ସାମ୍ନାକୁ ଆସିଲା #VIROSHଙ୍କ ବିବାହ ଫଟୋ, ପୋଷ୍ଟ ଲେଖି ରୋମାଣ୍ଟିକ୍‌ ହେଲେ କପଲ୍‌…ଦେଖନ୍ତୁ

ଉଦୟପୁର: ସରିଲା ଅପେକ୍ଷା। ଦୀର୍ଘ ଦିନର ଚର୍ଚ୍ଚା ଓ ପ୍ରତୀକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସାଉଥ ସୁପରଷ୍ଟାର୍‌ ବିଜୟ ଦେବରକୋଣ୍ଡାଏବଂ ରଶ୍ମିକା ମନ୍ଦାନା। ଆଜି ଏହି ବହୁଚର୍ଚ୍ଚିତ ବିବାହ ସମ୍ପନ୍ନ ହେବା ପରେ ସୋସିଆଲ ମିଡିଆରେ ସେମାନଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି।

Rashmika Mandanna and Vijay Deverakonda share photos from their wedding

ବିଗତ ଦିନରେ ନିଜ ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି ନ ଥିଲେ ଏହି ଯୋଡ଼ି। ହେଲେ ବିବାହ ପରେ ପରସ୍ପର ପାଇଁ ସେମାନେ ଲମ୍ବା ପୋଷ୍ଟ ଲେଖିଛନ୍ତି। ରଶ୍ମିକା ଲେଖିଛନ୍ତି “ମୋ ସ୍ବାମୀ ମିଷ୍ଟର୍‌ ବିଜୟ ଦେବରକୋଣ୍ଡାଙ୍କୁ ଭେଟନ୍ତୁ। ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋତେ ପ୍ରକୃତ ପ୍ରେମ ଓ ଶାନ୍ତିର ଅନୁଭବ କରାଇଛନ୍ତି। ସେ ମୋତେ ବଡ଼ ସ୍ବପ୍ନ ଦେଖିବାକୁ ଏବଂ ନିଜ ଉପରେ ବିଶ୍ୱାସ କରିବା ଶିଖାଇଛନ୍ତି। ସତରେ କହିବାକୁ ଗଲେ, ମୁଁ ତାଙ୍କ ଉପରେ ଗୋଟିଏ ପୂରା ବହି ଲେଖିପାରିବି।”

Rashmika Mandanna, Vijay Deverakonda share first photos from haldi ceremony

ଅପରପକ୍ଷେ ବିଜୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଦିନେ ମୁଁ ତାଙ୍କୁ ଏତେ ମିସ୍‌ କଲି ଯେ ମୋତେ ଅନୁଭବ ହେଲା ଯଦି ସେ ମୋ ସାଥିରେ ଥାନ୍ତେ, ତେବେ ମୋର ପ୍ରତିଟି କାମ ଆହୁରି ସୁନ୍ଦର ହୋଇଥାନ୍ତା। ମୋତେ ଘର ଭଳି ଶାନ୍ତି ଅନୁଭବ କରିବା ପାଇଁ ତାଙ୍କର ଆବଶ୍ୟକତା ଥିଲା। ତେଣୁ ମୁଁ ମୋର ସବୁଠାରୁ ଭଲ ସାଙ୍ଗକୁ ନିଜର ପତ୍ନୀ କରିନେଇଛି।

ଉଭୟଙ୍କ ପୋଷ୍ଟ ପରେ ପ୍ରଶଂସକମାନେ ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛାରେ ପୋତି ପକାଉଛନ୍ତି। ଏହି ଷ୍ଟାର୍‌ ଯୋଡ଼ିଙ୍କ ଫଟୋ ଏବେ ଇଣ୍ଟରନେଟ୍‌ରେ ବେଶ ଭାଇରାଲ ହେବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri