Posted inଫୁରସତ

ଜାଣନ୍ତି ପ୍ରଥମଥର ଶାଶୁଙ୍କୁ ଦେଖି କାହିଁକି ଭୟରେ ଥରିଥିଲେ ସୋନିଆ

ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ରାଜନୀତିର ସବୁଠାରୁ ସଫଳ ବୋହୂ। ଆଜି ମଧ୍ୟ କଂଗ୍ରେସ ଯେତେବେଳେ ଖରାପ ସମୟ ଦେଇ ଗତି କରେ ସେତେବେଳେ ଦଳୀୟ କର୍ମୀମାନେ କେବଳ ସୋନିଆଙ୍କ ନିଷ୍ପତ୍ତିକୁ ଚାହିଁ ରହିଥାନ୍ତି। ସୋନିଆ ଭାରତ ଆସି ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ହୋଇପାରିଛନ୍ତି। ତେବେ ଆଜିର ଏହି ଖାସ୍‌ ଦିନରେ ସୋନିଆଙ୍କ ସହ ଜଡ଼ିତ କିଛି ରୋଚକ କାହାଣୀ ସମ୍ପର୍କରେ ଜାଣନ୍ତୁ…

ଇଟାଲୀରେ ରହୁଥିବା ସୋନିଆ ପ୍ରଥମେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ରାଜୀବଙ୍କ ପ୍ରେମରେ ପଡ଼ିଯାଇଥିଲେ। ରାଜୀବ ଇଂରାଜୀ ଶିଖିବା ପାଇଁ ସେଠାକୁ ଯାଇଥିଲେ। ସୋନିଆଙ୍କୁ ଜଣା ନ ଥିଲା ରାଜୀବ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ବୋଲି। ଯେହେତୁ ସୋନିଆଙ୍କର ରାଜନୀତି ପ୍ରତି ଘୃଣା ମନୋଭାବ ଥିଲା ରାଜୀବ ମଧ୍ୟ ସୋନିଆଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଏହି କଥା ଲୁଚାଇ ରଖିଥିଲେ। ପ୍ରେମ ସମ୍ପର୍କ ଆଗକୁ ବଢ଼ିବା ପରେ ସୋନିଆ ପ୍ରଥମଥର ପାଇଁ ଇନ୍ଦିରାଙ୍କୁ ଭେଟିଥିଲେ। ଯେତେବେଳେ ସେ ଇନ୍ଦିରାଙ୍କୁ ଭେଟିଥିଲେ ସେତେବେଳେ ସୋନିଆ ଛାନିଆରେ ଗୋଟାପଣ ଥରିଥିଲେ। କାରଣ ସୋନିଆ ପ୍ରଥମଥର ପାଇଁ ଏହିଦିନ ଶାଢ଼ି ପିନ୍ଧିଥିଲେ।

୧୯୬୮ରେ ସୋନିଆ ରାଜୀବଙ୍କୁ ବିବାହ କରିଥିଲେ। ସୋନିଆ ଚାହୁଁ ନ ଥିଲେ ରାଜୀବ ରାଜନୀତି କରନ୍ତୁ ବୋଲି। କିନ୍ତୁ ଇନ୍ଦିରାଙ୍କ ମୃତ୍ୟୁ ପରେ ଦେଶର କାର୍ଯ୍ୟଭାର ସମ୍ଭାଳିଥିଲେ ରାଜୀବ। ସୋନିଆ କିନ୍ତୁ ଏଥିରେ ଖୁସି ନ ଥିଲେ। କାରଣ ସେ ଚାହୁଁ ନ ଥିଲେ ଶାଶୁଙ୍କ ପରି ତାଙ୍କ ସ୍ବାମୀଙ୍କ ଜୀବନ ଯାଉ ବୋଲି। ମାତ୍ର ସୋନିଆ ଯାହାକୁ ଡରୁଥିଲେ ଶେଷରେ ସେଇୟା ହିଁ ହୋଇଥିଲା। ରାଜୀବଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri