ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ ସୌନ୍ଦର୍ଯ୍ୟା। ସୌନ୍ଦର୍ଯ୍ୟା ବଲିଉଡ୍‌ରେ ମାତ୍ର ଗୋଟିଏ ଫିଲ୍ମ ‘ସୂର୍ଯ୍ୟବଂଶମ’ରେ କାମ କରିଛନ୍ତି। ଆଜି ହେଉଛି ଏହି ଅଭିନେତ୍ରୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ।
ସୌନ୍ଦର୍ଯ୍ୟାଙ୍କ ପ୍ରକୃତ ନାମ ସୌମ୍ୟା ସତ୍ୟନାରାୟଣ । ସେ ୧୮ ଜୁଲାଇ ୧୯୭୨ରେ କର୍ନାଟକର କୋଲାରରେ ଜନ୍ମଗ୍ରହଣ କରିଥିଲେ। ଅଭିନେତ୍ରୀଙ୍କର ପେ୍‌ଳନ୍‌ କ୍ରାସ୍‌ରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ସେ ୨ ମାସର ଗର୍ଭବତୀ ଥିଲେ।
ତେବେ ମୃତ୍ୟୁର ଗୋଟିଏ ବର୍ଷ ପୂର୍ବରୁ ସେ ସପ୍ଟଓ୍ବେୟାର ଇଞ୍ଜିନିୟର ଜିଏସ୍‌ ରଘୁଙ୍କୁ ବିବାହ କରିଥିଲେ। ୧୨ ବର୍ଷର ଫିଲ୍ମ କ୍ୟାରିୟରରେ ସୌନ୍ଦର୍ଯ୍ୟା ୧୧୪ ଫିଲ୍ମରେ କାମ କରିଥିଲେ।
୧୭ ଏପ୍ରିଲ, ୨୦୦୪ରେ ଏକ ପ୍ଲେନ୍‌ କ୍ରାସରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ସେ ମାତ୍ର ୩୧ ବର୍ଷର ଥିଲେ। ୧୭ ଏପ୍ରିଲ , ୨୦୦୪ରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ କରିମନଗର ଯାଉଥିଲେ। ୪ଟି ସିଟ୍‌ ବିଶିଷ୍ଟ ପ୍ରାଇଭେଟ ବିମାନରେ ସେ ବେଙ୍ଗାଲୁରର ଜକ୍କୁର ଏୟାରଫିଲ୍ମରୁ ସକାଳ ୧୧.୫ରେ ଉଡ଼ାଣ ଆରମ୍ଭ କରିଥିଲେ। ପ୍ରାୟ ୧୦୦ ଫୁଟ ଉପରକୁ ଯିବାପରେ ତାଙ୍କର ପ୍ଲେନ୍‌ କ୍ରାସ ହୋଇଥିଲା। ଫ୍ଲେନ୍‌ରେ ସୌନ୍ଦର୍ଯ୍ୟାଙ୍କ ସମେତ ତାଙ୍କ ଭାଇ ଅମରନାଥ, ହିନ୍ଦୁଜାଗରଣ ସିମତିର ସେକ୍ରେଟାରୀ ରମେଶ କଦମ ଏବଂ ପାୟଲଟ ଜୟ ଫିଲିପ ଥିଲେ। ପ୍ଲେନ୍‌ କ୍ଲାସ୍‌ ପରେ ପରିବାରକୁ ଅଭିନେତ୍ରୀଙ୍କ ମୃତଦେହ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି...

ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାରେ ଓଡିଆ ପୁଅ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଅଭିନେତା ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଯୋଡିକୁ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି...

ହଲ୍‌ ଛାତରେ ନାଚିଲେ କ୍ରିତି

ମୁମ୍ବାଇ: ନିଜର ଅପ୍‌କମିଂ ଫିଲ୍ମ ‘ଭେଡିଆ’ର ପ୍ରମୋଶନ୍‌ରେ ଏବେ ବ୍ୟସ୍ତ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌। ଶୁକ୍ରବାର ଫିଲ୍ମର ପ୍ରମୋଶନ୍‌ କରିବା ସମୟରେ କ୍ରିତି ମୁମ୍ବାଇର...

ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଲେଖକ ଚେତନ...

ବଲିଉଡ୍‌ ହାଲ୍‌ଚାଲ୍‌

‘ହେଲେନ୍‌’ ସିନେମାର ହିନ୍ଦୀ ରିମେକ୍‌ ହେବାକୁ ଯାଉଛି। ଜାହ୍ନବୀ କପୁର ଏହାର ଟାଇଟଲ ଭୂମିକାରେ ଅଭିନୟ କରିବେ। ଉକ୍ତ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନ୍‌ରୁ...

୫୯ ବର୍ଷରେ ପଦାର୍ପଣ କଲେ ରତି ଅଗ୍ନିହୋତ୍ରୀ: ଫିଲ୍ମରେ ଅଭିନୟ ପାଇଁ ସହିଥିଲେ ବହୁ ଅତ୍ୟାଚାର

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ମଙ୍ଗଳବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ,...

ଜୟାଙ୍କ ସହ ଲଣ୍ଡନ ଯିବା ପୂର୍ବରୁ ଅମିତାଭଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ ବାପା: ପୂରା ଘଟଣା ଜାଣିଲେ…

ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ...

ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ...

Advertisement
Archives

Model This Week