରେ ସୀମା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସରେ ସୀମା ସଡ଼କ ସଂଗଠନ (ବିଆରଓ)କୁ ବଜେଟ ଆବଣ୍ଟନ ୬,୫୦୦ କୋଟି ଟଙ୍କା କରାଯାଇଛି, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୩୦% ଅଧିକ। ଆବଣ୍ଟିତ ବଜେଟ୍‌ ସୀମା ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ୧୩,୭୦୦ ଫୁଟ ଉଚ୍ଚତାରେ ଲଦାଖର ନ୍ୟୁମା ଏୟାରଫିଲ୍ଡର ବିକାଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତର ଦକ୍ଷିଣତମ ପଞ୍ଚାୟତକୁ ସ୍ଥାୟୀ ସେତୁ ସଂଯୋଗ, ହିମାଚଳ ପ୍ରଦେଶର ୪.୧ କିଲୋମିଟର ଶିଙ୍କୁ ଲା ଟନେଲ, ଅରୁଣାଚଳ ପ୍ରଦେଶର ନେଚିଫୁ ଟନେଲ ଏବଂ ଅନ୍ୟାନ୍ୟ ପ୍ରକଳ୍ପକୁ ଏହି ଆବଣ୍ଟନରୁ ପାଣ୍ଠି ଯୋଗାଇ ଦିଆଯିବ।

ଅପରେଶନ ପ୍ରସ୍ତୁତି ପାଇଁ ବର୍ଦ୍ଧିତ ଆବଣ୍ଟନ
ଅପରେଶନ ପ୍ରସ୍ତୁତି ପାଇଁ ଲଗାତର ଅଧିକ ଆବଣ୍ଟନ ସଶସ୍ତ୍ର ବାହିନୀର ମନୋବଳ ବଢ଼ାଇଥାଏ। ସେମାନଙ୍କୁ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯୨,୦୮୮ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଆବଣ୍ଟନ ତୁଳନାରେ ୪୮% ଅଧିକ। ବିମାନ ଏବଂ ଜାହାଜ ସମେତ ସମସ୍ତ ପ୍ଲାଟଫର୍ମକୁ ସର୍ବୋତ୍ତମ ରକ୍ଷଣାବେକ୍ଷଣ ସୁବିଧା ଏବଂ ସହାୟତା ଯୋଗାଇବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ଗୋଳାବାରୁଦ କିଣିବାରେ ସୁବିଧା ହେବ।

ଭାରତୀୟ ତଟରକ୍ଷୀ ବାହିନୀର ସାମର୍ଥ୍ୟ ବୃଦ୍ଧି
ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)କୁ ୭,୬୫୧.୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷର ଆବଣ୍ଟନ ତୁଳନାରେ ୬.୩୧% ଅଧିକ। ସେଥିମଧ୍ୟରୁ ୩୫୦୦ କୋଟି ଟଙ୍କା କେବଳ ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ, ଯାହାଦ୍ୱାରା ହଠାତ୍‌ ସୃଷ୍ଟି ହେଉଥିବା ସାମୁଦ୍ରିକ ଆହ୍ବାନର ମୁକାବିଲା କରିବ। ଏହାସହ ଅନ୍ୟ ଦେଶକୁ ମାନବିକ ସହାୟତା ଯୋଗାଇବା ପାଇଁ ଆଇସିଜିର ଅସ୍ତ୍ରଶସ୍ତ୍ରକୁ ସମୃଦ୍ଧ କରିବ।

ସଶସ୍ତ୍ର ବାହିନୀର ହେବ ଆଧୁନିକୀକରଣ
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ପୁଞ୍ଜି ହେଡ୍‌ ଅଧୀନରେ ବଜେଟ ଆବଣ୍ଟନ ୧.୭୨ ଲକ୍ଷ କୋଟି ଟଙ୍କା, ଯାହ କି ୨୦୨୨-୨୩ ଆର୍ଥିକ ବର୍ଷର ବାସ୍ତବ ବ୍ୟୟ ତୁଳନାରେ ୨୦.୩୩% ଅଧିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ସଂଶୋଧିତ ଆବଣ୍ଟନଠାରୁ ୯.୪୦% ଅଧିକ। ବର୍ଦ୍ଧିତ ବଜେଟ ଆବଣ୍ଟନ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ, ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର, ଲଢୁଆ ବିମାନ, ଜାହାଜ, ବୁଡ଼ାଜାହାଜ, ପ୍ଲାଟଫର୍ମ, ମାନବବିହୀନ ଆକାଶଯାନ, ଡ୍ରୋନ, ବିଶେଷଜ୍ଞ ଯାନ ଇତ୍ୟାଦିରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ପୁଞ୍ଜି ଅଧିଗ୍ରହଣ ଉପରେ ବାର୍ଷିକ ନଗଦ ଅର୍ଥର ଆବଶ୍ୟକତା ପୂରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ବେଙ୍ଗାଲୁରୁ ଜେଲ ସୁରକ୍ଷାରେ ଭୀଷଣ ତ୍ରୁଟି: ମଦ ପିଇ ପାର୍ଟି କରୁଛନ୍ତି କଏଦୀ, ଜେଲରେ VVIP ଟ୍ରିଟମେଣ୍ଟ

ନୂଆଦିଲ୍ଲୀ,୯।୧୧: ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri