Posted inଖେଳ

ଇଂଲଣ୍ଡ, ଚାଇନା ବିଜୟୀ: ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ମ୍ୟାଚ ଡ୍ର

ସିଡ୍‌ନୀ/ଡୁନେଡିନ୍‌/ ଆଡିଲେଡ୍‌, ୨୯ା୭: ଚଳିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ରେ ଶୁକ୍ରବାର ଇଂଲଣ୍ଡ ଓ ଚାଇନା ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟାରେ ଅନୁଷ୍ଠିତ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ସିଡ୍‌ନୀଠାରେ ଗ୍ରୁପ୍‌ ‘ଡି’ର ଖେଳାଯାଇଥିବା ଏକ ମ୍ୟାଚରେ ୟୁରୋପିଆନ ଚାମ୍ପିୟନ ଇଂଲଣ୍ଡ ୧-୦ ଗୋଲ୍‌ରେ ଡେନମାର୍କକୁ ପରାସ୍ତ କରିଛି। ଏହି ଗୋଲ୍‌ଟିକୁ ଲରେନ ଜେମ୍ସ ଖେଳର ୬ଷ୍ଠ ମିନିଟ୍‌ରେ ସ୍କୋର କରିଥିଲେ। ଦଳ କ୍ରମାଗତ ଦ୍ୱିତୀୟ ବିଜୟ ସହ ଗ୍ରୁପ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ଅଧିକାର କରଛି। ଇଂଲଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ ମଙ୍ଗଳବାର ଚାଇନା ବିପକ୍ଷରେ ଖେଳିବାକୁ ଥିବା ବେଳେ ଡେନମାର୍କ ପର୍ଥଠାରେ ହାଇତିକୁ ଭେଟିବ।
ଅଷ୍ଟ୍ରେଲିଆର ଆଡେଲିଡ୍‌ଠାରେ ଚାଇନା ୧-୦ ଗୋଲ୍‌ରେ ହାଇତିଙ୍କୁ ପରାସ୍ତ କରିବା ସହ ପରବର୍ତ୍ତୀ ରାଉଣ୍ଡ ପାଇଁ ଏହାର ସମ୍ଭାବନାକୁ ଉଜ୍ଜୀବିତ ରଖିଛି। ଫରଓ୍ବାର୍ଡ ଓ୍ବାଙ୍ଗ୍‌ ଶୁଆଙ୍ଗ ୭୪ତମ ମିନିଟ୍‌ରେ ଏକ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତରିତ କରିଥିଲେ। ବିଶ୍ୱକପ୍‌ରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌। ୨୯ତମ ମିନିଟ୍‌ରେ ଚାଇନାର ଝାଙ୍ଗ ରୁଇଙ୍କୁ ରେଡ୍‌କାର୍ଡ ହୋଇଥିଲା। ଫଳରେ ଦଳକୁ ୧୦ ଖେଳାଳି ନେଇ ଖେଳିବାକୁ ହୋଇଥିଲା। ୧୦ ଖେଳାଳିଙ୍କୁ ନେଇ ଏକ ମ୍ୟାଚ ଜିତିବା ମହିଳା ବିଶ୍ୱକପ୍‌ରେ ଏହା ହେଉଛି ଦ୍ୱିତୀୟ ଦୃ୍‌ଷ୍ଟାନ୍ତ। ପୂର୍ବରୁ ଏହା ୨୦୧୧ରେ ଦେଖିବାକୁ ମିଳିଥିଲା।
ଡୁନେଡିନଠାରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଗ୍ରୁପ୍‌ ‘ଜି’ର ଏକ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଣ୍ଡା ମୋତ୍‌ଲାଲୋ (୩୦ତମ ମିନିଟ) ଓ ଥେମ୍ବି କିଗାଟଲାନା (୬୬ତମ)ଙ୍କ ଗୋଲ୍‌ ସହାୟତାରେ ପ୍ରଥମେ ୨-୦ରେ ଅଗ୍ରଣୀ ଲାଭ କରିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ସୋଫିଆ ବ୍ରାଉନ୍‌ (୭୪ତମ) ଓ ରୋମିନା ନୁନେଜ (୭୯ତମ)ଙ୍କ ଗୋଲ୍‌ ଯୋଗୁ ମ୍ୟାଚ ୨-୨ରେ ଡ୍ର’ ଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ସୁଇଡେନ ଓ ଇଟାଲୀ ସମାନ ୩ ପଏଣ୍ଟ ଲେଖାଏଁ ଅର୍ଜନ କରି ଗ୍ରୁପ୍‌ର ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri