ଏକରୁ ଅଧିକ ସ୍ବାମୀ ରଖିପାରିବେ ମହିଳା!

କେପ୍‌ଟାଉନ୍‌,୨୯।୬: ଗୋଟିଏ ବିବାଦୀୟ ପ୍ରସ୍ତାବ ଯୋଗୁ ଦକ୍ଷିଣ ଆଫ୍ରିକା ସରକାର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ମହିଳାମାନେ ଏକରୁ ଅଧିକ ସ୍ବାମୀ ରଖିପାରିବେ। ଏହି ଦେଶର ପୁରୁଷଙ୍କ ପାଇଁ ପୂର୍ବରୁ ଏକରୁ ଅଧିକ ବିବାହ କରିବା ପାଇଁ ମଞ୍ଜୁରୀ ମିଳିଥିଲା। ଏବେ ସରକାର ଏମିତି କିଛି ମହିଳାଙ୍କ ପାଇଁ କରିବାକୁ ଚାହୁଁଛନ୍ତି। ତେବେ ଦକ୍ଷିଣ ଆଫ୍ରିକାର ରୁଢିବାଦୀ ସଂଗଠନମାନେ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣାଶୁଣା ବ୍ୟବସାୟୀ ତଥା ଟିଭିର ଲୋକପ୍ରିୟ ବ୍ୟକ୍ତିତ୍ୱ ମୁସା ମସଲେକୁ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ସେ କହିଛନ୍ତି,ଏହି ପ୍ରସ୍ତାବ ଆଇନ୍‌ରେ ପରିଣତ ହେଲେ ଦକ୍ଷିଣ ଆଫ୍ରିକା ସଂସ୍କୃତି ଶେଷ ହୋଇଯିବ। ମହିଳାମାନେ କେବେ ପୁରୁଷଙ୍କ ସ୍ଥାନ ନେଇପାରିବେ ନାହିଁ। ଏହା ବ୍ୟତୀତ, ସେ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଏହି ନିୟମ ପାସ ହେବା ପରେ ମହିଳାମାନେ ପୁରୁଷଙ୍କ ପାଇଁ ଲୋବୋଲା ଦେବେ କି? ଆଫ୍ରିକୀୟ ସଂସ୍କୃତିରେ ଲୋବୋଲାକୁ ବର ମୂଲ୍ୟ କୁହାଯାଏ ଯାହା ପୁରୁଷଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହାଛଡା ମୁସା କହିଛନ୍ତି, ଯଦି ଏଭଳି କିଛି ଆଇନ୍‌ ଆସିବ ତେବେ ପିଲାଙ୍କ ଭବିଷ୍ୟତ କ’ଣ ହେବ। ପୁରୁଷମାନେ ଯଦି ଏକରୁ ଅଧିକ ବିବାହ କରନ୍ତି ତେବେ ଏହା ଏକ ପ୍ରଚଳିତ ପ୍ରଥା। କିନ୍ତୁ ଯଦି ମହିଳାମାନେ ଏକରୁ ଅଧିକ ବିବାହ କରନ୍ତି ତେବେ ପୁରୁଷମାନେ ଏହାକୁ ସହ୍ୟ କରି ପାରିବେ ନାହିଁ କାରଣ ସେମାନେ ଅତ୍ୟଧିକ ଇର୍ଷାପରାୟଣ ଅଟନ୍ତି ଏବଂ ସମାଜ ଭାଙ୍ଗିଯିବ ବୋଲି ସେ ମତ ଦେଇଛନ୍ତି। ଯଦିଓ ମୁଶାଙ୍କର ଚାରୋଟି ସ୍ତ୍ରୀ ଅଛନ୍ତି, ତଥାପି ମହିଳାମାନଙ୍କ ପାଇଁ ଏକରୁ ଅଧିକ ବିବାହର ନିୟମ ସହିତ ତାଙ୍କର ଏକ ସମସ୍ୟା ଅଛି। ଉଲ୍ଲେଖନୀୟ କଥା ହେଉଛି, ଦକ୍ଷିଣ ଆଫ୍ରିକାର ପଡୋଶୀ ଦେଶ ଜିମ୍ବାୱେରେ ମହିଳାମାନଙ୍କର ଏକରୁ ଅଧିକ ସ୍ବାମୀ ରହିବାର ଅଧିକାର ଅଛି। ସୂଚନାଯୋଗ୍ୟ ଯେ ଏହି ପ୍ରସ୍ତାବ ଦକ୍ଷିଣ ଆଫ୍ରିକାର ଗୃହ ବିଭାଗ ଦ୍ୱାରା ଅନୁମୋଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri