ସାଇକେଲ ରାଲିରେ ସଚେତନତା ସୃଷ୍ଟି କଲେ ଏସ୍‌ପି

କେନ୍ଦ୍ରାପଡ଼ା ଅଫିସ, ୨୧ା୫: କେନ୍ଦ୍ରାପଡ଼ା ସାଇକେଲ କ୍ଲବର ସାପ୍ତାହିକ ସାଇକେଲ ପରିକ୍ରମା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଏସ୍‌ପି ମଡକର ସମ୍ବିତ ସମ୍ପଦ ସାମିଲ ହୋଇ ଟ୍ରାଫିକ ସଚେତନତା, ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟିି କରିଛନ୍ତି। ଏ ସମ୍ପର୍କରେ ଏସ୍‌ପି ସମ୍ପଦ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ଶରୀର ସୁସ୍ଥ ରୁହେ। ଏଥିସହ ଇଞ୍ଜିନ ଚାଳିତ ଯାନ ପରିବର୍ତ୍ତେ ସାଇକେଲରେ ଗମନାଗମନ ଦ୍ୱାରା ପରିବେଶର ସୁରକ୍ଷା ହୋଇଥାଏ। ସାମ୍ପ୍ରତିକ ସମୟରେ ବାୟୁ ଓ ଶବ୍ଦ ପ୍ରଦୂଷଣ ବଢ଼ିଯାଲିଛି। ସାଧାରଣରେ ସାଇକେଲକୁ ଛାଡି କମ ରାସ୍ତା ଅତିକ୍ରମ କରିବାକୁ ବାଇକ୍‌ ଅଥବା କାର ବ୍ୟବହାର କରୁଛୁ। ଏହାଦ୍ୱାରା ଟ୍ରାଫିକ ସମସ୍ୟା ଓ ସଡ଼କ ଦୁର୍ଘଟଣା ବଢ଼ିଯାଉଛି।
ଏବେ ସଡ଼କ ଦୁର୍ଘଟଣାକୁ ରୋକିବାକୁ ଟ୍ରାଫିକ ରୁଲ୍‌କୁ କଡାକଡି ଭାବେ ତନଖି କରାଯାଉଛି। ବାଇକ୍‌ ଚାଳନା ସମୟରେ ନିଶା ଗ୍ରସ୍ତ ନ ହେବା, ମୋବାଇଲ ବ୍ୟବହାର ନ କରିବା, ଟ୍ରାଫିକ ନିୟମକୁ ମାନିବାକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ଏସ୍‌ପି ସମ୍ପଦ ମତ ଦେଇଛନ୍ତି। ସକାଳ ୬ଟାରେ ଏହି ରାଲି ସହରର ପୁରୁଣା ବସ୍‌ଷ୍ଟାଣ୍ଡରୁ ବାହାରିଥିଲା। ଖଡିଅଙ୍କ, ସୁନାଇଲୋ, ଆଳିଜଙ୍ଗା, ଇଟିପୁର ଆଦି ସହର ଓ ଗ୍ରାମାଞ୍ଚଳରେ ରାଲି କରାଯାଇ ଏହି ବାର୍ତ୍ତା ପ୍ରଚାର କରାଯାଇଥିଲା। ଏଥିରେ ଏଏସ୍‌ପି ହରିଶ ଚନ୍ଦ୍ର ପାଣ୍ଡେ, ସାଇକେଲ କ୍ଲବ ସଦସ୍ୟ ଡା. ବୀରେନ୍ଦ୍ର କୁମାର ଦାସ, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସ୍‌ପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଶିବାଶିଷ ଜେନା, କେଶବ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri