Posted inଜାତୀୟ

୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରି ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ଏବଂ ସେ ଦେଇଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲା। ତେବେ ରଣନୀତିକାର ଯୋଗଦେବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ଦଳ ମୁଖପାତ୍ର ରଣଦୀବ ସୁର୍ଜଓ୍ବୋଲା ବୈଠକ ଶେଷରେ ଖବରଦାତା ସମ୍ମୀଳନୀରେ ସୂଚନା ଦେଇଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପରିଚାଳନା ଲାଗି କଂଗ୍ରେସ ଅଧ୍ୟକ୍ଷା ଏକ କାର୍ଯ୍ୟକାରୀ କମିଟି ଗଠନ କରିଥିବା ସୁର୍ଜଓ୍ବୋଲା କହିଛନ୍ତି। ଏହି ସ୍ବତନ୍ତ୍ର କମିଟିରେ କେଉଁମାନେ ସଦସ୍ୟ ରହିବେ ତାହା ପରେ ଘୋଷଣା କରାଯିବ। ଏହା ବ୍ୟତୀତ ଆସନ୍ତା ମାସ ୧୩ରୁ ୧୫ ମଧ୍ୟରେ ରାଜସ୍ଥାନର ଉଦୟପୁରରେ ଦଳର ଚିନ୍ତନ ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି। ଏହି ୩ ଦିନିଆ ଶିବିରରେ ସାରା ଦେଶରୁ ୪୦୦ରୁ ଉର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେବେ। ସୋମବାରର ବୈଠକରେ ବରିଷ୍ଠ ନେତା ପି. ଚିଦାମ୍ବରମ, ଅମ୍ବିକା ସୋନି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦିଗ୍‌ବିଜୟ ସିଂ, ଜୟରାମ ରମେଶ, ମୁକୁଲ ଓ୍ବାସନିକ୍‌, କେ.ସି. ବେଣୁଗୋପାଳ ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ଉପସ୍ଥିତ ଥିଲେ। ଉକ୍ତ କମିଟି ପ୍ରଶାନ୍ତ କିଶୋରଙ୍କ ଅଧିକାଂଶ ପ୍ରସ୍ତାବରେ ନୀତିଗତ ଭାବେ ରାଜି ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଭୁଶୁଡିଲା କୋଠା, ଫସିରହିଛନ୍ତି ଅନେକ ଲୋକ

ପାଟନା,୨୪।୭: ବିହାରର ଛାପରା ଜିଲାର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁ ଏକ କୋଠା...

ନାଗରିକତ୍ୱ ପ୍ରମାଣ ଲୋଡୁଥିବା ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ପାଖରେ ବି ନାହିଁ ନିଜର ଶିକ୍ଷା ଡିଗ୍ରୀର ପ୍ରମାଣ: ସୀତାରାମ ୟେଚୁରୀ

ନୂଆଦିଲ୍ଲୀ,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ନେଇ ସିପିଆଇ ମହାସଚିବ ସୀତାରାମ ୟେଚୁରୀ...

ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ

କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ...

ଆକ୍ଟିଭିଷ୍ଟ ଦିଶାଙ୍କ ସମର୍ଥନରେ ବେଙ୍ଗାଲୁରୁ କୃଷକ ସଂଗଠନ

ବେଙ୍ଗାଲୁରୁ, ୧୭।୨ : ନିକଟରେ ଦେଶ ବିରୋଧି ଟୁଲକିଟ୍‌ ଯୋଗୁ ଗିରଫ ହୋଇଥିବା ୨୨ ବର୍ଷୀୟା ଦିଶା ରବିଙ୍କ ସମର୍ଥନରେ ବାହାରିଛନ୍ତି କର୍ନାଟକର କୃଷକ ସଂଗଠନ।...

ଦୈନିକ ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ବଢ଼ିଲା…

ନୂଆଦିଲ୍ଲୀ,୨୨।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨...

ପୋଲିସ ମୁଣ୍ଡରେ ଅଠା, ହିଂସା ପାଇଁ ଦାୟୀ କଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୋଲିସ ମୁଣ୍ଡରେ ଅଠା ବୋଳିଛନ୍ତି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ସେ କହିଛନ୍ତି ଟିକୁନିଆ ଗାଁରେ ଘଟିଥିବା...

ବେଙ୍ଗାଲୁରୁରେ ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ,୨୧ା୫(ପି.ଟି.): ବୁଧବାର ଅପରାହ୍ଣ ୧ଟା ୨୦ ମିନିଟ୍‌। ସାରା ବେଙ୍ଗାଲୁରୁ ସହରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଶବ୍ଦ ଶୁଣି ଲୋକେ ଛାନିଆ ହୋଇଗଲେ। କେଉଁଠୁ ଏହି...

୨୦୫୦ ସୁଦ୍ଧା ୮୫-୯୦ କୋଟି ଜନସଂଖ୍ୟା ସହରାଞ୍ଚଳରେ ରହିବେ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୪ : ୨୦୫୦ ସୁଦ୍ଧା ଭାରତରେ ସହରାଞ୍ଚଳରେ ୮୫-୯୦ କୋଟି ଜନସଂଖ୍ୟା ବାସ କରିବେ ବୋଲି ଆଶା କରାଯାଉଛି। ଦେଶରେ ସହରୀକରଣ ଏକ ଦ୍ରୁତ ଗତିରେ...

Advertisement
Archives

Model This Week