Posted inଜାତୀୟ

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ନୁହେଁ ଲୋକସଭା ବାଚସ୍ପତି କରନ୍ତୁ ସଂସଦ ଭବନର ଉଦଘାଟନ: ଓୱାଇସି…

ନୂଆଦିଲ୍ଲୀ,୨୪।୫ : ନୂତନ ସଂସଦ ଭବନର ଉଦଘାଟନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ନୂଆ ପରାମର୍ଶ ଦେଇଛନ୍ତି। ଓୱାଇସି କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ ନୁହେଁ। ଓୱାଇସିଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି କାର୍ଯ୍ୟନିର୍ବାହୀଙ୍କର ଏକ ଅଂଶ, ଯେଉଁଥିପାଇଁ ବାଚସ୍ପତି ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ।

ଓୱାଇସି ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନୂତନ ସଂସଦ ଗୃହର ଉଦଘାଟନ କରନ୍ତି, ତେବେ ଆମେ ସେହି କାର୍ଯ୍ୟକ୍ରମରେ ଯୋଗଦେବୁ ନାହିଁ। ବାଚସ୍ପତି ଉଦଘାଟନ କଲେ ଏଆଇଏମଆଇଏମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ। ସେ ଏହା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ଏହି ସମୟରେ ଏଥିରୁ ଓହରିଯିବା ଉଚିତ।

ଏକ ନୂତନ ସଂସଦ ଭବନର ପ୍ରସ୍ତାବ ସମ୍ପର୍କରେ ଓୱାଇସି କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକର ଏଜେଣ୍ଡା ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଥିଲା। ପ୍ରାୟ ସମସ୍ତ ଦଳ ଏଥିରେ ସହମତ ହୋଇଥିଲେ। ଯଦିଓ ମୁଁ ଏବଂ ସୀତାରାମ ୟେଚୁରୀ ଏହାକୁ ବିରୋଧ କରିଥିଲୁ। ମୁଁ ଏକ ନୂତନ ଲୋକସଭା ଗଠନ କରିବାକୁ ପ୍ରସ୍ତାବ ଦେଇଥିଲି। ସେତେବେଳେ ପ୍ରଧାନମନ୍ତ୍ରୀ ମୋ ଉପରେ ବହୁତ ରାଗିଥିଲେ।

ଓୱାଇସି କହିଛନ୍ତି ଆମେ ବିରୋଧ କରୁଛୁ ଶକ୍ତି ପୃଥକ କରିବାର ସିଦ୍ଧାନ୍ତ(ଥିଓରି ଅଫ ସେପାରେଶନ ଅଫ ପାଓ୍ବାର) ହେଉଛି ସମ୍ବିଧାନର ଏକ ଅଂଶ।  ଯଦି ପ୍ରଧାନମନ୍ତ୍ରୀ ଉଦଘାଟନ କରନ୍ତି ତେବେ ଏହାର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେବ। ସଂସଦ ଗୃହର ଉଦଘାଟନୀ ସମାରୋହ ନେଇ କୌଣସି ବିରୋଧୀ ଆମ ସହ ଯୋଗାଯୋଗ କରି ନାହାନ୍ତି।

ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ କେବଳ ତାଙ୍କ ଦଳ ସମଗ୍ର ଦେଶରେ ରହୁ। ନୂତନ ସଂସଦ ଭବନର ଆବଶ୍ୟକତାକୁ ଅସ୍ବୀକାର କରାଯାଇପାରିବ ନାହିଁ, କାରଣ ବିଦ୍ୟମାନ ସଂସଦ ଭବନରେ ଅଗ୍ନିଶମ ବିଭାଗର ଏନଓସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?