ସାଉଥ୍‌କୋ, ଓ୍ବେସକୋ ହାତେଇଲା ଟିପିସିଏଲ୍‌

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି। ନିକଟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଘରୋଇ କମ୍ପାନୀ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ(ଟିପିସିଏଲ୍‌)କୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ)କୁ ହସ୍ତାନ୍ତର କରିଥିବା ବେଳେ ଏବେ ସାଉଥ୍‌କୋ ଏବଂ ଓ୍ବେସକୋକୁ ୨୫ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏଥିରେ ଟାଟା ପାଓ୍ବାରର ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ୍‌କୋ ହାତରେ ୪୯ ପ୍ରତିଶତ ଅଂଶଧନ ରହିବ। ଏ ନେଇ ଓଇଆର୍‌ସି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଦ୍ୟୁତ୍‌ ଆଇନ ୨୦୦୩ର ସେକ୍ସନ-୨୦ ଅନୁଯାୟୀ କମିଶନ ସାଉଥ୍‌କୋ ପାଇଁ ରିକ୍ୱେଷ୍ଟ ଫର୍‌ ପ୍ରପୋଜାଲ (ଆର୍‌ଏଫ୍‌ପି) ଜାରି କରିଥିଲେ। ଟିପିସିଏଲ୍‌ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛି। କମିଶନ ଡିସେମ୍ବର ୩ ତାରିଖରେ ସାଥ୍‌କୋ ଏବଂ ଓ୍ବେସକୋର ମାଲିକାନା ହସ୍ତାନ୍ତର ପାଇଁ ଲେଟର ଅଫ ଇଣ୍ଟେଣ୍ଟ (ଏଲ୍‌ଓଆଇ) ପ୍ରଦାନ କରିଛନ୍ତି।
ଚୁକ୍ତି ଅନୁଯାୟୀ ସାଉଥ୍‌କୋରେ ଥିବା ସମସ୍ତ କର୍ମଚାରୀଙ୍କୁ ଟିପିସିଏଲ୍‌କୁ ହସ୍ତାନ୍ତର କରାଯାଇଛି। କର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଆସନ୍ତା ୧୦ ବର୍ଷ ମଧ୍ୟରେ ପରିବହନ ଓ ବାଣିଜି୍ୟକ କ୍ଷତି (ଏଟି ଆଣ୍ଡ ସି) ୩୫.୨୯ ପ୍ରତିଶତରୁ ୧୪.୮୦ ପ୍ରତିଶତକୁ ହ୍ରାସ କରିବାକୁ ଚୁକ୍ତିରେ ଉଲ୍ଲେଖ କରାଯାଇଛି। ସେହିପରି ଟିପିସିଏଲ୍‌ ଆସନ୍ତା ୫ ବର୍ଷ ପାଇଁ ବିଦ୍ୟୁତ୍‌ ସୁରକ୍ଷା, ବୈଷୟିକ କ୍ଷେତ୍ରରେ ନିବେଶ, ବିଦ୍ୟୁତ୍‌ ଉନ୍ନତୀକରଣ ଏବଂ ବଣ୍ଟନଜନିତ କ୍ଷତି ଭରଣା ପାଇଁ ପୁଞ୍ଜିନିବେଶ କରିବ। ଚୁକ୍ତି ଅନୁଯାୟୀ ଟିପିସିଏଲ୍‌ ୨୦୨୨ରେ ଏଥିପାଇଁ ୨୨୭କୋଟି, ୨୦୨୩ରେ ୩୧୬ , ୨୦୨୪ରେ ୨୪୧, ୨୦୨୫ରେ ୨୩୩ ଏବଂ ୨୦୨୬ରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିସହିତ ଆସନ୍ତା ୫ ବର୍ଷରେ କମ୍ପାନୀ ୧୦୦ କୋଟି ଟଙ୍କାର ବକେୟା ବିଲ୍‌ ଆଦାୟ କରିବ। କମ୍ପାନୀ ଗ୍ରୀଡ୍‌କୋ ଠାରୁ ବିଦ୍ୟୁତ୍‌ କ୍ରୟ କରିବ। ଚୁକ୍ତି ଦିନ ଠାରୁ ଟିପିସିଏଲ୍‌ ସାଉଥ୍‌କୋର ଦାୟିତ୍ୱ ନେବ। ତେବେ ଗ୍ରୀଡ୍‌କୋକୁ ସାଉଥ୍‌କୋ ଦେବାକୁ ଥିବା ପୁରୁଣା ବକେୟା ଆଦି କିପରି ଭରଣା ହେବ ସେନେଇ ଚୁକ୍ତିନାମାରେ କିଛି ଉଲ୍ଲେଖ କରାଯାଇ ନାହିଁ।
ସେହିପରି ଓ୍ବେସକୋର ବକେୟା ଥିବା ୩୦୦ କୋଟି ଟଙ୍କା ଆସନ୍ତା ୫ ବର୍ଷରେ ଟିପିସିଏଲ ଆଦାୟ କରିବ। ଟିପିସିଏଲ୍‌ ଆସନ୍ତା ୫ ବର୍ଷ ପାଇଁ ବିଦ୍ୟୁତ୍‌ ସୁରକ୍ଷା, ବୈଷୟିକ କ୍ଷେତ୍ରରେ ନିବେଶ, ବିଦ୍ୟୁତ୍‌ ଉନ୍ନତୀକରଣ ଏବଂ ବଣ୍ଟନଜନିତ କ୍ଷତି ଭରଣା ପାଇଁ ପୁଞ୍ଜିନିବେଶ କରିବ। ୨୦୨୨ରେ ଏଥିପାଇଁ ୩୦୬ କୋଟି, ୨୦୨୩ରେ ୫୦୦, ୨୦୨୪ରେ ୩୩୩, ୨୦୨୫ରେ ୩୨୨ଏବଂ ୨୦୨୬ରେ ୨୦୨ କୋଟି ଟଙ୍କା ଖର୍ଚ୍ଚ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?