ଏକରୁ ଅଧିକ ସ୍ବାମୀ ରଖିପାରିବେ ମହିଳା!

କେପ୍‌ଟାଉନ୍‌,୨୯।୬: ଗୋଟିଏ ବିବାଦୀୟ ପ୍ରସ୍ତାବ ଯୋଗୁ ଦକ୍ଷିଣ ଆଫ୍ରିକା ସରକାର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ମହିଳାମାନେ ଏକରୁ ଅଧିକ ସ୍ବାମୀ ରଖିପାରିବେ। ଏହି ଦେଶର ପୁରୁଷଙ୍କ ପାଇଁ ପୂର୍ବରୁ ଏକରୁ ଅଧିକ ବିବାହ କରିବା ପାଇଁ ମଞ୍ଜୁରୀ ମିଳିଥିଲା। ଏବେ ସରକାର ଏମିତି କିଛି ମହିଳାଙ୍କ ପାଇଁ କରିବାକୁ ଚାହୁଁଛନ୍ତି। ତେବେ ଦକ୍ଷିଣ ଆଫ୍ରିକାର ରୁଢିବାଦୀ ସଂଗଠନମାନେ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣାଶୁଣା ବ୍ୟବସାୟୀ ତଥା ଟିଭିର ଲୋକପ୍ରିୟ ବ୍ୟକ୍ତିତ୍ୱ ମୁସା ମସଲେକୁ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ସେ କହିଛନ୍ତି,ଏହି ପ୍ରସ୍ତାବ ଆଇନ୍‌ରେ ପରିଣତ ହେଲେ ଦକ୍ଷିଣ ଆଫ୍ରିକା ସଂସ୍କୃତି ଶେଷ ହୋଇଯିବ। ମହିଳାମାନେ କେବେ ପୁରୁଷଙ୍କ ସ୍ଥାନ ନେଇପାରିବେ ନାହିଁ। ଏହା ବ୍ୟତୀତ, ସେ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଏହି ନିୟମ ପାସ ହେବା ପରେ ମହିଳାମାନେ ପୁରୁଷଙ୍କ ପାଇଁ ଲୋବୋଲା ଦେବେ କି? ଆଫ୍ରିକୀୟ ସଂସ୍କୃତିରେ ଲୋବୋଲାକୁ ବର ମୂଲ୍ୟ କୁହାଯାଏ ଯାହା ପୁରୁଷଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହାଛଡା ମୁସା କହିଛନ୍ତି, ଯଦି ଏଭଳି କିଛି ଆଇନ୍‌ ଆସିବ ତେବେ ପିଲାଙ୍କ ଭବିଷ୍ୟତ କ’ଣ ହେବ। ପୁରୁଷମାନେ ଯଦି ଏକରୁ ଅଧିକ ବିବାହ କରନ୍ତି ତେବେ ଏହା ଏକ ପ୍ରଚଳିତ ପ୍ରଥା। କିନ୍ତୁ ଯଦି ମହିଳାମାନେ ଏକରୁ ଅଧିକ ବିବାହ କରନ୍ତି ତେବେ ପୁରୁଷମାନେ ଏହାକୁ ସହ୍ୟ କରି ପାରିବେ ନାହିଁ କାରଣ ସେମାନେ ଅତ୍ୟଧିକ ଇର୍ଷାପରାୟଣ ଅଟନ୍ତି ଏବଂ ସମାଜ ଭାଙ୍ଗିଯିବ ବୋଲି ସେ ମତ ଦେଇଛନ୍ତି। ଯଦିଓ ମୁଶାଙ୍କର ଚାରୋଟି ସ୍ତ୍ରୀ ଅଛନ୍ତି, ତଥାପି ମହିଳାମାନଙ୍କ ପାଇଁ ଏକରୁ ଅଧିକ ବିବାହର ନିୟମ ସହିତ ତାଙ୍କର ଏକ ସମସ୍ୟା ଅଛି। ଉଲ୍ଲେଖନୀୟ କଥା ହେଉଛି, ଦକ୍ଷିଣ ଆଫ୍ରିକାର ପଡୋଶୀ ଦେଶ ଜିମ୍ବାୱେରେ ମହିଳାମାନଙ୍କର ଏକରୁ ଅଧିକ ସ୍ବାମୀ ରହିବାର ଅଧିକାର ଅଛି। ସୂଚନାଯୋଗ୍ୟ ଯେ ଏହି ପ୍ରସ୍ତାବ ଦକ୍ଷିଣ ଆଫ୍ରିକାର ଗୃହ ବିଭାଗ ଦ୍ୱାରା ଅନୁମୋଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri