ବାପାଙ୍କୁ ହତ୍ୟାକଲେ ଡାକ୍ତର ପୁଅ

ଭୁବନେଶ୍ୱର,୧୯। ୭(ବ୍ୟୁରୋ): ସନ୍ଦେହରୁ ପାରିବାରିକ ଅଶାନ୍ତି। ସ୍ଥିତି ଏପରି ହେଲା ଶେଷରେ ବାପାଙ୍କୁ ବିଧାମାରି ହତ୍ୟାକଲେ ଡାକ୍ତର ପୁଅ। ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗରରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି। ମୃତକ ହେଲେ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରାଜକିଶୋର ମିଶ୍ର (୭୩)। ପୋଲିସ ଆଇପିସି ଦଫା ୩୦୨ରେ ହତ୍ୟା ମାମଲା (ନଂ.୪୧୬/୨୦) ରୁଜୁ କରି ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଛି। ସେ ହେଲେ ଡା. ରଞ୍ଜନ ମିଶ୍ର(୪୧)। ପୋଲିସ ରଞ୍ଜନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେବେ ସବୁଠୁ ବଡ଼ କଥା ହେଲା ଘଟଣା ୧୬ ତାରିଖରେ ଘଟିଥିବାବେଳେ ୩ଦିନ ପରେ ବ୍ୟବଚ୍ଛେଦ ରିପୋର୍ଟ ପର୍ଦ୍ଦାଫାଶ କରିଛି। ଏଥିସହ ଅଭିଯୁକ୍ତ ରଞ୍ଜନ ମଧ୍ୟ ସ୍ବୀକାର କରିଛଥିବା ପୋଲିସ କହିଛି।

ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରଞ୍ଜନ ଆୟୁଷ ଡାକ୍ତର ଭାବେ ବାଣପୁରରେ କାର୍ଯ୍ୟ କରନ୍ତି। ଅଧିକାଂଶ ସମୟ କାର୍ଯ୍ୟସ୍ଥଳ ବାଣପୁରରେ ରହୁଥିବାବେଳେ ଜଗମୋହନ ନଗରରେ ତାଙ୍କ ବାପା ରାଜକିଶୋର, ସ୍ତ୍ରୀ ଓ ୨ ପୁଅ ଘରେ ରୁହନ୍ତି। କରୋନା ପରିସ୍ଥିତି ଓ କୌଣସି କାରଣ ପାଇଁ ରଞ୍ଜନ ଏକ ମାସ ହେବ ଛୁଟିରେ ଆସି ଘରେ ରହୁଥିଲେ। ଏହି ସମୟରେ କୌଣସି ଏକ କାରଣକୁ ନେଇ ତାଙ୍କର ମାନସିକ ଚିନ୍ତା ବଢ଼ି ଯାଇଥିଲା। ତେଣୁ ସେ ଗତ ୯ ତାରିଖରେ ଚାକିରିରୁ ଇସ୍ତଫା ଦେଇ ଘରେ ରହିଥିଲେ। ଏହାମଧ୍ୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୋଇଥିଲା। ରଞ୍ଜନ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ୧୬ ତାରିଖରେ ରଞ୍ଜନ ଓ ବାପା ରାଜକିଶୋର ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ରଞ୍ଜନ ଅତ୍ୟଧିକ ରାଗି ଯାଇ ବାପା ରାଜକିଶୋରଙ୍କ ଛାତିକୁ ୩ଟି ବିଧା ମାରିବାରୁ ସେ ତଳେ ପଡିଯାଇଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶରୀରରେ କୌଣସି କ୍ଷତ ନ ଥିବାରୁ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ରଞ୍ଜନ ପୋଲିସକୁ କହିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ହେଲେ ଶୁକ୍ରବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ଛାତିରେ ୩ଟି ଗଭୀର ଆଘାତ ଯୋଗୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଥିଲା। ପୋଲିସ ରଞ୍ଜନଙ୍କ ସହ ଭଉଣୀ ଓ ସ୍ତ୍ରୀଙ୍କୁ ପଚରାଉଚରା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri