Posted inଫୁରସତ

ଝିମିଟି ଖେଳରୁ ହୋଇଥିଲା ମହାଭାରତ: କେଉଁଠି ତରଭୁଜ ପାଇଁ ରକ୍ତପାତ ତ କେଉଁଠି ଘୁଷୁରି ପାଇଁ ଯୁଦ୍ଧସ୍ଥିତି

ଯୁଦ୍ଧ! ଗର୍ବ, ଗୌରବ ଓ ପରାକ୍ରମ ପ୍ରଦର୍ଶନର ଏକ ମାଧ୍ୟମ। ଏଥିରେ ବିଜୟ ଯାହାର ହେଉ ନା କାହିଁକି ଅଯଥାରେ ବହେ ଲହୁ। କାହାର ଶୂନ୍ୟ ହୋଇଯାଏ କୋଳ ତ କାହାର ଲିଭିଯାଏ ମଥାର ସିନ୍ଦୂର । ଆଉ କିଏ ହୋଇଯାଏ ଅନାଥ। ତେବେ ପତିଆରା ଓ ପରାକ୍ରମ ପ୍ରଦର୍ଶନ ପାଇଁ ହେଉଥିବା ଏହି ଯୁଦ୍ଧ ବେଳେବେଳେ ସାମାନ୍ୟ କାରଣରୁ ବି ଘଟିପାରେ। ଯେମିତି କି ଦିନେ ସାମାନ୍ୟ ଝିମିଟି ଖେଳରୁ ହୋଇଥିଲା ମହାଭାରତ ଯୁଦ୍ଧ। ସେହିଭଳି ଛୋଟ ଛୋଟ କଥାକୁ ନେଇ ଅନେକ ସମୟରେ ଯୁଦ୍ଧର ବିଗୁଲ ବାଜିଥିବା ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡେ…

ତରଭୁଜ ପାଇଁ ରକ୍ତପାତ- ଭାରତ ଭୂମିରେ ହୋଇଛି ଅନେକ ଯୁଦ୍ଧ। ନିଜ ସାମ୍ରାଜ୍ୟର ପରିସୀମା ବୃଦ୍ଧି କରିବା ଥିଲା ଅଧିକାଂଶ ଯୁଦ୍ଧର ଲକ୍ଷ୍ୟ। ତେବେ ଇତିହାସ ପୃଷ୍ଠାକୁ ଲେଉଟାଇଲେ ଏମିତି କିଛି ଯୁଦ୍ଧ ବିଷୟରେ ଜାଣିବାକୁ ମିଳେ, ଯାହା ଘଟିଥିଲା ସାମାନ୍ୟ କାରଣକୁ ନେଇ। ସେ ସମ୍ପର୍କରେ ଏବେ ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ହୁଏନା ଏତେ ଛୋଟ କାରଣରୁ କେବେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇପାରେ ବୋଲି। ସେମିତି ଏକ ଘଟଣା ଘଟିଥିଲା ପ୍ରାୟ ୩୭୬ ବର୍ଷ ପୂର୍ବେ। ଯୁଦ୍ଧଟି ସୂତ୍ରପାତ ହୋଇଥିତ୍ଲା ଏକ ତରଭୁଜ ପାଇଁ। ଆଉ ଏଥିରେ ଯାଇଥିଲା ହଜାର ହଜାର ଜୀବନ। ସାମାନ୍ୟ ଏକ ଫଳ ପାଇଁ ହୋଇଥିବା ଏହି ଯୁଦ୍ଧ ‘ମତିରେ କି ରାଡ’ ନାମରେ ବି ପରିଚିତ। ମତିରା( ତରଭୁଜ) ଓ ରାଡ(ଝଗଡା)। ଉକ୍ତ ଯୁଦ୍ଧ ୧୬୪୪ ରେ ଲଢାଯାଇଥିଲା।

ଯୁଦ୍ଧ ପଛର କାହାଣୀ ହେଉଛି ଏମିତି- ସେତେବେଳେ ବିକାନେର୍‌ ସାମ୍ରାଜ୍ୟର ସିଲଓ୍ବା ନାମକ ଗାଁ ଏବଂ ନାଗୌର ରାଜ୍ୟର ଜାଖଣିୟାଁ ଗାଁ ପାଖାପାଖି ଥିଲେ। ଆଉ ଉଭୟ ଗ୍ରାମ ଦୁଇ ସାମ୍ରାଜ୍ୟର ଶେଷ ସୀମାରେ ରହିଥିଲା। ବିକାନେର ସାମ୍ରାଜ୍ୟର ଗ୍ରାମରେ ଏକ ତରଭୁଜ ଗଛ ହୋଇଥିଲା। କିନ୍ତୁ ଏହାର ଡାଳ ମାଡି ଯାଇଥିଲା ନାଗୌର ସାମ୍ରାଜ୍ୟକୁ ଏବଂ ସେଠାରେ ଏକ ତରଭୁଜ ଫଳିଥିଲା। ବିକାନେର ସାମ୍ରାଜ୍ୟର ଲୋକେ କହିଲେ ଯେହେତୁ ଗଛଟି ଆମ ସାମ୍ରାଜ୍ୟ ଭିତରେ ହୋଇଛି ତେଣୁ ଫଳ ଉପରେ ଆମର ଅଧିକାର ଅଛି। ଅନ୍ୟପକ୍ଷେ ନାଗୌର ସାମ୍ରାଜ୍ୟର ଅଧିବାସୀ କହିଲେ ଯେହେତୁ ଫଳଟି ଆମ ସୀମାରେ ଫଳିଛି ତେଣୁ ତରଭୁଜ ଉପରେ ଆମର ଅଧିକାର ଅଛି। ଏଇ କଥାକୁ ନେଇ ଦୁଇ ସାମ୍ରାଜ୍ୟର ଏହି ଦୁଇ ଗ୍ରାମ ଭିତରେ ଝଗଡା ସୃଷ୍ଟି ହେଲା। ଆଉ ଏହା ଥମିବାର ନାଁ ନେଲା ନାହିଁ। ଧୀରେ ଧୀରେ ତାହା ଯୁଦ୍ଧର ରୂପ ନେଲା। ଏହି ଅଜବ ଲଢେଇରେ ବିକାନେର ସେନାର ନେତୃତ୍ୱ ରାମଚନ୍ଦ୍ର ମୁଖିଆ ନେଇଥିବାବେଳେ ନାଗୌର ସେନାର ନେତୃତ୍ୱ ସିଙ୍ଘବି ସୁଖମଲ୍‌ ନେଇଥିଲେ। ତେବେ ସୁବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, କଥା ଏତେ ଆଗକୁ ବଢିଥିଲେ ହେଁ, ସେ ପର୍ଯ୍ୟନ୍ତ ଉଭୟ ସାମ୍ରାଜ୍ୟର ରାଜା ଏକଥା ଜାଣି ନ ଥିଲେ। କାରଣ ସେତେବେଳେ ବିକାନେର ରାଜା କରଣ ସିଂ କୌଣସି ଏକ ଅଭିଯାନରେ ଯାଇଥିଲେ। ଆଉ ନାଗୌରର ଶାସକ ରାଓ ଅମର ସିଂ ମୋଗଲ ସାମ୍ରାଜ୍ୟର ସେବାରେ ଥିଲେ। ଉଭୟ ସାମ୍ରାଜ୍ୟ ମୋଗଲଙ୍କ ଅଧୀନରେ ଥିଲା। ଯେତେବେଳେ ଉଭୟ ରାଜ୍ୟର ରାଜା ଏ ସମ୍ପର୍କରେ ଅବଗତ ହେଲେ ସେମାନେ ଏଥିରେ ମୋଗଲ ଦରବାରର ହସ୍ତକ୍ଷେପ ଚାହିଁଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କଥା ମୋଗଲ ଦରବାରରେ ପଡିବା ପୂର୍ବରୁ ଯୁଦ୍ଧ ଆରମ୍ଭ ହୋଇଗଲା। ଶେଷରେ ନାଗୌର ସାମ୍ରାଜ୍ୟର ହାର ହୋଇଥିଲା। ଉକ୍ତ ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ସୈନିକ ମୃତ୍ୟୁବରଣ କଲେ।

ଘୁଷୁରି ପାଇଁ ଯୁଦ୍ଧସ୍ଥିତି- ଯୁଦ୍ଧ କଥା ଉଠିଲେ ମନରେ ସବୁବେଳେ ଆସେ ଏହା ନିଶ୍ଚୟ କିଛି ବଡ଼ କାରଣରୁ ହିଁ ସୂତ୍ରପାତ ହୋଇଥିବ। କିନ୍ତୁ ୧୮୫୯ରେ ଆମେରିକା ଓ ଗ୍ରେଟବ୍ରିଟେନ୍‌ ମଧ୍ୟରେ ଯେଉଁ ଯୁଦ୍ଧର ସ୍ଥିତି ଉପୁଜିଥିଲା ତାହା ଏକ ଘୁଷୁରିକୁ କେନ୍ଦ୍ର କରି ଘଟିଥିଲା। ଏକ ଘୁଷୁରିକୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ଯୁଦ୍ଧର ସ୍ଥିତି ସୃଷ୍ଟି କରିଥିଲା। ଏହି ଯୁଦ୍ଧ ‘ପିଗ୍‌ ଓ୍ବାର୍‌’ ନାମରେ ବି ପରିଚିତ। ସୈନଜୁଆନା ଦ୍ୱୀପରେ ଘଟିଥିବା ଏକ ଘଟଣାକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା। ଏହି ସ୍ଥାନ ଆମେରିକା ଓ ଓ୍ବେକୁମ୍ବର ଆଇଲାଣ୍ଡ( ବର୍ତ୍ତମାନର କାନାଡା)ର ମଧ୍ୟଭାଗରେ ଅବସ୍ଥିତ। ସେତେବେଳେ ଏଠାରେ ଆମେରିକାର ମୂଳ ନିବାସୀ ଓ ବ୍ରିଟେନ୍‌ର ଏକ କମ୍ପାନୀ ହଡସନ୍‌ ବେ’ର କର୍ମଚାରୀ ରହୁଥିଲେ। ଉଭୟେ ସୈନଜୁଆନା ଆଇଲାଣ୍ଡ ଉପରେ ନିଜର ଅଧିକାର ରହିଥିବା ଦାବି କରୁଥିଲେ। ବ୍ରିଟେନ ସେତେବେଳେ ଏକ ବଡ଼ ଔପନିବେଶିକ ଶକ୍ତି ଥିଲା। ଏପଟେ ଆଜାଦ ଆମେରିକା ମଧ୍ୟ ନିଜର ଶକ୍ତି ଓ ସାମର୍ଥ୍ୟ ବଢାଇବା ପାଇଁ ଚେଷ୍ଟା ଚଳାଉଥିଲା। ତେବେ ଯୁଦ୍ଧର ବିଜ ସେତେବେଳେ ରୋପଣ ହେଲା ଯେବେ ଆମେରିକାର ଲିମୈନ କଟଲର୍‌ ନାମକ କୃଷକ ଏକ ଘୁଷୁରିକୁ ଗୁଳି କରି ମାରିଦେଲେ। ଲିମୈନଙ୍କ କ୍ଷେତକୁ ଏକ ଘୁଷୁରି ସବୁବେଳେ ଆସି ତାଙ୍କ ଆଳୁ ଚାଷ ନଷ୍ଟ କରିଦେଉଥିଲା। ତେଣୁ ସେ ଦିନେ ରାଗିଯାଇ ତାକୁ ଗୁଳି କରି ହତ୍ୟା କଲେ। ସେତେବେଳେ ଘୁଷୁରିକୁ ମାରିବା ଏକ ସାଧାରଣ ଘଟଣା ଥିଲା। କିନ୍ତୁ ଏହି ସାଧାରଣ ଘଟଣା ଯେ, ଯୁଦ୍ଧ ସ୍ଥିତି ଉପୁଜେଇବ ସେ କେବେ ଭାବି ନ ଥିଲେ। ମୃତ ଘୁଷୁରିର ମାଲିକ ଥିଲେ ବ୍ରିଟେନର ଜଣେ ଧନିକ ବ୍ୟକ୍ତି। ଏହି ଘଟଣାକୁ ନେଇ ବିବାଦ ବଢିବାକୁ ଲାଗିଲା। ଆଉ ତାହା ଧୀରେ ଧୀରେ ସୈନଜୁଆନା ଆଇଲାଣ୍ଡ ଉପରେ ନିଜ ନିଜର ଅସଲ ଅଧିକାର ସାବ୍ୟସ୍ତ କରିବାର ଲଢେଇ ପାଲଟିଗଲା। ଏହି ବିବାଦ ସମ୍ପର୍କରେ ଆମେରିକା ଜାଣିବା ପରେ ସେନାର ବରିଷ୍ଠ ଅଧିକାରୀ କ୍ୟାପ୍ଟେନ୍‌ ଜର୍ଜ ପିକେଟ୍‌ଙ୍କ ନେତୃତ୍ୱରେ ଏକ ବଡ଼ ସେନା ସୈନଜୁଆନା ପଠାଗଲା। ପିକେଟ୍‌ ସେଠାରେ ପହଞ୍ଚତ୍ ବ୍ରିଟିଶ୍‌ ଅଧିବାସୀଙ୍କୁ କହିଲେ ଯେ, ଏ ପୂରା ଜମି ଆମେରିକାର। ଏହା ଶୁଣି ବ୍ରିଟିଶବାସୀ ରାଗି ଯାଇଥିଲେ। ସେମାନେ ଏହି ଖବର ନିଜ ଦେଶରେ ଜଣାଇବା ପରେ ବ୍ରିଟେନ ଏହାକୁ ମାନହାନି ହେଲା ମନେକରି ଯୁଦ୍ଧ ପାଇଁ ସେନା ପଠାଇଲା। ସେତେବେଳେ ବ୍ରିଟିଶ ନେଭି ବେଶ୍‌ ଶକ୍ତିଶାଳୀ ଥିଲା। ଆଉ ସାରା ପୃଥିବୀ ଏ ସମ୍ପର୍କରେ ଅବଗତ ଥିଲା। ପଠାଯାଇଥିବା ସେନା ଏହି ବ୍ରିଟିଶ ନେଭିର ଅଂଶ ଥିଲା। ତେବେ ଦୁଇ ଦେଶର ସର୍ବୋଚ୍ଚ ଅଧିକାରୀଙ୍କୁ ପରେ ଲାଗିଲା ଯୁଦ୍ଧର ସ୍ଥିତି ଉପୁଜି ସାରିଲାଣି। ଆଉ ଏହା ଉଭୟ ପକ୍ଷ ପାଇଁ ଶୁଭଙ୍କର ନୁହେଁ। ତେଣୁ ପ୍ରଥମେ ବ୍ରିଟେନ୍‌ ଆମେରିକା ସହ କଥାବାର୍ତ୍ତା ଆରମ୍ଭ କଲା। ଶେଷରେ ନିଷ୍ପତ୍ତି ନିଆଗଲା ଯେ, ସୈନଜୁଆନା ଦ୍ୱୀପ ଉପରେ ଉଭୟ ଦେଶର ସେନାଙ୍କ ଅଧିକାର ରହିବ। ଏ ସମ୍ପର୍କିତ ଅନେକ ସର୍ତ୍ତ ବି ଜାରି କରାଗଲା; ଯେମିତି କି ପରେ ପୁନଃ ବିବାଦ ସୃଷ୍ଟି ନ ହୁଏ। ଏମିତିଭାବରେ ଏକ ଘୁଷୁରିକୁ କେନ୍ଦ୍ର କରି ଯୁଦ୍ଧ ହେଉ ହେଉ ଅଟକିଯାଇଥିଲା। ପରେ ଉଭୟ ଦେଶ ନିଜର ସେନାକୁ ସୈନଜୁଆନା ଦ୍ୱୀପରୁ ହଟାଇଥିଲେ। ଯଦିଓ ପରିଶେଷରେ ଦ୍ୱୀପଟି ଆମେରିକାର ଅଂଶ ହୋଇଥିଲା।

କୁକୁର ପାଇଁ ଭୀଷଣ ଯୁଦ୍ଧ- ଏହି ଯୁଦ୍ଧ ୟୁରୋପର ସେଇ ଦୁଇ ଦେଶ ମଧ୍ୟରେ ହୋଇଥିଲା, ଯାହା ବହୁତ ଛୋଟ କିନ୍ତୁ ତା’ର ଇତିହାସ ବହୁ ପୁରାତନ ଏବଂ ରୋଚକ। ଘଟଣାଟି ହେଉଛି ୧୯୨୫ର। ସେତେବେଳେ ଗ୍ରୀସ(ୟୁନାନ) ଓ ବୁଲଗେରିଆ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ଆଉ ଏଭଳି ସ୍ଥିତି ଥିବାବେଳେ ଏକ କୁକୁର ଯୁଦ୍ଧ ସ୍ଥିତି ସୃଷ୍ଟି କରିଦେଲା। ଘଟଣାଟି ଏମିତି-ଗ୍ରୀସ୍‌ର ଏକ କୁକୁର ଭୁଲ୍‌ରେ ମେସିଡୋନିୟା ସୀମା ପାର୍‌ ହୋଇଗଲା। ଆଉ ତାକୁ ଆଣିବାକୁ ଯାଇ ତା’ର ମାଲିକ, ଯିଏ କି ଗ୍ରୀସ୍‌ ସେନାବାହିନୀର ଜଣେ ସୈନିକ ଥିଲେ, ସେ ବି ମେସିଡୋନିୟା ସୀମା ପାର୍‌ ହୋଇଗଲେ। ସେତେବେଳେ ମେସିଡୋନିୟାର ସୀମା ସୁରକ୍ଷା ଦାୟିତ୍ୱ ବୁଲଗେରିଆ ସୈନିକଙ୍କ ଉପରେ ଥିଲା। ଯେତେବେଳେ ସେମାନେ ଦେଖିଲେ ଯେ ଗ୍ରୀସ୍‌ର ଜଣେ ସୈନିକ ସୀମା ପାର୍‌ ହୋଇଯାଇଛନ୍ତି। ସେମାନେ ଆଗପଛ ଚିନ୍ତା ନ କରି ତାଙ୍କ ଉପରକୁ ଗୁଳି କରିଦେଲେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ବଢିଗଲା। ଆଉ ନିଜ ସୈନିକକୁ ହରାଇଥିବା ଗ୍ରୀସ୍‌ ବୁଲଗେରିଆ ଉପରେ ଆକ୍ରମଣ କରିଦେଲା। ଗ୍ରୀସ ଓ ବୁଲଗେରିଆ ମଧ୍ୟସ୍ଥ ଏହି ଯୁଦ୍ଧ ଦୁଇ ଦେଶର ସୀମାବର୍ତ୍ତୀ ଗାଁ ପୈଟ୍ରିକରେ ୧୮-୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଅନେକ ସୈନିକ ମୃତ୍ୟୁବରଣ କଲେ। ଆଉ ବୁଲଗେରିଆ ବିଜୟ ଲାଭ କଲା। ତେବେ ପରେ ଦୁଇ ଦେଶ ମଧ୍ୟରେ ଏକ ସନ୍ଧି କରାଗଲା। ନିଷ୍ପତ୍ତି ନିଆଗଲା ଯେ, ବୁଲଗେରିଆର ଯାହା କ୍ଷତି ହୋଇଛି ଗ୍ରୀସ୍‌ ତା’ର ଭରଣା କରିବ। ଶେଷରେ ଗ୍ରୀସ୍‌ ଜରିମାନା ଭାବେ ୪୫ହଜାର ପାଉଣ୍ଡ ବୁଲଗେରିଆକୁ ପ୍ରଦାନ କରିଥିଲା, ଯାହାର ଏବେକାର ମୂଲ୍ୟ ୪୩ ଲକ୍ଷ ଟଙ୍କା ହେବ। ଉକ୍ତ ଲଢେଇ ‘ପୈଟ୍ରିକ୍‌ର ଘଟଣା’ ଭାବେ ମଧ୍ୟ ପରିଚିତ। -ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?