Posted inଫୁରସତ

ଜାଣନ୍ତି ପ୍ରଥମଥର ଶାଶୁଙ୍କୁ ଦେଖି କାହିଁକି ଭୟରେ ଥରିଥିଲେ ସୋନିଆ

ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ରାଜନୀତିର ସବୁଠାରୁ ସଫଳ ବୋହୂ। ଆଜି ମଧ୍ୟ କଂଗ୍ରେସ ଯେତେବେଳେ ଖରାପ ସମୟ ଦେଇ ଗତି କରେ ସେତେବେଳେ ଦଳୀୟ କର୍ମୀମାନେ କେବଳ ସୋନିଆଙ୍କ ନିଷ୍ପତ୍ତିକୁ ଚାହିଁ ରହିଥାନ୍ତି। ସୋନିଆ ଭାରତ ଆସି ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ହୋଇପାରିଛନ୍ତି। ତେବେ ଆଜିର ଏହି ଖାସ୍‌ ଦିନରେ ସୋନିଆଙ୍କ ସହ ଜଡ଼ିତ କିଛି ରୋଚକ କାହାଣୀ ସମ୍ପର୍କରେ ଜାଣନ୍ତୁ…

ଇଟାଲୀରେ ରହୁଥିବା ସୋନିଆ ପ୍ରଥମେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ରାଜୀବଙ୍କ ପ୍ରେମରେ ପଡ଼ିଯାଇଥିଲେ। ରାଜୀବ ଇଂରାଜୀ ଶିଖିବା ପାଇଁ ସେଠାକୁ ଯାଇଥିଲେ। ସୋନିଆଙ୍କୁ ଜଣା ନ ଥିଲା ରାଜୀବ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ବୋଲି। ଯେହେତୁ ସୋନିଆଙ୍କର ରାଜନୀତି ପ୍ରତି ଘୃଣା ମନୋଭାବ ଥିଲା ରାଜୀବ ମଧ୍ୟ ସୋନିଆଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଏହି କଥା ଲୁଚାଇ ରଖିଥିଲେ। ପ୍ରେମ ସମ୍ପର୍କ ଆଗକୁ ବଢ଼ିବା ପରେ ସୋନିଆ ପ୍ରଥମଥର ପାଇଁ ଇନ୍ଦିରାଙ୍କୁ ଭେଟିଥିଲେ। ଯେତେବେଳେ ସେ ଇନ୍ଦିରାଙ୍କୁ ଭେଟିଥିଲେ ସେତେବେଳେ ସୋନିଆ ଛାନିଆରେ ଗୋଟାପଣ ଥରିଥିଲେ। କାରଣ ସୋନିଆ ପ୍ରଥମଥର ପାଇଁ ଏହିଦିନ ଶାଢ଼ି ପିନ୍ଧିଥିଲେ।

୧୯୬୮ରେ ସୋନିଆ ରାଜୀବଙ୍କୁ ବିବାହ କରିଥିଲେ। ସୋନିଆ ଚାହୁଁ ନ ଥିଲେ ରାଜୀବ ରାଜନୀତି କରନ୍ତୁ ବୋଲି। କିନ୍ତୁ ଇନ୍ଦିରାଙ୍କ ମୃତ୍ୟୁ ପରେ ଦେଶର କାର୍ଯ୍ୟଭାର ସମ୍ଭାଳିଥିଲେ ରାଜୀବ। ସୋନିଆ କିନ୍ତୁ ଏଥିରେ ଖୁସି ନ ଥିଲେ। କାରଣ ସେ ଚାହୁଁ ନ ଥିଲେ ଶାଶୁଙ୍କ ପରି ତାଙ୍କ ସ୍ବାମୀଙ୍କ ଜୀବନ ଯାଉ ବୋଲି। ମାତ୍ର ସୋନିଆ ଯାହାକୁ ଡରୁଥିଲେ ଶେଷରେ ସେଇୟା ହିଁ ହୋଇଥିଲା। ରାଜୀବଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri