ମହାକାଶ ପର୍ଯ୍ୟଟନ

ମହାକାଶ ପର୍ଯ୍ୟଟନ ସମସ୍ତ ଦୁଃସାହସିକ ଅଭିଯାନଠାରୁ ଅନେକ ପାଦ ଆଗରେ। ମହାକାଶରେ ମହାକାଶଚାରୀଙ୍କ ଅନୁଭୂତି ସାଉଁଟିବା ପାଇଁ ଉଦ୍ଦିଷ୍ଟ। ଯଦିଓ ଏପରି ଅନୁଭୂତି ଜୀବନରେ ଏକକ ବା ଅନନ୍ୟ, କିନ୍ତୁ ଏହା ଅତ୍ୟଧିକ ବିପଦସଙ୍କୁଳ ଓ ବ୍ୟୟସାପେକ୍ଷ। ଚିତ୍ତ ବିନୋଦନ ବ୍ୟତୀତ ମନୁଷ୍ୟର ହୃଦ୍‌ସ୍ପନ୍ଦନ ବଢ଼ାଇଦେଲା ଭଳି ଯେଉଁ ରୋମାଞ୍ଚ ଓ ଶିହରଣ ମହାକାଶ ପର୍ଯ୍ୟଟନରୁ ମିଳିଥାଏ, ତାହା ହେଉଛି ପର୍ଯ୍ୟଟକ ଜଣକ ଅନନ୍ତ ଆକାଶରୁ ପୃଥିବୀକୁ ଦେଖିବାର ଅବର୍ଣ୍ଣନୀୟ ଅନୁଭୂତି, ଓଜନ ଶୂନ୍ୟତା ଅନୁଭବ ଏବଂ ଓଜନ ଶୂନ୍ୟତା ହେତୁ ମହାକାଶ ଯାନରୁ ବାହାରି ମହାକାଶରେ ଚାଲିବାର ଉନ୍ମାଦ, ଦ୍ରୁତଗତିରେ ଯାତ୍ରା କରୁଥିବା ମହାକାଶ ଯାନରେ ଅସ୍ବାଭାବିକ ଗତିଶୀଳତାର ଅନୁଭବ ଇତ୍ୟାଦି। ଏସବୁ ସତ୍ତ୍ୱେ ମହାକାଶ ଯାତ୍ରାରେ ରହିଛି ଆକସ୍ମିକ ଭାବେ ଘଟିଯିବାକୁ ଥିବା ଦୁର୍ଘଟଣାର ବିଷମ ପରିଣତି। ଏବେ ନିକଟରେ ସେମିତି ଏକ ଅଘଟଣ ଘଟିଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ନାସା ଦ୍ୱାରା ପ୍ରେରିତ ଷ୍ଟାର୍‌ଲାଇନର ମହାକାଶ ଯାନରେ ଆନ୍ତର୍ଜାତିକ ମହାକାଶ ଷ୍ଟେଶନକୁ ଯାଇଥିବା ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲମୋରେ ସେଠାରେ ଗତ ୪ ମାସ ହେଲା ଫସିଯାଇଛନ୍ତି। ସେମାନଙ୍କୁ ମହାକାଶ ସ୍ପେସ୍‌ ଷ୍ଟେଶନରୁ ଉଦ୍ଧାର କରି ଫେରାଇ ଆଣିବା ପାଇଁ ପୁନର୍ବାର ଏକ ସ୍ପେସ୍‌ ଏକ୍ସ-କ୍ରିଉ ମିଶନ ପଠାଇବାର ବନ୍ଦୋବସ୍ତ କରାଯାଉଛି। ତେଣୁ ସୁନୀତା ଏବଂ ସହଯାତ୍ରୀଙ୍କୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଏ ଭିତରେ ସେମାନଙ୍କ ଜୀବନ ପ୍ରତି ବିପଦର ଏକାଧିକ ଆଶଙ୍କା ରହିଛି।
ମହାକାଶ ପର୍ଯ୍ୟଟନକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ। ଉପକକ୍ଷୀୟ, କକ୍ଷୀୟ ଏବଂ ମହାକାଶରେ ଚନ୍ଦ୍ର ପର୍ଯ୍ୟଟନ। ଉପକକ୍ଷୀୟ ମହାକାଶ ପର୍ଯ୍ୟଟନରେ ମହାକାଶ ଯାନ ପର୍ଯ୍ୟଟକମାନଙ୍କୁ ମହାକାଶର ସୀମାରେଖାକୁ ନେଇଯାଏ। କିନ୍ତୁ ପୃଥିବୀର କକ୍ଷପଥରେ ପ୍ରବେଶ କରେନାହିଁ। ଯଦିଓ ଭୂପୃଷ୍ଠର ଉପରକୁ ବାୟୁମଣ୍ଡଳ ୧୦୦୦ କି.ମି. ପର୍ଯ୍ୟନ୍ତ ରହିଛି, ମହାକାଶ ବିଜ୍ଞାନୀମାନଙ୍କ ମତରେ ଥର୍ମୋସ୍ଫିୟରରେ ୧୦୦ କି.ମି. ଉଚ୍ଚତା ଉପରକୁ ବାୟୁର ସାନ୍ଦ୍ରତା ଅତି କମ୍‌। ପାଖାପାଖି ଶୂନ୍ୟ କହିଲେ ଚଳେ। ତେଣୁ ସେମାନଙ୍କ ମତରେ ସମୁଦ୍ର ପତ୍ତନଠାରୁ ୧୦୦ କି.ମି. ଉଚ୍ଚତା ପରେ ମହାଶୂନ୍ୟ ଆରମ୍ଭ ହୋଇଯାଏ ଏବଂ ସେହି ଉଚ୍ଚତାକୁ ‘କର୍ମଣରେଖା’ କୁହାଯାଏ। ଏହି ଉଚ୍ଚତାରୁ ଉପରକୁ ଉଠିଗଲା ପରେ ପର୍ଯ୍ୟଟକମାନେ ୩ରୁ ୬ ମିନିଟ୍‌ ପର୍ଯ୍ୟନ୍ତ ଓଜନ ଶୂନ୍ୟତା ଅନୁଭବ କରିପାରିବେ। ମହାକାଶ ଯାନର ଗତି ଘଣ୍ଟା ପ୍ରତି ପ୍ରାୟ ୨୨୦୦ ମାଇଲ ହୋଇଥାଏ। ବ୍ଲୁ ଅରିଜିନ ଓ ଭର୍ଜିନ ଗାଲାକଟିକା ମହାକାଶ ସଂସ୍ଥା ପର୍ଯ୍ୟଟକମାନଙ୍କୁ ଉପକକ୍ଷୀୟ ପର୍ଯ୍ୟଟନର ସ୍ବାଦ ଚଖାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି।
କକ୍ଷୀୟ ମହାକାଶ ପର୍ଯ୍ୟଟନରେ ଯାନଟି ପୃଥିବୀର କକ୍ଷପଥ ପର୍ଯ୍ୟନ୍ତ ଯାତ୍ରା କରିଥାଏ। ପୃଥିବୀର ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ କକ୍ଷର ଭୂପୃଷ୍ଠରୁ ସର୍ବନିମ୍ନ ଦୂରତା(ପେରିଜି) ୧୨୦୦ ମାଇଲ ବା ୨୦୦୦ କି.ମି.। ଏହି କକ୍ଷପଥକୁ ଯାତାୟାତ, ଯୋଗାଯୋଗ ଏବଂ ଅନୁସନ୍ଧାନ ପାଇଁ ସୁବିଧାଜନକ ମନେକରାଯାଏ। ଏହି ଯାତ୍ରାରେ ପର୍ଯ୍ୟଟକଙ୍କୁ ମହାକାଶରୁ ଟେନିସ୍‌ବଲ ସଦୃଶ ପୃଥିବୀର କ୍ଷୁଦ୍ର ଗୋଲାକୃତି ସ୍ବରୂପ ଦେଖିବା ପାଇଁ ଭରପୂର ସୁଯୋଗ ମିଳିଥାଏ। ଏହା ବ୍ୟତୀତ ପର୍ଯ୍ୟଟକମାନେ ଅନେକ ସମୟ ଧରି ଓଜନ ଶୂନ୍ୟତା ଅନୁଭବ କରିଥାନ୍ତି। ମହାକାଶ ଯାନର ଗତି ଘଣ୍ଟା ପ୍ରତି ୧୭,୫୦୦ ମାଇଲ ଏବଂ ସ୍ପେସ୍‌ ଏକ୍‌ସ ଯାନ ହିଁ ବ୍ୟବହାର କରାଯାଇଥାଏ।
ପୃଥି୍‌ବୀର କକ୍ଷପଥ ନିକଟକୁ ଯାତ୍ରା ଅତ୍ୟଧିକ ବ୍ୟୟସାପେକ୍ଷ। ଉପକକ୍ଷୀୟ ମହାକାଶ ପର୍ଯ୍ୟଟନର ପର୍ଯ୍ୟଟକ ପିଛା ୨ ଲକ୍ଷ ଆମେରିକୀୟ ଡଲାର ଲାଗୁଥିବା ବେଳେ କକ୍ଷପଥକୁ ଯାତ୍ରା କରୁଥିବା ମହାକାଶ ଯାନରେ ବ୍ୟକ୍ତି ପାଇଁ ୮ଦିନ ଯାତ୍ରା ଖର୍ଚ୍ଚ ୫୫୦ ଲକ୍ଷ ଡଲାର ଲାଗିଯାଇପାରେ।
ଚନ୍ଦ୍ର ମହାକାଶ ମିଶନରେ ସାଧାରଣ ବର୍ଗର ପର୍ଯ୍ୟଟକଙ୍କୁ ବେସରକାରୀ ସ୍ତରରେ ନେଇ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇବା ଉଦ୍ଦେଶ୍ୟ ଆମୋଦ ପ୍ରମୋଦ, ଚିତ୍ତ ବିନୋଦନ ଓ ଶିହରଣ।
ମହାକାଶ ପର୍ଯ୍ୟଟନର ଉଦ୍ଦେଶ୍ୟ, ସରକାରୀ ସ୍ତରରେ ପଠାଯାଉଥିବା ମହାକାଶଚାରୀମାନଙ୍କଠାରୁ ଅନେକଟା ଭିନ୍ନ। ପର୍ଯ୍ୟଟକ କେବଳ କେତେକ ଅନନ୍ୟ ଅନୁଭୂତି ଓ ଉନ୍ମାଦନା ପାଇଥାଏ। କିନ୍ତୁ ମହାକାଶଚାରୀମାନେ ଯାତ୍ରା ସମୟରେ ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ଅନୁସନ୍ଧାନ କରିଥାନ୍ତି।
ବେସରକାରୀ ଭାବେ ନିଜସ୍ବ ଅର୍ଥବ୍ୟୟରେ ଆମେରିକାର କୋଟିପତି ଡେନିସ୍‌ ଟିଟୋ ୨୦୦୧ ମସିହାରେ ରୁଷିଆର ‘ସୋୟୁଜ୍‌’ ଅନ୍ତରୀକ୍ଷ ଯାନରେ ପ୍ରଥମ ମହାକାଶ ପର୍ଯ୍ୟଟକ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନକୁ ଯାତ୍ରା କରିବାର ରେକର୍ଡ ହାସଲ କରିଛନ୍ତି ଏବଂ ସେଠାରେ ୮ ଦିନ ଅବସ୍ଥାନ କରିଥିଲେ। ୨୦୧୦ ପରଠାରୁ ସୋଭିଏଟ୍‌ ୟୁନିୟନ ଆନ୍ତର୍ଜାତିକ ମହାକାଶ ଷ୍ଟେଶନରେ ସ୍ଥାନାଭାବ କାରଣରୁ ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ବନ୍ଦ କରିଦେଇଥିଲେ। ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନଟି ୪୦୦ କି.ମି. ଉଚ୍ଚତାରେ ଏକ ବୃତ୍ତାକାର ପଥରେ ପୃଥିବୀକୁ ପରିକ୍ରମଣ କରୁଛି।
ଥରେ ପରିକ୍ରମଣ ପାଇଁ ୯୩ ମିନିଟ୍‌ ସମୟ ନେଇଥାଏ ଏବଂ ଦିନକୁ ୧୫.୫ ଥର ପୃଥିବୀକୁ ପରିକ୍ରମଣ କରିଥାଏ। ୨୦୨୪ ମାର୍ଚ୍ଚ ସୁଦ୍ଧା ୨୨ଟି ଦେଶର ୨୭୯ ଜଣ ମହାକାଶଚାରୀ ଏହି ସ୍ପେସ୍‌ ଷ୍ଟେଶନରେ ପାଦ ରଖିସାରିଛନ୍ତି। ୨୦୧୦ରୁ ବନ୍ଦ ଥିବା ମହାକାଶ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ପୁନର୍ବାର ଆରମ୍ଭକରି ବେସରକାରୀ ପର୍ଯ୍ୟଟକଙ୍କୁ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନକୁ ପଠାଇବାକୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ୨୦୧୯ ଜୁନ୍‌ରେ ଘୋଷଣାକଲା। ଏହି ଯାତ୍ରା ପାଇଁ ପ୍ରତ୍ୟେକ ବ୍ୟକ୍ତି ଦୈନିକ ୩୫୦୦ ଆମେରିକୀୟ ଡଲାର ଅର୍ଥଦେବାକୁ ପଡ଼ିବ ବୋଲି ମଧ୍ୟ କୁହାଗଲା। ଦୁଇଟି ଅନ୍ତରୀକ୍ଷ ଯାନ ‘ସ୍ପେସ୍‌-ଏକ୍ସ-ଡ୍ରାଗନ-୨ ଏବଂ ବୋଇଂ ଷ୍ଟାର୍‌ଲାଇନର’ ଏହି ଯାତ୍ରା ପାଇଁ ଘୋଷଣା କରାଯାଇଛି। ବ୍ୟୟବହୁଳ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅତ୍ୟନ୍ତ ଧନୀବ୍ୟକ୍ତିଙ୍କ ପାଇଁ ଏହା ସମ୍ଭବ ହୋଇପାରୁଛି। ତଥାପି ବିଶ୍ୱର ବିଭିନ୍ନ ଅଞ୍ଚଳରୁ ବ୍ୟକ୍ତିବିଶେଷ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବେସରକାରୀ ସଂସ୍ଥାଗୁଡ଼ିକ ଏ ଦିଗରେ ବ୍ୟୟ ହ୍ରାସ ପାଇଁ ମଧ୍ୟ ଚେଷ୍ଟିତ।
ଆର୍ଥିକ ଦିଗକୁ ବାଦ୍‌ ଦେଲେ ଅନ୍ୟ କେତେକ ଆହ୍ବାନ ମଧ୍ୟ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ରହିଛି। ଯଥା ଯାତ୍ରୀମାନଙ୍କର ନିରାପତ୍ତା, ଇନ୍‌ସ୍ୟୁରାନ୍ସ, ବାଣିଜି୍ୟକ ସମ୍ଭାବନା, ମହାକାଶ ପ୍ରଦୂଷଣ ଏବଂ ବିପତ୍ତି ବା ଦୁର୍ଘଟଣା- ପୃଥିବୀ ପୃଷ୍ଠରେ ଥିବା ପ୍ରକ୍ଷେପଣ କେନ୍ଦ୍ରରୁ ଉତ୍‌କ୍ଷେପଣ ବେଳେ ଆକସ୍ମିକ ପ୍ରତିକ୍ରିୟା, ପୃଥିବୀର ପ୍ରାକୃତିକ ସମ୍ବଳ ଅପଚୟ ଇତ୍ୟାଦି। ମହାକାଶ ପର୍ଯ୍ୟଟନରେ ଯିବା ପୂର୍ବରୁ ଜଣେ ବ୍ୟକ୍ତିକୁ ଶାରୀରିକ , ମାନସିକ ତଥା ମନୋବୈଜ୍ଞାନିକ ସ୍ତରରେ ବେଶ୍‌ କିଛିିଦିନି ପ୍ରଶିକ୍ଷଣ ନେଇ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ବଳୟ ବାହାରକୁ ଗଲାବେଳେ କିଛିଟା ଅଭାବନୀୟ ଦୁର୍ଘଟଣା ଘଟିପାରେ , ସେତେବେଳେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତିର ଅନୁଭୂତିକୁ ସହ୍ୟ କରିବାକୁ ପଡିବ।
ଏବେ ମହାକାଶରେ ଫିଲ୍ମ ଶୁଟିଂ କରିବାର ନିଶା ମଧ୍ୟ ଅନେକ ପ୍ରଯୋଜକଙ୍କୁ ଘାରିଛି। ମହାକାଶରେ ପ୍ରଥମ ଥର ପାଇଁ ଏକ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଶୁଟିଂ କରିବାର ବିରଳ ରେକର୍ଡ ଅଧିକାରୀ ରୁଷିଆ ହୋଇଛି। ଏହା ପୂର୍ବରୁ ୨୦୦୨ ମସିହାରେ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନରେ ଗୋଟିଏ ଡକୁମେଣ୍ଟାରି ଫିଲ୍ମ ‘ ଆଇ ମାକ୍ସ ସ୍ପେସ୍‌ ଷ୍ଟେଶନ’ ମଧ୍ୟ ଶୁଟିଂ ହୋଇଥିଲା। ମହାକାଶ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ହେବ, ମହାକାଶରେ ପ୍ରଦକ୍ଷିଣ ବା ‘ସ୍ପେସ୍‌ ଓ୍ବାକ୍‌’। ସେତେବେଳେ ଅନ୍ତରୀକ୍ଷ ଯାନର ଗତି ଘଣ୍ଟା ପ୍ରତି ୨୫.୦୦୦ କି.ମି . ଥିବ। ଅନ୍ତରୀକ୍ଷ ଯାନରୁ ବାହାରି ସେହି ଗତିରେ ମହାଶୂନ୍ୟରେ ଯାନ ସହିତ ସମାନ୍ତରାଳ ଭାବେ ଧାବମାନ ହେବା ମହାକାଶ ପର୍ଯ୍ୟଟନର ଏକ ବିରଳ, ବିସ୍ମୟ ଓ ଅନନ୍ୟ ଅନୁଭୂତି। ତେଣୁ ଆର୍ଥିକ, ମାନସିକ ଓ ମନୋବୈଜ୍ଞାନିକ ଆହ୍ବାନ ଥିବା ସତ୍ତ୍ୱେ ଆଶା କରାଯାଏ, ଆଗାମୀ ଦଶକରେ ମହାକାଶ ପର୍ଯ୍ୟଟନ କମ୍‌ ବ୍ୟୟ ସାପେକ୍ଷ ଓ ଅଧିକ ବିସ୍ତାରିତ ହେବ।
ପୂର୍ବତନ ପ୍ରଧାନ ମୁଖ୍ୟ ବନପ୍ରାଣୀ ସଂରକ୍ଷକ
ଓଡ଼ିଶା, ଭୁବନେଶ୍ୱର, ମୋ:୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?