ସମାଧାନ କ୍ଷୀଣ

ମେ ୨୩ରେ ମ୍ୟାନ୍‌ମାରରୁ ରୋହିଙ୍ଗ୍ୟା ମୁସଲମାନମାନେ ଡଙ୍ଗାରେ ମାଲେସିଆ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟାମାନଙ୍କୁ ନାଗରିକ ଭାବେ ଗଣା ନ ଯିବା ଓ ଜାତିଗତ ଦଙ୍ଗାର ସମ୍ମୁଖୀନ ହେବା ଯୋଗୁ ସେମାନେ ୨୦୧୭ ପରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ଦେଶକୁ ପଳାଇବାର ଉଦ୍ୟମ ଚାଲୁ ରଖିଛନ୍ତି। ରୋହିଙ୍ଗ୍ୟା ହେଲେ ମୁସଲମାନ ଏବଂ ମ୍ୟାନ୍‌ମାରର ସଂଖ୍ୟାଧିକ ଲୋକ ବୌଦ୍ଧ। କେବଳ ମ୍ୟାନ୍‌ମାର ନୁହେଁ ସିରିଆ, ଇରିଟ୍ରିଆ, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ, ସୋମାଲିଆ, ସୁଦାନ, ଦକ୍ଷିଣ ସୁଦାନ, ଆଫଗାନିସ୍ତାନରୁ ସୃଷ୍ଟ ଶରଣାର୍ଥୀ ସଙ୍କଟ ବିଶ୍ୱ ପାଇଁ ଚିନ୍ତାର କାରଣ। ଏବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଶରଣାର୍ଥୀ ସଂକଟକୁ ଆହୁରି ଜଟିଳ କରିଦେଇଛି। ଗତ ଦଶନ୍ଧିରେ ବିଶ୍ୱରେ ଶରଣାର୍ଥୀଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଆର୍‌) ଅନୁଯାୟୀ ବିଶ୍ୱରେ ୮ କୋଟି ୪୦ ଲକ୍ଷ ଲୋକ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏହା ପଛର କାରଣ ହେଉଛି ଯୁଦ୍ଧ, ଗୃହଯୁଦ୍ଧ, ଲଗାତର ରାଜନୈତିକ ଅସ୍ଥିରତା, ଜାତିଗତ ବିଭେଦକୁ ନେଇ ହିଂସା, ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ଅବନତି । ଏହାବ୍ୟତୀତ ଏହି ସମସ୍ୟାକୁ ଜଟିଳ କରିଦେଉଛି ଜଳବାୟୁ ପରିବର୍ତ୍ତନ। ବହୁ ଅଞ୍ଚଳ ଶୁଷ୍କ ହୋଇଯିବା ଏବଂ ଲଗାତର ବିପର୍ଯ୍ୟୟକୁ ସାମ୍ନା କରି ଅତିଷ୍ଠ ହୋଇଯାଉଥିବା ଲୋକେ ମଧ୍ୟ ଅନ୍ୟତ୍ର ଚାଲିଯିବା ଲାଗି ବାଧ୍ୟ ହେଉଛନ୍ତି। ସ୍ଥଳଭାଗରେ ଯାଇ ସେମାନେ ବହୁ ଦେଶରେ ଶରଣ ନେଉଛନ୍ତି, କିନ୍ତୁ ସମୁଦ୍ରରେ ୟୁରୋପୀୟ ଦେଶ କିମ୍ବା ସେମାନଙ୍କ ପଡ଼ୋଶୀ ଦେଶକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇ ବହୁସଂଖ୍ୟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ରୋହିଙ୍ଗ୍ୟା ବଙ୍ଗୋପ ସାଗର ଏବଂ ଆଣ୍ଡାମାନ ସାଗର ଦେଇ ଯିବା ସମୟରେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ୟୁଏନ୍‌ ରିଫ୍ୟୁଜି ଏଜେନ୍ସି ବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ଏବଂ ୟୁଏନ୍‌ଏଚ୍‌ସିଆର୍‌ ଅନୁସାରେ କେବଳ ୨୦୨୧ରେ ସମୁଦ୍ର ପଥରେ ୟୁରୋପରେ ପହଞ୍ଚିବା ଆଶା ନେଇ ଯାଉଥିବା ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି କିମ୍ବା ନିଖୋଜ ହୋଇଛନ୍ତି। ୨୦୨୦ ତୁଳନାରେ ଏହି ସଂଖ୍ୟା ଦୁଇଗୁଣରୁ ଅଧିକ । ତେବେ ଶରଣାର୍ଥୀଙ୍କ ଥଇଥାନ କଥା ଚିନ୍ତା କରୁଥିବା ଦେଶଗୁଡ଼ିକ ଯୁଦ୍ଧ ଏବଂ ବିବାଦରେ ଜଡ଼ିତ ହେବା ଓ ଜାତିସଂଘ ଜଳବାୟୁ ପରିବର୍ତ୍ତନ ପଦକ୍ଷେପରେ କୋହଳ ମନୋଭାବ ପୋଷଣ କରିବା ଯୋଗୁ ଶରଣାର୍ଥୀ ସମସ୍ୟାର ସମାଧାନ ହୋଇପାରୁନାହିଁ।
ଆଧୁନିକ ଯୁଗରେ ଯେତେବାଟ ମନେଅଛି ଭିଏଟ୍‌ନାମର ‘ବୋଟ୍‌ ପିପୁଲ’ଙ୍କୁ ପ୍ରଥମେ ଶରଣାର୍ଥୀ ଭାବେ ଚିହ୍ନଟ କରାଯାଇଥିଲା। ୧୯୭୫ ଭିଏଟ୍‌ନାମ ଯୁଦ୍ଧ ଶେଷ ହେବା ପରେ କମ୍ୟୁନିଷ୍ଟମାନଙ୍କ ବିଜୟ ହେଲା ଓ ଅଣକମ୍ୟୁନିଷ୍ଟଙ୍କୁ ଶରଣାର୍ଥୀ ହେବାକୁ ପଡ଼ିଲା। ସେମାନେ ଡଙ୍ଗାରେ ଅନ୍ୟ ଦେଶକୁ ଚାଲିଯାଉଥିବାରୁ ସେମାନଙ୍କୁ ‘ବୋଟ୍‌ ପିପୁଲ’ କୁହାଗଲା। ୧୯୭୫ରୁ ୧୯୯୫ ମଧ୍ୟରେ ପାଖାପାଖି ୮ ଲକ୍ଷ ଶରଣାର୍ଥୀ ହଂକଂ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ସୁରକ୍ଷିତ ପହଞ୍ଚିଥିଲେ। ହେଲେ ୟୁଏନ୍‌ଏଚ୍‌ସିଆର୍‌ ପକ୍ଷରୁ କୁହାଯାଇଛି ଯେ, ସମୁଦ୍ରରେ ଯିବା ବାଟରେ ୨ରୁ ୪ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସାମ୍ପ୍ରତିକ ସମୟରେ ଶରଣାର୍ଥୀ ସମସ୍ୟାର କୌଣସି ସମାଧାନ ଥିଲାଭଳି ମନେ ହେଉନାହିଁ। ଅସହିଷ୍ଣୁ ଶାସକ ଗୋଷ୍ଠୀ ଯେତେବେଳେ ନିଜ ଦେଶର ନାଗରିକଙ୍କୁ ମାରିପକାଇବେ ସେତେବେଳେ ଏହି ସମସ୍ୟା ଉପୁଜିବା ଏକ ପ୍ରକାର ନିଶ୍ଚିତ। ଏହା ବ୍ୟତୀତ ୟୁକ୍ରେନ ଭଳି ପରିସ୍ଥିତିରେ ଯେତେବେଳେ ବାହାର ଶକ୍ତି ଯୁଦ୍ଧ ଘଟାଉଛି କିମ୍ବା ସିରିଆ ଭଳି ଦେଶରେ ଯେଉଁଠାରେ ନିଜ ରାଷ୍ଟ୍ରପତି ଅସାଦଙ୍କ ଅତ୍ୟାଚାର ସହିତ ଇସ୍‌ଲାମିକ ଷ୍ଟେଟ୍‌ ପରି ବାହ୍ୟ ଶକ୍ତି ହିଂସା ଘଟାଉଛି, ସେତେବେଳେ ସେହି ସବୁ ଦେଶରୁ ଶରଣାର୍ଥୀ ସୃଷ୍ଟି ହେବା ଥୟ। ଜାତିସଂଘ କିମ୍ବା ଅନ୍ୟ ଦେଶଗୁଡ଼ିକ ଏହାର ସମାଧାନ ବାହାର କରିବାରେ ଆଜିପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଯଦି ପଡ଼ୋଶୀ ସହିତ ମିଳିମିଶି ରହିବାର ସହନଶୀଳତା ସବୁ ଜାତି, ଧର୍ମ ଏବଂ ଦେଶ ଭିତରେ ସୃଷ୍ଟି ହେବ, ତେବେ ହୁଏତ ଶରଣାର୍ଥୀ ସଂଖ୍ୟା କମିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri