ଅପରାଧୀଙ୍କୁ ଘୋଡ଼ାଉଛି ଏସ୍‌ସିବି

ନିକଟରେ ଓଡ଼ିଶାର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଏକ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ିଦିଆଯିବା ସହ ୬ ମାସ ପାଇଁ ସେମାନଙ୍କୁ କ୍ୟାମ୍ପସ ବାହାରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ବର୍ଷର ଏହି ୫ ଜଣ ଛାତ୍ର ହେଲେ କିରଣ କୁମାର ସୋରେନ, ଲଳିତ ମୋହନ ରଥ, ନିକୁଞ୍ଜ ବିହାରୀ ରାଉତରାୟ, ସଞ୍ଜୟ ମୁର୍ମୁ ଏବଂ ବିଶ୍ୱକାନ୍ତ ଗୁରୁ। ଏଭଳି ମାନସିକତା ପୋଷଣ କରୁଥିବା ଛାତ୍ର ପରବର୍ତ୍ତୀ ସମୟରେ କେଉଁ ପ୍ରକାର ଚିକିତ୍ସକ ହୋଇ ବାହାରିବେ ତାହା ଏବେଠାରୁ ଅନୁମାନ କରିହେଉଛି। ଏହି ଛାତ୍ରମାନେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରିଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନକୁ ସପ୍ତାହେ ନ ପୂରୁଣୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ନଭେମ୍ବର ୩ରେ ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଲା। ଏହି ଘଟଣାରେ ଶେଷ ଅର୍ଥାତ୍‌ ଚତୁର୍ଥ ବର୍ଷର ଛାତ୍ରମାନେ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗକୁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଥିବା ଜଣାପଡ଼ିଛି। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ମେଡିକାଲର ଶେଷବର୍ଷର ଛାତ୍ରୀଛାତ୍ରମାନେ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନାମ, ଠିକଣା ବା ପରିଚୟ ସମ୍ପର୍କରେ ପଚାରିଥିଲେ, ଯାହା ଏକ ପରମ୍ପରା ଭାବେ ରହିଆସିଛି। ଏଭଳି ପରମ୍ପରାକୁ କାହିଁକି ପ୍ରୋତ୍ସାହନ ଦିଆଯାଉଛି ତାହା ବୁଝିବା ଅତ୍ୟନ୍ତ କଷ୍ଟକର। ଆଜିର ଯୁଗରେ କାହାରି ବ୍ୟକ୍ତିଗତ ତଥ୍ୟ ପଚାରିବାକୁ ଅନ୍ୟ କୌଣସି ବ୍ୟକ୍ତିଙ୍କର କ୍ଷମତା ନାହିଁ। ଏସ୍‌ସିବି ମେଡ଼ିକାଲ କଲେଜର କର୍ତ୍ତୃପକ୍ଷଙ୍କର ଏଭଳି ହାଲୁକା ମନୋଭାବ ଯୋଗୁ ଏବକାର ପରିସ୍ଥିତି ଉପୁଜିପାରିଛି। ହୁଏତ ସେହି ମନୋଭାବର ଆଢୁଆଳରେ ପୂର୍ବରୁ ମଧ୍ୟ ରାଗିଂ ଭଳି ଜଘନ୍ୟ ଅପରାଧ ମେଡିକାଲ କଲେଜରେ ଘଟି ଆସୁଥିଲା। ପୂର୍ବରୁ ଛାତ୍ରୀଛାତ୍ରଙ୍କର ନୀରବତା ଯୋଗୁ ତାହା ଲୋକଲୋଚନକୁ ଆସିପାରୁ ନ ଥିଲା। ଏବକାର ପରିସ୍ଥିତିରେ ମନୋବଳ ଥିବା ପିଲାଙ୍କର ପ୍ରତିବାଦ ଯୋଗୁ ଆଜି ପରିସ୍ଥିତି ପଦାରେ ପଡ଼ିଛି। ପୂର୍ବର ତ୍ରୁଟିକୁ ଘୋଡ଼ାଇବାକୁ ଯାଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ରାଗିଂ କରୁଥିବା ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ବାଧ୍ୟ ହେଉଛନ୍ତି। ଆରମ୍ଭରୁ କୌଣସି ପ୍ରକାରର ବେଆଇନ କାର୍ଯ୍ୟକୁ ସହିଯିବା ପରିବର୍ତ୍ତେ ଯଦି କଠୋର ପଦକ୍ଷେପ ନିଆଯାଇଥାଆନ୍ତା, ତେବେ ଆଜି ଏଭଳି ପରିସ୍ଥିତି ଉପୁଜି ନ ଥାଆନ୍ତା।
ସବୁଠୁ ଅଧିକ ଚିନ୍ତା ସୃଷ୍ଟି କରୁଛି ଏହି ନକାରାମତ୍କ ମାନସିକତା ରଖିଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା। ଦୋଷୀ ଛାତ୍ରଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣାକୁ ଖଣ୍ଡନ କରିବା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି। ସମୟ ଥିବା ଭିତରେ ସରକାରଙ୍କ ତରଫରୁ ଏ ସମ୍ପର୍କରେ ଅନୁସନ୍ଧାନକରି ସମ୍ପୃକ୍ତ ଛାତ୍ରଙ୍କ ସମେତ ସେହି ଅପରାଧକୁ ଘୋଡ଼ାଉଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ତାହା ନ ହେଲେ ଭବିଷ୍ୟତରେ ଏହି ପ୍ରକାର ଅପରାଧ ବୃଦ୍ଧି ପାଇବାରେ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri