ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା ଦାଶ (୨୯) ଜଗତ୍‌ସିଂହପୁର ଥାନାରେ ପୁନଃ ଅଭିଯୋଗ କଲାପରେ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ଗତ ୬ ତାରିଖରେ ସୋମାଲିକାଙ୍କୁ ଜଗତ୍‌ସିଂହପୁର ଥାନାକୁ ଡକାଇ ଧାରା ୧୬୧ରେ ପାଖାପାଖି ୬ ଘଣ୍ଟା କାଳ ବୟାନ ରେକର୍ଡ କରିଛି। ଶୁକ୍ରବାର ଧାରା ୧୬୪ରେ ବୟାନ ରେକର୍ଡ ପାଇଁ ପ୍ରଥମେ ଥାନାକୁ ଡକାଇଥିଲା। ତା’ପରେ ଜଗତ୍‌ସିଂହପୁର ଜେଏମ୍‌ଏଫ୍‌ସି ମଲିକା ଗୋଏଙ୍କାଙ୍କ କୋର୍ଟରେ ତାଙ୍କୁ ହାଜର କରାଇଛି। କୋର୍ଟରେ ବିଚାରପତି ପାଖାପାଖି ୨ ଘଣ୍ଟା କାଳ ସୋମାଲିକାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛନ୍ତି। ଏ ସମ୍ପର୍କରେ ସୋମାଲିକା କହିଛନ୍ତି, ଅଭିଯୋଗ ଆଧାରରେ ବିଚାରପତି ଯାହା ପଚାରିଥିଲେ ସେ ତା’ର ଉତ୍ତର ଦେଇଛନ୍ତି। ପୋଲିସ ପ୍ରଥମେ ଚାପରେ ପଡ଼ି ବିଧାୟକ ଦାସଙ୍କ ବିରୋଧରେ ମାମଲା ରୁଜୁ କରି ନ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ପଦକ୍ଷେପ ନିଆଯାଇଛି। ଏବେବି ପୋଲିସ ଓ କୋର୍ଟଙ୍କ ଉପରେ ଭରସା ଅଛି। ଯଦି ନ୍ୟାୟ ନ ମିଳେ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୋମାଲିକା ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପଟେ ତାଙ୍କୁ ଆଇନଗତ ସହାୟତା ଦେଉଥିବା ଓକିଲ ସ୍ନିଗ୍ଧା ମହାନ୍ତି କହିଛନ୍ତି,ସୋମାଲିକା ପୋଲିସ ଆଗରେ ଧାରା ୧୬୧ରେ ବୟାନ ଦେଇଥିଲେ। କାଳେ ପୋଲିସକୁ ଡରି ବୟାନ ବଦଳାଇଥିବେ ତେଣୁ ଧାରା ୧୬୪ର ଗୁରୁତ୍ୱ ଅଧିକ। ଏହି ଆଧାରରେ କୋର୍ଟରେ ବୟାନ ରେକର୍ଡ ଜରୁରୀ। ତେଣୁ ବିଚାରପତି ପୋଲିସ ନିକଟରେ ଓ କୋର୍ଟରେ ସୋମାଲିକା ଦେଇଥିବା ବୟାନକୁ ତର୍ଜମା କରିବେ। ଏବେ ପୋଲିସର କାମ ହେଲା ବିଧାୟକ ଦାସଙ୍କୁ ତୁରନ୍ତ ଗିରଫ କରିବା। ଏସ୍‌ପି ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକ ଦାସଙ୍କ ସହ ସୋମାଲିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋମାଲିକା ନିଜେ ଏହାକୁ ଭାଇରାଲ କରି ଚର୍ଚ୍ଚାକୁ ଆସିଥିଲେ। ପରେ ସେମାନଙ୍କ ବିବାହ ନିଷ୍ପତ୍ତି ହୋଇଥିଲା। ୧୭ା୫ା୨୦୨୨ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ କୋର୍ଟରେ ଉଭୟ ବିବାହ ପାଇଁ ଆବେଦନ କରିଥିଲେ। ଆବେଦନର ୩୦ ଦିନ ଭିତରେ କାହାରି କିଛି ଆପତ୍ତି ଅଭିଯୋଗ ନ ଥିଲେ ୩୧ ଦିନରୁ ୯୦ ଦିନ ମଧ୍ୟରେ ଯେ କୌଣସି ସମୟରେ ଉଭୟ ବିବାହ କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଆବେଦନର ୩୧ ଦିନ ସୋମାଲିକା ତାଙ୍କ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ବିଜୟଶଙ୍କରଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ସେ ଫେରି ଯାଇଥିଲେ। ଅପରପକ୍ଷେ ମା’ଙ୍କ ଦେହ ଖରାପ କାରଣରୁ ପରବର୍ତ୍ତୀ ସମୟରେ ବିବାହ କରିବେ ବୋଲି ବିଜୟଶଙ୍କର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। ଏନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ପର୍ଯ୍ୟାୟକ୍ରମେ ବଢି ଚାଲିଥିଲା। ଏହି ଘଟଣାରେ ପୋଲିସ ନୀରବତା ଅବଲମ୍ବନ କରିବାରୁ ସୋମାଲିକା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶପ୍ରକାରେ ପୋଲିସ ମାମଲା ରୁଜୁ କରି ସୋମାଲିକାଙ୍କ ବୟାନ ରେକର୍ଡ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଇଛି। ଏହା ଭିତରେ ତିର୍ତ୍ତୋଲ ମହିଳା କଂଗ୍ରେସ ଓ ଭାଜପା ଜିଲା ଶାଖା ପକ୍ଷରୁ ବିଧାୟକ ଦାସଙ୍କ ଗିରଫ ଦାବିରେ ଏସ୍‌ପିଙ୍କୁ ପୃଥକଭାବେ ସ୍ମାରକପତ୍ର ଦିଆଯାଇଛି। ଆଗକୁ ଏହି ଘଟଣାର ଅଧିକ ତଦନ୍ତ ହେବ ବୋଲି ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri