ସୋନପୁର ୪୪.୪ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର,୨୦।୪(ବ୍ୟୁରୋ):  ରାଜ୍ୟରେ ବେଳକୁ ବେଳ ତାତିର ପ୍ରକୋପ ବଢିବାରେ ଚାଲିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ୯ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୧ ସହରର ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା
ସୋନପୁର ୪୪.୪ ଡିଗ୍ରୀ …
ବେଳେ ଟିଟିଲାଗଡ ୪୩.୫, ବୌଦ୍ଧ ୪୩, ଅନୁଗୋଳ ୪୩.୧, ବାରିପଦା ୪୧, ଝାସୁଗୁଡା ୪୨.୮, କେନ୍ଦୁଝର ୪୦.୨, ସମ୍ବଲପୁର ୪୨.୪, ସୁନ୍ଦରଗଡ ୪୨.୫, ହୀରାକୁଦ ୪୧.୬, ତାଳଚେର ୪୦.୪, ଭଦ୍ରକ ୪୦, ଢେଙ୍କାନାଳ ୪୦, ଦେବଗଡ ୪୨, ବରଗଡ ୪୦.୫, ନୂଆପଡା ୪୧, ଖୋର୍ଦ୍ଧା ୪୦, ପାରଳାଖେମୁଣ୍ଡି ୪୧ ଏବଂ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ବଢିଲା ଶୀତ: ଖସିଲା ପାରଦ, ସର୍ବନିମ୍ନ ୭ଡିଗ୍ରୀ

ଦାରିଙ୍ଗବାଡି,୬।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ଶୁକ୍ରବାର ଶୀତ ବଢିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୭ଡିଗ୍ରୀରେ ପହଞ୍ଚିଛି ।...

ଏବେ ଖାଇହେବ କୁକୁଡ଼ା ମାଂସ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଲାଗିଥିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି। କିନ୍ତୁ ଏଥିପାଇଁ କୌଣସି...

ସଞ୍ଚୟ ଦିଦିଙ୍କ ଠିକଣା ମହାନଦୀ ପଠା

ଅନୁଗୋଳ ସହର,୨୧।୧ ହାତ ଗଣତି କେତେଜଣଙ୍କୁ ବାଦ୍‌ ଦେଲେ ବାକି ପ୍ରାୟତଃ ମୂଲିଆ ଶ୍ରେଣୀର ଲୋକ। କେଉଁଠି କିଛି ମୂଲ ଲାଗିଲେ ସେମାନଙ୍କ ହାତକୁ ଆସେ...

ଘରେ ପଶିଲା ବସ୍‌,୧୩ ଆହତ

ବାଙ୍ଗିରିପୋଷି,୨୬।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁଷ୍ମନ୍ତ ସିଂଙ୍କ ଘର ଭିତରକୁ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌ ମାଡ଼ି...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧୫।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

କ’ଣ ତଦନ୍ତ ହୋଇଛି ୬ ସପ୍ତାହରେ ଜଣାଅ

ପାରଳାଖେମୁଣ୍ଡି,୨୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୪୪ଦିନ ବିତିଗଲାଣି। ତଥାପି ପୋଲିସ ପାଖରେ ଉତ୍ତର ନାହିଁ। ଏହା ଭିତରେ...

ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ...

୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ହେଉଛି ଖରା ତାତି। ରବିବାର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ ୪୧.୪ ଡିଗ୍ରୀ ସହ ରାଜ୍ୟର...

Advertisement
Archives

Model This Week