ଫିଲ୍ମ, ଧାରାବାହିକ ଶୁଟିଂ ପାଇଁ ଏସ୍‌ଓପି

ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ମହାମାରୀ ପାଇଁ ଦୀର୍ଘଦିନ ଧରି ବନ୍ଦ ଥିବା ଓଡ଼ିଆ ଫିଲ୍ମ ଏବଂ ଧାରାବାହିକର ଶୁଟିଂ ପାଇଁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରିଛନ୍ତି। ଉଭୟ ଇନ୍‌ଡୋର ଓ ଆଉଟ୍‌ଡୋର୍‌ ଶୁଟିଂ ସହ ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଏହି ଏସ୍‌ଓପି ଅନୁକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସଂକ୍ରମଣ ବଢୁଥିବାରୁ ଶୁଟିଂ ସେଟ୍‌ରେ ସମସ୍ତ ପ୍ରକାର କୋଭିଡ୍‌ ନିୟମ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏନେଇ ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏମ୍‌ଡିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ପ୍ରଡକ୍ସନ ସଂସ୍ଥାଗୁଡ଼ିକ କଳାକାର, କର୍ମଚାରୀ ଓ ଅନ୍ୟ ଷ୍ଟେକ୍‌ ହୋଲ୍ଡରମାନଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ସହ ପ୍ରାକ୍‌ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ୬୫ବର୍ଷରୁ ଅଧିକ ବୟସ୍କ କଳାକାର କିମ୍ବା କ୍ରିଉ ସଦସ୍ୟ ଓ ଦର୍ଶକ ଶୁଟିଂ ସେଟ୍‌ ଯିବେନାହିଁ। ଶୁଟିଂରେ ସାମିଲ ଥିବା କେହି କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେଲେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ପଠାଯିବ। ପ୍ରତିଦିନ ଶୁଟିଂକୁ ଯିବା ପୂର୍ବରୁ ସମସ୍ତଙ୍କର ତାପମାତ୍ରା ଯାଞ୍ଚ କରାଯିବା ସହ ଅନ୍ୟ ଲକ୍ଷଣ ସମ୍ପର୍କରେ ପଚରାଯିବ। ଯଥାସମ୍ଭବ ବିନା ଏସି କୋଠରୀ ଏବଂ ଟେଣ୍ଟ ବ୍ୟବହାର କରାଯିବା ସହ ୫ଜଣରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭିତରକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ମୁଖ୍ୟ କଳାକାରଙ୍କୁ ଛାଡ଼ି ମାତ୍ର ୩୦ ପ୍ରତିଶତ କ୍ରିଉ ସଦସ୍ୟଙ୍କୁ ସଂସ୍ଥାଗୁଡ଼ିକ ସେଟ୍‌ରେ ରଖିପାରିବେ। ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ ହେବ। ଅନୁମତି ପାଇଥିବା କଳାକାର ଏବଂ କ୍ରିଉ ସଦସ୍ୟମାନେ ଶୁଟିଂ ସେଟ୍‌କୁ ଯିବାବେଳେ ନିଜ ପରିଚୟ ପତ୍ର ଦେଖାଇବେ। ସମସ୍ତେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବେ। ବ୍ୟବହୃତ ସମସ୍ତ ଉପକରଣକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ। ବନ୍ଦ କ୍ୟାମ୍ପସ୍‌ ନଚେତ୍‌ ଷ୍ଟୁଡିଓ ଭିତରେ କେବଳ ଶୁଟିଂକୁ ଅନୁମତି ମିଳିବ।
ସେହିଭଳି ଯଥାସମ୍ଭବ ଫେସ୍‌ଟାଇମ୍‌, ଜୁମ୍‌ ଏବଂ ସ୍କାଇପି ମାଧ୍ୟମରେ କାଷ୍ଟିଂ କରିବାକୁ କୁହାଯାଇଛି। ସେହିଭଳି ବ୍ରଶ ମାଧ୍ୟମରେ ମେକଅପ୍‌ କରାଯିବ। ମେକ୍‌ଅପ୍‌ ଆର୍ଟିଷ୍ଟ ଥରେ ମେକ୍‌ଅପ୍‌ କରିବାପରେ ହାତକୁ ଭଲଭାବେ ସାନିଟାଇଜ୍‌ କରି ଅନ୍ୟଜଣଙ୍କୁ ମେକ୍‌ଅପ୍‌ କରିବେ। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ମେକ୍‌ଅପ୍‌ କିଟ୍‌ ରଖାଯିବା ସହ ମେକ୍‌ଅପ୍‌ ଆର୍ଟିଷ୍ଟ ପିପିଇ କିଟ୍‌ କିମ୍ବା ଫେସ୍‌ ସିଲ୍‌ଡ ପିନ୍ଧିବା ବାଧ୍ୟତାମୂଳକ। ସେହିଭଳି କଷ୍ଟ୍ୟୁମ୍‌ ପରିଧାନ ବେଳେ ମଧ୍ୟ ଏସ୍‌ଓପିକୁ କଡ଼ାକଡ଼ି ଭାବେ ଅନୁକରଣ କରିବାକୁ କୁହାଯାଇଛି। ଆଉଟ୍‌ଡୋର୍‌ ଶୁଟିଂ ଏବଂ ରାଜ୍ୟ ବାହାରେ ଶୁଟିଂ କରିବାକୁ ଯଥାସମ୍ଭବ ବାରଣ କରିବାକୁ କୁହାଯାଇଛି। ବାହାରକୁ ଶୁଟିଂ କରିବାକୁ ଗଲେ ରାଜ୍ୟ ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ। କ୍ରିଉ ସଦସ୍ୟଙ୍କ ପାଇଁ ଶୁଟିଂସ୍ଥଳୀରେ ରହିବାର ବ୍ୟବସ୍ଥା କରାଯିବ ବୋଲି ଏସ୍‌ଓପିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?