ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…

ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି ସୂଚନା ଦେଇଛନ୍ତି। ସୈନିକ ଅଧିକାରୀ କ୍ୟାପଟେନ ଅବଦୁଲ୍ଲା ମହମ୍ମଦ ଏହି ଆକ୍ରମଣକୁ ନିଶ୍ଚିତ କରି କହିଛନ୍ତି ୧୨ ଜଣ ଅଲ-ଶବାବ ସଦସ୍ୟ ନିହତ ହୋଇଛନ୍ତି। କିନ୍ତୁ ପ୍ରକୃତରେ କେତେ ଜଣଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ଏବଂ ସରକାରଙ୍କ ନିୟନ୍ତ୍ରଣରେ ରହିଛି।

ସେନା ଅଧିକାରୀ କ୍ୟାପଟେନ ଅବଦୁଲ୍ଲୀ ମହମ୍ମଦ ରଏଟର୍ସକୁ କହିଛନ୍ତି ସହର ଉପକଣ୍ଠରେ ଘଣ୍ଟା ଘଣ୍ଟା ଧରି ସଂଘର୍ଷ ଜାରି ରହିଥିଲା। ମୁଁ ଜାଣେ ଯେ ଆମର ଅନେକ ସୈନିକଙ୍କୁ ହରାଇଛୁ, କିନ୍ତୁ ପ୍ରକୃତ ସଂଖ୍ୟା କେତେ ତାହାର ସୂଚନା ମୋ ପାଖରେ ନାହିଁ। ଆମେ ସେମାନଙ୍କୁ ଜଙ୍ଗଲରେ ଅନୁସରଣ କରୁଛୁ। ସୋମାଲିଆ ଜାତୀୟ ସେନା ଟୁଇଟରରେ କହିଛି ସେମାନେ ଅଲ-ଶବାବକୁ ତଡ଼ି ଦେଇଛନ୍ତି ଏବଂ ସେମାନଙ୍କ ଯୋଦ୍ଧାମାନଙ୍କୁ ହତ୍ୟା କରିଛନ୍ତି, କିନ୍ତୁ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ନିଶ୍ଚିତ ହୋଇନାହିଁ।

ଅଲ କାଏଦା ସହ ଜଡିତ ଅଲ-ଶବାବ ସୋମାଲିଆର କେନ୍ଦ୍ର ସରକାରକୁ ହଟାଇବା ଏବଂ ଇସଲାମିକ ଶାରିଆ ଆଇନର କଠୋର ବ୍ୟାଖ୍ୟା ଆଧାରରେ ନିଜର ନିୟମ ପ୍ରତିଷ୍ଠା କରିବା ପାଇଁ ୨୦୦୬ ମସିହାରୁ ସଂଗ୍ରାମ କରିଆସୁଛି। ହୋଟେଲ, ସାମରିକ ବେସ ଏବଂ ସରକାରୀ ସ୍ଥାପନ ଉପରେ ଅଲ-ଶବାବ ଅନେକ ଆକ୍ରମଣ କରିଛି। ଅଲ-ଶବାବ ଏକ ବିବୃତ୍ତିରେ କହିଛି ଇରିଟ୍ରିଆରେ ଟ୍ରେନିଂରୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଇ ୭୩ ସୈନିକଙ୍କୁ ହତ୍ୟା କରାଯାଇଛି।

ଏହାପୂର୍ବରୁ ଅଲ-ଶବାବ ରାଜଧାନୀ ମୋଗାଦିଶୁର ଏକ ପ୍ରସିଦ୍ଧ ହୋଟେଲ ଉପରେ ଆକ୍ରମଣ କରିଥିଲା। ସଶସ୍ତ୍ର ଆକ୍ରମଣକାରୀମାନେ କାର ବୋମା ବିସ୍ଫୋରଣ ମାଧ୍ୟମରେ ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନେକ ମଧ୍ୟ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?