Posted inଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସୋନୁଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ନିଜେ ଓହରି ଯାଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ ସୂଚନା ଦେଇଛନ୍ତି। ସୋନୁଙ୍କ ଭଉଣୀ ମାଳବିକା ସୁଦ ଏଥର ପଞ୍ଜାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋନୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ନିର୍ବାଚନ ଆୟୋଗ ନିର୍ବାଚନ ବେଳେ ଲୋକଙ୍କ ମତାଧିକାର ହାରକୁ ବୃଦ୍ଧି କରିବା ପାଇଁ ସୋନୁଙ୍କୁ ଷ୍ଟେଟ ଆଇକନ ଭାବେ ନିଯୁକ୍ତି ଦେଇଥିଲେ। ସେ ଲୋକମାନଙ୍କୁ ମତାଧିକାର ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆସିବା ପାଇଁ ଉତ୍ସାହିତ କରିଥାଆନ୍ତେ। ତେବେ ସୋନୁ ଟୁଇଟ୍‌ କରି କହିଛନ୍ତି, ସବୁ ଭଲ ଜିନିଷ ପରି ଏହି ଯାତ୍ରା ମଧ୍ୟ ଶେଷ ହୋଇଛି। ମୁଁ ମୋ ନିଜ ଇଚ୍ଛାରେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ଓହରି ଯାଇଛି। ଏହି ନିଷ୍ପତ୍ତି ମୁଁ ଓ ନିର୍ବାଚନ କମିଶନ ମିଳିତ ଭାବେ ଆଲୋଚନା କରି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri