Posted inଜାତୀୟ

ସନ୍ଧ୍ୟାରେ ମମତାଙ୍କୁ ଭେଟିବେ ଅଖିଳେଶ, ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

କୋଲକାତା,୧୭।୩: ସମାଜବାଦୀ ପାର୍ଟିର ବାର୍ଷିକ ସମ୍ମିଳନୀ କୋଲକାତାରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ସମ୍ମିଳନୀରେ ସାମିଲ ହୋବକୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କକା ଶିବପାଲଙ୍କ ସହ କୋଲକାତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି। ଏଥିସହ ବିରୋଧୀ ଏକତାକୁ ଆହୁରି ଦୃଢ କରିବା ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସନ୍ଧ୍ୟା ୫ଟାରେ ବାସଭବନରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବେ।

ଏହି ସମ୍ମିଳନୀରେ ସମାଜବାଦୀ ପାର୍ଟି ଆସନ୍ତା ନିର୍ବାଚନରେ ସରକାରଙ୍କ ସହ କେଉଁ ପଏଣ୍ଟରେ ଲଢିବେ ସେନେଇ ଆଲୋଚନା କରିବାକୁ ଯାଉଛନ୍ତି। ଏସ୍‌ପି କଂଗ୍ରେସ ଠାରୁ କେତେ ଦୂରରେ ରହିବ ଏବଂ ଅନ୍ୟ ଦଳ ସହ କେତେ ନିକଟତର ହେବ, ଏହି ସବୁ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହେବ। ସମାଜବାଦୀ ପାର୍ଟିର ସମ୍ମିଳନୀ ୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ସମସ୍ତ ସମାଜବାଦୀ ଦଳର ନେତା ଏବଂ ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକ ନ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୮।୩: କରୋନା ଭାଇରସ ଏବେ ଭାରତରେ ତା’ର କାୟା ବିସ୍ତାର ଆରମ୍ଭ କରିଥିବା ବେଳେ ରବିବାର ସୁଦ୍ଧା ଭାରତରେ ୩୯ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ...

ଟ୍ରେନ୍‌ରେ ପୁଣି ମିଳିବ କମ୍ବଳ

ନୂଆଦିଲ୍ଲୀ,୧୦।୩: କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ଧରି ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ଏବେ ଧିରେ ଧିରେ ପ୍ରତ୍ୟାହାର କରାଯାଉଛି। ଇତିମଧ୍ୟରେ ନିକଟରେ...

ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ: ୨ପାଇଲଟ ଶହୀଦ

ଜୟପୁର, ୨୮ା୭: ଭାରତୀୟ ବାୟୁସେନା(ଆଇଏଏଫ୍‌)ର ଏକ ମିଗ୍‌-୨୧ ଯୁଦ୍ଧବିମାନ ରାଜସ୍ଥାନର ବାର୍ମର ଜିଲାରେ ଗୁରୁବାର ରାତି ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ପାଇଲଟଙ୍କ ମୃତ୍ୟୁ...

ଟିଏମ୍‌ସି-ଏନ୍‌ସିପି-ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ହୋଇପାରେ ରଦ୍ଦ

ନୂଆଦିଲ୍ଲୀ,୧୭।୭: ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ...

ଦିଲ୍ଲୀର ସ୍ଥିତି ଖରାପ ହେବାରେ ଲାଗିଛି: କେଜରିଓ୍ବାଲ

ନୂଆଦିଲ୍ଲୀ, ୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୁଧବାର ଏକ...

ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍‌ ଲୋକ

ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍‌ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି...

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ନୂଆଦିଲ୍ଲୀ,୨୫।୧୧: ରାଜ୍ୟ ସଭା ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ତଥା ଅହମଦ ପଟେଲଙ୍କ ବୁଧବାର ମଲ୍ଟି ଅରଗାନ ଫେଲ ଯୋଗୁ ପରଲୋକ ଘଟିଛି। ମୃତ୍ୟୁବେଳକୁ...

ହିନ୍ଦୁ ହେବେ ଫିଲ୍ମ ନିର୍ମାତା ଅଲି ଆକବର

ଥିରୁଭାନନ୍ତପୁରମ, ୧୨ା୧୨: ମୁସଲମାନ ଧର୍ମ ତ୍ୟାଗ କରି ହିନ୍ଦୁ ହେବେ କେରଳ ଫିଲ୍ମ ନିର୍ମାତା ଅଲି ଆକବର(୫୮)। ମୁସ୍‌ଲିମ ଧର୍ମ ଉପରୁ ତାଙ୍କର ବିଶ୍ୱାସ ତୁଟି...

Advertisement
Archives

Model This Week