Posted inଜାତୀୟ

କାହାର କଟିଲା ଟିକେଟ୍‌, କାହାର ବଦଳିଲା ସିଟ୍‌, ଚମକାଇଦେବ କଂଗ୍ରେସର ପ୍ରଥମ ଲିଷ୍ଟ

ନୂଆଦିଲ୍ଲୀ,୮।୩: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ପ୍ରଥମ ତାଲିକାରେ ମୋଟ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ତାଲିକାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଶଶି ଥରୁର, ରାଜେନ୍ଦ୍ର ସାହୁ, କେସି ଭେଣୁୁଗୋପାଲ ଏବଂ ଅନ୍ୟ ବହୁ ବଡ ନେତାଙ୍କ ନାମ ରହିଛି। କିନ୍ତୁ ତାଲିକାରେ ଏମିତି ଅନେକ ନେତା ଅଛନ୍ତି ଯାହାଙ୍କ ଟିକେଟ କଟିଛି ଏବଂ କେତେକଙ୍କ ଆସନ ବଦଳାଯାଇଛି। ଆସନ୍ତୁ ଜାଣିବା କାହାର ଟିକେଟ୍‌ କଟିଛି।

ତାଲିକାରେ ରାହୁଲ ଆମେଥିରୁ ନିର୍ବାଚନ ଲଢିବେ କି ନାହିଁ ତାହା କଂଗ୍ରେସ ଉଲ୍ଲେଖ କରି ନାହିଁ। ସାମ୍ବାଦିକ ସମ୍ମିଳନୀରେ କେସି ଭେଣୁଗୋପାଳ କହିଛନ୍ତି, ପରବର୍ତ୍ତୀ ସିଇସି ବୈଠକ ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ। ଯେଉଁଥିରେ ଦ୍ୱିତୀୟ ତାଲିକାରେ ଅନ୍ତର୍ଭୁକ୍ତ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯିବ। ଏହି ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ରହିବ।

ସୂଚନାଯୋଗ୍ୟ, ଦକ୍ଷିଣ ରାଜ୍ୟର ଅଧିକାଂଶ ଆସନ ପାଇଁ କଂଗ୍ରେସ ତାଲିକାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଛତିଶଗଡରେ ୬ଟି ଆସନ, କର୍ନାଟକରେ ୭ଟି ଆସନ, କେରଳର ୧୬ ଟି ଆସନ, ୨ଟି ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରାରେ ୧ ଆଉ ତେଲଙ୍ଗାନା ରେ ୪ଜଣ ପ୍ରାର୍ଥୀଙ୍କ ନାମଘୋଷଣା କରିଛି।

ଭଦକରା ଆସନରୁ କନ୍ନତ ମୁରଲୀଧରନଙ୍କ ସ୍ଥାନରେ କଂଗ୍ରେସ ଏଥର ସଫି ପରମ୍ବିଲଙ୍କୁ ସୁଯୋଗ ଦେଇଛି। ମୁରଲୀଧରନଙ୍କୁ ତ୍ରିସୁରରୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ କଂଗ୍ରେସ ଅଲପୁଜା ଆସନରୁ ଶାନିମୋଲ ଉସମାନଙ୍କ ଟିକେଟ ବାତିଲ କରିଛି। ଏଥର କେସି ଭେଣୁଗୋପାଳଙ୍କୁ ତାଙ୍କ ଆସନରୁ ହଟାଇ ଦିଆଯାଇଛି। ନାଲଗୋଣ୍ଡା ଆସନରୁ ଏନ ଉତ୍ତମ କୁମାର ରେଡ୍ଡୀ ସାଂସଦ ଥିଲେ, କିନ୍ତୁ ରଘୁବୀର କୁଣ୍ଡୁରଙ୍କୁ ତାଙ୍କ ସ୍ଥାନରେ ଟିକେଟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri