ସାଉଥ୍‌କୋ, ଓ୍ବେସକୋ ହାତେଇଲା ଟିପିସିଏଲ୍‌

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି। ନିକଟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଘରୋଇ କମ୍ପାନୀ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ(ଟିପିସିଏଲ୍‌)କୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ)କୁ ହସ୍ତାନ୍ତର କରିଥିବା ବେଳେ ଏବେ ସାଉଥ୍‌କୋ ଏବଂ ଓ୍ବେସକୋକୁ ୨୫ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏଥିରେ ଟାଟା ପାଓ୍ବାରର ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ୍‌କୋ ହାତରେ ୪୯ ପ୍ରତିଶତ ଅଂଶଧନ ରହିବ। ଏ ନେଇ ଓଇଆର୍‌ସି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଦ୍ୟୁତ୍‌ ଆଇନ ୨୦୦୩ର ସେକ୍ସନ-୨୦ ଅନୁଯାୟୀ କମିଶନ ସାଉଥ୍‌କୋ ପାଇଁ ରିକ୍ୱେଷ୍ଟ ଫର୍‌ ପ୍ରପୋଜାଲ (ଆର୍‌ଏଫ୍‌ପି) ଜାରି କରିଥିଲେ। ଟିପିସିଏଲ୍‌ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛି। କମିଶନ ଡିସେମ୍ବର ୩ ତାରିଖରେ ସାଥ୍‌କୋ ଏବଂ ଓ୍ବେସକୋର ମାଲିକାନା ହସ୍ତାନ୍ତର ପାଇଁ ଲେଟର ଅଫ ଇଣ୍ଟେଣ୍ଟ (ଏଲ୍‌ଓଆଇ) ପ୍ରଦାନ କରିଛନ୍ତି।
ଚୁକ୍ତି ଅନୁଯାୟୀ ସାଉଥ୍‌କୋରେ ଥିବା ସମସ୍ତ କର୍ମଚାରୀଙ୍କୁ ଟିପିସିଏଲ୍‌କୁ ହସ୍ତାନ୍ତର କରାଯାଇଛି। କର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଆସନ୍ତା ୧୦ ବର୍ଷ ମଧ୍ୟରେ ପରିବହନ ଓ ବାଣିଜି୍ୟକ କ୍ଷତି (ଏଟି ଆଣ୍ଡ ସି) ୩୫.୨୯ ପ୍ରତିଶତରୁ ୧୪.୮୦ ପ୍ରତିଶତକୁ ହ୍ରାସ କରିବାକୁ ଚୁକ୍ତିରେ ଉଲ୍ଲେଖ କରାଯାଇଛି। ସେହିପରି ଟିପିସିଏଲ୍‌ ଆସନ୍ତା ୫ ବର୍ଷ ପାଇଁ ବିଦ୍ୟୁତ୍‌ ସୁରକ୍ଷା, ବୈଷୟିକ କ୍ଷେତ୍ରରେ ନିବେଶ, ବିଦ୍ୟୁତ୍‌ ଉନ୍ନତୀକରଣ ଏବଂ ବଣ୍ଟନଜନିତ କ୍ଷତି ଭରଣା ପାଇଁ ପୁଞ୍ଜିନିବେଶ କରିବ। ଚୁକ୍ତି ଅନୁଯାୟୀ ଟିପିସିଏଲ୍‌ ୨୦୨୨ରେ ଏଥିପାଇଁ ୨୨୭କୋଟି, ୨୦୨୩ରେ ୩୧୬ , ୨୦୨୪ରେ ୨୪୧, ୨୦୨୫ରେ ୨୩୩ ଏବଂ ୨୦୨୬ରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିସହିତ ଆସନ୍ତା ୫ ବର୍ଷରେ କମ୍ପାନୀ ୧୦୦ କୋଟି ଟଙ୍କାର ବକେୟା ବିଲ୍‌ ଆଦାୟ କରିବ। କମ୍ପାନୀ ଗ୍ରୀଡ୍‌କୋ ଠାରୁ ବିଦ୍ୟୁତ୍‌ କ୍ରୟ କରିବ। ଚୁକ୍ତି ଦିନ ଠାରୁ ଟିପିସିଏଲ୍‌ ସାଉଥ୍‌କୋର ଦାୟିତ୍ୱ ନେବ। ତେବେ ଗ୍ରୀଡ୍‌କୋକୁ ସାଉଥ୍‌କୋ ଦେବାକୁ ଥିବା ପୁରୁଣା ବକେୟା ଆଦି କିପରି ଭରଣା ହେବ ସେନେଇ ଚୁକ୍ତିନାମାରେ କିଛି ଉଲ୍ଲେଖ କରାଯାଇ ନାହିଁ।
ସେହିପରି ଓ୍ବେସକୋର ବକେୟା ଥିବା ୩୦୦ କୋଟି ଟଙ୍କା ଆସନ୍ତା ୫ ବର୍ଷରେ ଟିପିସିଏଲ ଆଦାୟ କରିବ। ଟିପିସିଏଲ୍‌ ଆସନ୍ତା ୫ ବର୍ଷ ପାଇଁ ବିଦ୍ୟୁତ୍‌ ସୁରକ୍ଷା, ବୈଷୟିକ କ୍ଷେତ୍ରରେ ନିବେଶ, ବିଦ୍ୟୁତ୍‌ ଉନ୍ନତୀକରଣ ଏବଂ ବଣ୍ଟନଜନିତ କ୍ଷତି ଭରଣା ପାଇଁ ପୁଞ୍ଜିନିବେଶ କରିବ। ୨୦୨୨ରେ ଏଥିପାଇଁ ୩୦୬ କୋଟି, ୨୦୨୩ରେ ୫୦୦, ୨୦୨୪ରେ ୩୩୩, ୨୦୨୫ରେ ୩୨୨ଏବଂ ୨୦୨୬ରେ ୨୦୨ କୋଟି ଟଙ୍କା ଖର୍ଚ୍ଚ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri