Posted inଜାତୀୟ

ସୋରୋସ୍‌ ଖୋଲିଲେ ଆଦାନୀ ପେଡ଼ି

ନୂଆଦିଲ୍ଲୀ,୧ା୯(ପି.ଟି.):ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ସମୂହ ବିରୋଧରେ ନୂଆ ଅଭିଯୋଗ ଆସିଛି। ଆଦାନୀ ଗ୍ରୁପ୍‌ ଶେୟାରରେ ଆଦାନୀଙ୍କ ପରିବାର ସହଯୋଗୀମାନେ ଗୋପନୀୟ ଭାବେ ବହୁ କୋଟି ଟଙ୍କା ନିବେଶ କରିଥିଲେ। ମରିସସ୍‌ରେ ଥିବା ଓପାକ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ଜରିଆରେ ଏହି ବୃହତ୍‌ ପୁଞ୍ଜିନିବେଶ ଯୋଗୁ ୨୦୧୩ରୁ ୨୦୧୮ ମଧ୍ୟରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ୍‌ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି) ପକ୍ଷରୁ ଗୁରୁବାର ଏହି ଚାଞ୍ଚଲ୍ୟକର ପ୍ରଘଟ କରାଯାଇଛି। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଏହାକୁ ଖଣ୍ଡନ କରିଛି।
ଓସିସିଆର୍‌ପି କହିଛି ଯେ, ଆମ ହାତରେ କେତେକ ଦସ୍ତାବିଜ ଲାଗିଛି। ପ୍ରମୋଟର ପରିବାରର ସହଯୋଗୀଙ୍କ ଦ୍ୱାରା ପରିଚାଳିତ ମରିସସ୍‌ର ୨ଟି ଫଣ୍ଡ୍‌ରେ ନିବେଶ କରାଯାଇଥିଲା। ବନ୍ଦରରୁ ନେଇ ଶକ୍ତି କ୍ଷେତ୍ର ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ଆଦାନୀ ସମୂହର ଶେୟାର ପ୍ରାଇସ୍‌ ହଠାତ୍‌ ବଢ଼ିଯାଇଥିଲା। ଗୌତମ ଆଦାନୀଙ୍କ ବଡ଼ଭାଇ ବିନୋଦ ଆଦାନୀଙ୍କ ୨ ଜଣ ଘନିଷ୍ଠ ସହଯୋଗୀ ହେଉଛନ୍ତି ମରିସସ୍‌ଭିତ୍ତିକ କମ୍ପାନୀଗୁଡ଼ିକର ମୁଖ୍ୟ ହିତାଧିକାରୀ, ଯାହାଙ୍କ ଜରିଆରେ ଟଙ୍କାର ସ୍ରୋତ ଖୋଲିଥିବା ମନେକରାଯାଉଛି।
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ନାସିର ଅଲୀ ଶବାନ ଅହଲି ଏବଂ ତାଇଓ୍ବାନର ଚାଙ୍ଗ୍‌ଚୁଙ୍ଗ୍‌-ଲିଙ୍ଗ୍‌ ପାରମ୍ପରିକ ଭାବେ ମରିସସ୍‌ ଫଣ୍ଡ୍‌ଗୁଡ଼ିକ ଜରିଆରେ ଆଦାନୀ ଗ୍ରୁପ୍‌ରେ ଦୀର୍ଘବର୍ଷ ଧରି ଅନେକ ଶହ କୋଟି ଟଙ୍କା ନିବେଶ କରିଥିଲେ। ଏହି ଦୁଇ ଫଣ୍ଡ୍‌ ଦୁବାଇର ଏକ କମ୍ପାନୀ ତତ୍ତ୍ୱାବଧାନରେ ପରିଚାଳିତ, ଯାହାର ମାଲିକ ହେଉଛନ୍ତି ବିନୋଦ ଆଦାନୀ। ଏହି ସନ୍ଦିଗ୍ଧ କାରବାର ନେଇ ୨୦୧୪ରେ ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ପ୍ରମାଣ ଦିଆଯାଇଥିଲା ବୋଲି ଓସିସିଆର୍‌ପି ଏକ ପତ୍ରକୁ ଅନୁଧ୍ୟାନ କରି ଅଭିଯୋଗ ଆଣିଛି। ୨୦୧୪ରେ ସେବି ମୁଖ୍ୟ ଥିବା ୟୁ.କେ. ସିହ୍ନା ବର୍ତ୍ତମାନ ଆଦାନୀ ମାଲିକାନାରେ ଥିବା ନ୍ୟୁଜ୍‌ ଚ୍ୟାନେଲ ଏନ୍‌ଡିଟିଭିର ଜଣେ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ।
ଆମେରିକୀୟ ଶର୍ଟ-ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗତ ଜାନୁୟାରୀରେ ଆଦାନୀ ଗ୍ରୁପ୍‌ର କଳାକାରନାମା ଉପରୁ ପରଦା ହଟାଇବା ପରେ ପୁଞ୍ଜି ବଜାରରେ ତାଲିକାଭୁକ୍ତ ଆଦାନୀ ଗ୍ରୁପ୍‌ର ୧୦ କମ୍ପାନୀ ଶେୟାର ମୂଲ୍ୟ ଅତି ତଳକୁ ଖସିଯାଇଥିଲା। ଫଳରେ ଗୌତମ ଆଦାନୀଙ୍କୁ ପ୍ରାୟ ୧୫୦ ବିଲିୟନ୍‌ ଡଲାର ହରାଇବାକୁ ପଡ଼ିଥିଲା। ଉକ୍ତ କମ୍ପାନୀଗୁଡ଼ିକର ଆକାଉଣ୍ଟ ଏବଂ ଷ୍ଟକ୍‌ ପ୍ରାଇସ୍‌ରେ ହେରଫେର କରାଯାଇଥିବା ସେତେବେଳେ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିଥିଲା। ଏହାର ୭ ମାସ ନ ବିତୁଣୁ ହଙ୍ଗେରୀୟ-ଆମେରିକୀୟ ନିବେଶକ ଜର୍ଜ ସୋରୋସ୍‌ଙ୍କ ଓସିସିଆର୍‌ପି ପକ୍ଷରୁ ଆଗତ ଅଭିଯୋଗକୁ ଗୁରୁବାର ଆଦାନୀ ଗ୍ରୁପ୍‌ ପୁରୁଣା ଅଭିଯୋଗର ରିସାଇକ୍ଲିଂ ବୋଲି ଅଭିହିତ କରିଛି। ପ୍ରକାଶ ଯେ, ଗୌତମ ଆଦାନୀଙ୍କ ଶିଳ୍ପ ସାମ୍ରାଜ୍ୟରେ ହୋଇଥିବା ବୃହତ୍‌ ଷ୍ଟକ୍‌ ଅନିୟମିତତା ପରିପ୍ରେକ୍ଷୀରେ ବିଦେଶୀ ନିବେଶକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଜବାବ ଚାହୁଁଥିବା କହି ସୋରୋସ୍‌ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri