Posted inଜାତୀୟ

ବିଧାୟକଙ୍କ ପାନଛେପ ସଫାକଲେ ବାଚସ୍ପତି

ଲକ୍ଷ୍ନୌ, ୫ା୩:ଉତ୍ତରପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଅଧିବେଶନର ନବମ ଦିନ ଜଣେ ବିଧାୟକ ବିଧାନସଭା ହଲ୍‌ରେ ପାନ ମସାଲା ଖାଇ ଛେପ ପକାଇଥିବାର ଘଟଣା ସାମନାକୁ ଆସିଛି, ଯାହା ପୂରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଧାନସଭା ଗୃହର ଗରିମା ଏବଂ ପରିଷ୍କାର ପରିଚ୍ଛନତା ଉପରେ ଏହି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି ସତୀଶ ମହାନା କହିଛନ୍ତି। ଘଟଣାକୁ ନେଇ ବାଚସ୍ପତି ମହାନା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଅନୁଶାସନ ବିରୋଧୀ କାର୍ଯ୍ୟ ବୋଲି କହିଥିଲେ।
ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାଚସ୍ପତି ସତୀଶ ମହାନା ସମସ୍ତ ବିଧାୟକଙ୍କୁ ସମ୍ବୋଧନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ହଲ୍‌ ମଧ୍ୟରେ ଜଣେ ମାନନୀୟ ବିଧାୟକ ପାନ ମସଲା ଖାଇ ଛେପ ପକାଇଥିବା ନେଇ ତାଙ୍କୁ ମଙ୍ଗଳବାର ସକାଳେ ସୂଚନା ମିଳିଥିଲା। ଏହି ଖବର ପାଇ ସେ ସମୟ ପୂର୍ବରୁ ବିଧାନସଭାରେ ପହଞ୍ଚିଥିଲେ ଓ ବିଧାନସଭା କର୍ମଚାରୀଙ୍କ ସହ ମିଶି ହଲ୍‌ ମଧ୍ୟରୁ ଉକ୍ତ ପାନ ମସଲା ଛେପକୁ ସଫା କରାଇଥିଲେ ବୋଲି ବାଚସ୍ପତି ମହାନା କହିଛନ୍ତି। ବିଧାନସଭାର ଜଣେ ସଦସ୍ୟଙ୍କର ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଅତ୍ୟନ୍ତ ଗମ୍ଭୀର ସ୍ବରରେ କହିଥିଲେ। ଗୃହରେ ଲାଗିଥିବା ସିସିଟିଭି ଫୁଟେ୍‌ଜରୁ ଛେପ ପକାଇଥିବା ବିଧାୟକଙ୍କର ପରିଚୟ ସ୍ପଷ୍ଟ ଭାବେ ମିଳିଛି। ତେବେ ସେ ପାନ ଛେପ ପକାଇଥିବା ବିଧାୟକଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବାକୁ ଚାହୁଁନାହାନ୍ତି ବୋଲି ମହାନା କହିଛନ୍ତି। ଛେପ ପକାଇଥିବା ବିଧାୟକଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, ଯେଉଁ ବିଧାୟକ ଏହି କାର୍ଯ୍ୟ କରିଛନ୍ତି ତାଙ୍କର ପରିଚୟ ମିଳିସାରିଛି। ସେ ସ୍ବୟଂ ନିଜଆଡ଼ୁ ଆସି ତାଙ୍କ ନିକଟରେ ଭୁଲ୍‌ ସ୍ବୀକାର କରନ୍ତୁ। ଅନ୍ୟଥା ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ତାଙ୍କୁ ସମନ କରାଯିବ। ଏହି ଅବସରରେ ବିଧାନସଭାର ଅନ୍ୟ ସଦସ୍ୟଙ୍କୁ ଅପିଲ କରି ମହାନା କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କର ନୁହେଁ। ଏହା ୪୦୩ ବିଧାୟକ ଓ ଉତ୍ତରପ୍ରଦେଶର ୨୫ କୋଟି ଜନସାଧାରଣଙ୍କର ବିଧାନସଭା। ତେଣୁ ଗୃହର ଗରିମାକୁ ବଜାୟ ରଖିବା ସହ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ହେଉଛି ସମସ୍ତ ବିଧାୟକଙ୍କର ଦାୟିତ୍ୱ। ଯଦି ବିଧାନସଭା ପରିସର ମଧ୍ୟରେ କୌଣସି ବିଧାୟକ ସେମାନଙ୍କ ସାଥୀ ବିଧାୟକଙ୍କୁ ପାନ ମସାଲା ଖାଇ ଛେପ ପକାଉଥିବାର ଦେଖୁଛନ୍ତି, ତେବେ ସେମାନେ ତୁରନ୍ତ ନିଜ ସାଥୀ ବିଧାୟକଙ୍କୁ ଏପରି ନିନ୍ଦନୀୟ କାର୍ଯ୍ୟରୁ ନିବୃତ୍ତ ରହିବାକୁ ତାଗିଦ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

ହାତୀପଲ ଖାଇଯାଉଛନ୍ତି ପନିପରିବା, ଧାନଫସଲ ଦଳଚକଟି ନଷ୍ଟ କରିବା ସହ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର, ହାତୀଆଡ଼ି, ଦେଓଖାଳି, ବାଗଡ଼ା, ସୁମନ୍ତପୁର, କରପଡ଼ା ସମେତ ଚିକିଟି ବ୍ଲକର କେ.ନୂଆଗାଁ ଆଦି ଗ୍ରାମରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri