ଗୋଚର ଜମିରେ ବେଆଇନ ନିର୍ମାଣ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ସରକାରୀ ଜମି ଥିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଗୋଚର ଜମିରେ ଗଛ କାଟି ବେଆଇନ ଭାବେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ କ୍ଷୀରୋ ଗ୍ରାମବାସୀ। ଯାଜପୁର ଜିଲାପାଳ ଏବଂ ବ୍ୟାସନଗର ତହସିଲଦାର ଏହି ଅଭିଯୋଗ ଉପରେ କର୍ଣ୍ଣପାତ ନ କରିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଶ୍ୟାମସୁନ୍ଦର ବନ୍ଥ, ନୀଳମଣି ନାଏକ, ରାଧାକାନ୍ତ ବେହେରା, ଭାସ୍କର ଚନ୍ଦ୍ର ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏହାପରେ ହାଇକୋର୍ଟ ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଡବ୍ଲ୍ୟୁପିସି ୨୧୨୫୨/୨୦୨୩ରେ ଏକ ମାମଲା ରୁଜୁକରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଯାଜପୁର ଜିଲାପାଳ, ବ୍ୟାସନଗର ତହସିଲଦାର ଏବଂ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି।
କ୍ଷୀରୋ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏଠାରେ ପ୍ରାୟ ୬୦ ଭାଗ ଅନୁସୂଚିତ ଜାତି ଓ ଜନଜାତି ଲୋକ ବାସ କରନ୍ତି। ଚାଷ ଓ ପଶୁ ପାଳନ ସେମାନଙ୍କ ମୁଖ୍ୟ ଜୀବିକା। ଗ୍ରାମରେ ପ୍ରାୟ ୨ ହଜାର ଗାଈ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ଅଛନ୍ତି। ଗତ କିଛି ଦିନ ହେବ କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ଗ୍ରାମର ଗୋଚର ଜମି ଖାତା ନମ୍ବର ୩୪୧, ପ୍ଲଟ ନମ୍ବର ୫୦୦, ରକବା ଏ ୧୨.୫୮ ଡେସିମିଲରେ ଜେସିବି ମେଶିନ ଲଗାଇ ସମତୁଲ କରାଯାଇଛି। ସେଠାରୁ ମାଟି ଉଠାଇ ବାହାର ବିକ୍ରି କରିବା ସହିତ ଶତାଧିକ ଛୋଟବଡ଼ ଗଛକୁ କାଟି ଦିଆଯାଇଛି। ଫଳରେ ଗ୍ରାମର ଗୃହପାଳିତ ପ୍ରାଣୀଙ୍କ ଚାରଣ ଭୂମି ନଷ୍ଟ ହେଉଛି। ଖରା ବେଳେ ଆଶ୍ରୟ ନେବାକୁ ଗଛ ନାହିଁ। ଯଦି ତାହା ସରକାରୀ ପ୍ରକଳ୍ପ ତେବେ ସୂଚନା ଫଳକ ଲଗାଇ ପୂର୍ବରୁ ଆଇନ ଅନୁସାରେ ପଲ୍ଲିସଭା ହେବା କଥା। ତେଣୁ ଉପଯୁକ୍ତ ତଦନ୍ତ କରି ଗୋଚର ଜମି ଏବଂ ଗଛଗୁଡ଼ିକୁ ସୁରକ୍ଷା ଦେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ତେବେ ଏହି ଅନୁରୋଧକୁ କେହି ନ ଶୁଣିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ହାଇକୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ, ଉକ୍ତ ଜମିଠାରୁ ୫୦୦ ମିଟର ଦୂରରେ ଅନ୍ୟ ସରକାରୀ ଜମି ରହିଛି। ହେଲେ ସେହି ଜମିକୁ ଚିହ୍ନଟ ନ କରି ଗୋଚର ଜମିରେ ଥିବା ପ୍ରାୟ ୧୦୦ ଗଛ କାଟି ସଫା କରି ଦିଆଯାଇଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ବ୍ୟାସନଗର ତହସିଲଦାରଙ୍କୁ ଇନ୍‌ଟେକ୍‌ ୱେଲ୍‌ ଖନନ କରିବାକୁ ମାଗିଥିବା ଅନୁମତି ପତ୍ରରେ ଜଣାପଡିଛି ଯେ, ସେଠାରେ କୋରେଇ ବ୍ଲକର ୧୫୮ ଗ୍ରାମବାସୀଙ୍କ ପାଇଁ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି।
ପୂର୍ବରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ବାଟିଜଙ୍ଗା, ନାନପୁର ଓ ଜୋଗରଡା ମୌଜାର ଗୋଚର ଜମିକୁ ଅଣଗୋଚର କିସମ ଜମିରେ ପରିବର୍ତ୍ତନ କରିବାକୁ ବ୍ୟାପକ ଜାଲିଆତି ଅଭିଯୋଗ ହୋଇଥିଲା। ସର୍ବସାଧାରଣ ନୋଟିସରେ କେତେଜଣ ସ୍ଥାନୀୟ ଲୋକଙ୍କ ସମେତ ଥାନୁଆଲ ଓ ଆରୁହା ଗ୍ରାମପଞ୍ଚାୟତର ଦୁଇ ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ଗୋଚର ଜମିକୁ ଉନ୍ନତ ଯୋଜନା ଯୋଗ୍ୟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜଣେ ପ୍ରଭାବଶାଳୀ ନେତାଙ୍କ ସହଯୋଗରେ ଏହି ଅଭିଯୋଗକୁ କଳେବଳେ କୌଶଳେ ଦବେଇ ଦିଆଯାଇଥିଲା। ଯାଜପୁର ଜିଲାର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଶିଳ୍ପାଞ୍ଚଳ ଧର୍ମଶାଳା ଓ ବ୍ୟାସନଗରର କଳେବର ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢ଼ିଛି। ସରକାରୀ ଜମି ଓ ଜଳାଶୟଗୁଡ଼ିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରି ଗଲେଣି। ତହସିଲ ପ୍ରଶାସନ କେବଳ ଜବରଦଖଲ ମାମଲା ରୁଜୁକରି ଚୁପ ହୋଇ ବସିଯାଉଥିବା ଅଭିଯୋଗ ହେଉଛି। ଏଣୁ ସମଗ୍ର ଜିଲାର ଗୋଚର ଜମି ଶୂନ୍ୟ ହେବାକୁ ବସିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?