ମହିଳାମାନେ ବି କରିପାରିବେ ଅନେକ ବିବାହ

ଜୋହାନ୍ସବର୍ଗ,୨୯।୬: ଦକ୍ଷିଣ ଆଫ୍ରିକା ସରକାର ନିଜର ଏକ ବିବାଦୀୟ ପ୍ରସ୍ତାବକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅନେକ ଦେଶରେ ପୁରୁଷଙ୍କର ଏକରୁ ଅଧିକ ପତ୍ନୀଙ୍କୁ ବିବାହ କରିବାର ଅଧିକାର ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ମହିଳାକ୍ଷେତ୍ରରେ ସମାନ ଅଧିକାର ନାହିଁ। ତେଣୁ ଏହାକୁ ନେଇ ଦକ୍ଷିଣ ଆଫ୍ରିକାରେ ଏବେ ବିତର୍କ ଚାଲିଥିବା ବେଳେ ମହିଳାଙ୍କୁ ଏକାଧିକ ବିବାହ ଅନୁମତି ଦେବାକୁ ସରକାର ଏକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ଦେଶର ଅନେକ ଲୋକ ତଥା କିଛି ଧାର୍ମିକ ସଂଗଠନ ଓ ରାଜନୈତିକ ଦଳର ନେତାମାନେ ଏହାକୁ ବିରୋଧ କରିଛନ୍ତି। ଏହି ବ୍ୟବସ୍ଥା ଦକ୍ଷିଣ ଆଫ୍ରିକାରର ସଂସ୍କୃତିକୁ ଧ୍ୱଂସ କରିଦେବ ବୋଲି କୁହାଯାଉଛି। ମହିଳାମାନେ କେବେ ବି ପୁରୁଷଙ୍କ ସ୍ଥାନ ନେଇପାରିବେ ନାହିଁ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାକୁ ଉଦାରବାଦୀ ଦେଶ ଭାବେ ବିବେଚନା କରାଯାଏ। ପୂର୍ବରୁ ଦେଶରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇଥିବା ବେଳେ ପୁରୁଷମାନେ ମଧ୍ୟ ଏକାଧିକ ସ୍ତ୍ରୀ ରଖିପାରିବେ ବୋଲି ଦେଶରେ ଆଇନଗତ ଅଧିକାର ରହିଛି। କିନ୍ତୁ ବର୍ତ୍ତମାନ ମହିଳାଙ୍କୁ ବି ସମାନ ଅଧିକାର ଦିଆଯିବା ପାଇଁ ସ୍ବେଚ୍ଛାସେବୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଉ ଏହାକୁ ଆଇନର ମାନ୍ୟତା ଦେବାକୁ ସେମାନେ ସରକାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଦକ୍ଷିଣ ଆଫ୍ରିକାର ଗୃହମନ୍ତ୍ରଣାଳୟ କାମ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବନ୍ଦ

କଲମ୍ବୋ,୩ା୪: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟରାତ୍ରିରୁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫେସବୁକ୍‌, ଟୁଇଟର, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌, ସ୍ନାପ୍‌ଚାଟ୍‌, ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ସହିତ...

ଲକ୍‌ଡାଉନ୍‌ରେ ଗର୍ଭବତୀ ନାବାଳିକାଙ୍କ ସଂଖ୍ୟା ବୃଦ୍ଧି, ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବଢ଼ିଲା…

ହରାରେ, ୨୮।୫ : ଜିମ୍ବାୱେରେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୬ ବର୍ଷ ବୟସ ଥିଲା।...

କାଲିଫର୍ନିଆ ଆସେମ୍ଳିରେ ଦାବି-୧୯୮୪ ଶିଖ ବିରୋଧି ହିଂସାକୁ ଦିଆଯାଉ ନରସଂହାରର ମାନ୍ୟତା

ଓ୍ବାଶିଂଟନ,୧୨।୪: କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ...

ପାକିସ୍ତାନରେ ପ୍ରଥମ କରୋନା ରୋଗୀ ମୃତ

ଇସ୍‌ଲାମାବାଦ,୧୭।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହା କବଳରେ ଏପର୍ଯ୍ୟନ୍ତ ୧୬୦ ଦେଶ ରହିଛି। ଏଥିରୁ ପାକିସ୍ତାନ ମଧ୍ୟ ବର୍ତ୍ତି ପାରିନାହିଁ। ପାକିସ୍ତାନରେ...

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ,...

କରୋନା ଭାଇରସକୁ ହରାଇଲେ ଶତାୟୁ

ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା...

ଭାରତ-ମାଲେସିଆ ସମ୍ପର୍କକୁ ୬୫ ପୂରଣ…

ନୂଆଦିଲ୍ଲୀ/ମାଲେ, ୧୨।୯ : ଭାରତ ଏବଂ ମାଲେସିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୬୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ କୁଆଲାଲମ୍ପୁରରେ ଏକ ସମ୍ମିଳନୀରେ ଭାରତ-ମାଲେସିଆ...

କରୋନା ଯୋଗୁ ଚାଇନାରେ ବଢୁଛି ଛାଡ଼ପତ୍ର ମାମଲା

ବେଜିଂ,୧୪।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକେ ଘରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଏହାଦ୍ୱାରା ସ୍ତ୍ରୀ-ସ୍ବାମୀ ଅଧିକ ସମୟ ଧରି ଏକାଠି ରହୁଥିବାରୁ...

Advertisement
Archives

Model This Week