Odisha Elections 2024
Posted inଜାତୀୟ

୩୫ ବର୍ଷ ପରେ ମାଆଙ୍କୁ ପାଇଲେ ପୁଅ

ପଟିଆଲା,୨୯ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା ଗ୍ରାମରେ ଥିବା ମାମୁଘରେ ହରଜିତ କୌରଙ୍କ ସହ ଜଗଜିତ୍‌ଙ୍କର ଭେଟ ହୋଇଥିଲା। ସେ ଏହି ମିଳନ ସମୟର ଭିଡିଓକୁ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଜଗଜିତ୍‌ ତାଙ୍କ ଭାବାବେଗକୁ ନିୟନ୍ତ୍ରଣରେ ରଖିପାରି ନ ଥିଲେ ଓ ଆଖିରୁ ଲୁହ ବହିଯାଇଥିଲା ବୋଲି କହିଛନ୍ତି। ଜଗଜିତ୍‌ଙ୍କୁ ୬ ମାସ ହୋଇଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ୨ ବର୍ଷ ବେଳେ ହରଜିତ୍‌ ଦ୍ୱିତୀୟ ବିବାହ କରିବାରୁ ପିଲାଟିକୁ ତାଙ୍କ ଜେଜେ ଓ ଜେଜେମାଆ ଅନ୍ୟତ୍ର ନେଇଯାଇଥିଲେ। ସେ ବଡ଼ ହେବା ପରେ ଉଭୟ ମାଆବାପା ଦୁର୍ଘଟଣାରେ ମରିଯାଇଥିବା ତାଙ୍କୁ କୁହାଯାଇଥିଲା। ନିକଟରେ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଜଗଜିତ୍‌ ତାଙ୍କ ଏନ୍‌ଜିଓ ସହ ପଟିଆଲାରେ ପହଞ୍ଚତ୍ଥିବାବେଳେ ବୋହାରପୁର ଗ୍ରାମରେ ମାଆଙ୍କ ସହ ଭେଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ମମତାଙ୍କୁ ଲିଗାଲ ନୋଟିସ୍‌

କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ...

ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା...

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ...

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri