Posted inଫୁରସତ

କ୍ୟାନ୍ସର ପୀଡ଼ିତା ମା’ଙ୍କ ପାଇଁ ଲଣ୍ଡା ହେଲେ ପୁଅ

ନୂଆଦିଲ୍ଲୀ: କ୍ୟାନ୍ସର ଏପରି ଏକ ରୋଗ, ଯାହା ରୋଗୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଦିଏ। କେମୋଥେରାପିର କଷ୍ଟ ଏବଂ ମରିବାର ଡର ଆତ୍ମବିଶ୍ୱାସକୁ ନଷ୍ଟ କରିଦିଏ। ଏହି ସମୟରେ ଯେତେ ମାନସିକ ସହାୟତା ଦିଆଗଲେ ମଧ୍ୟ ତାହା କମ୍‌ ପଡିଥାଏ। ନିକଟରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କ୍ୟାନ୍ସର ପୀଡ଼ିତ ମା’ ପାଇଁ ତାଙ୍କ ପୁଅ ଏବଂ ତାଙ୍କ ସାଙ୍ଗମାନେ ଯାହା କଲେ ତାହା ସେହି ମା’ଙ୍କ ଆଖିରେ ଖୁସିର ଲୁହ ଆଣିଦେଇଛି। ପ୍ରକୃତରେ ଏହି ଭିଡିଓଟି ଏକ ସେଲୁନ ଦୋକାନର। ସେଠାରେ ଜଣେ ପୁଅ ତାଙ୍କ କ୍ୟାନ୍ସର ପୀଡିତା ମା’ଙ୍କ ଚୁଟି କାଟୁଛନ୍ତି। ତାଙ୍କର ସମସ୍ତ ଚୁଟି କଟାଯାଉଥିବା ଦେଖି ମହିଳାଙ୍କୁ ବହୁତ କଷ୍ଟ ହେଉଥିଲା। ସେହି ସମୟରେ ତାଙ୍କ ପୁଅ ମଧ୍ୟ ନିଜ ମୁଣ୍ଡରେ ରେଜର ଚଳାଇ ଲଣ୍ଡା ହୋଇଯାଇଥିଲେ। ସାଙ୍ଗର ମା’ଙ୍କୁ ସାହସ ଦେବାକୁ ସେଠାରେ ଉପସ୍ଥିତ ୨ ଜଣ ମଧ୍ୟ ଲଣ୍ଡା ହୋଇଥିଲେ। ନିଜ ପୁଅ ଏବଂ ତା’ ସାଙ୍ଗମାନଙ୍କ ଏପରି ଭଲ ପାଇବା ଦେଖି ମହିଳା ଜଣକ ଭାବୁକ ହୋଇଯାଇଥିଲେ। ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ ଲୋକ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଏଥିସହ ଭିଡିଓରେ ଅନେକ ଲୋକ ଭଲ ଭଲ କମେଣ୍ଟ ଦେଇ ମହିଳା ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri