ତାଇୱାନ ପରେ

ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୩ ମାସ ଅତିକ୍ରମ କରିବାକୁ ବସିଛି। ଯୁଦ୍ଧ କେବେ ଶେଷ ହେବ ତାହାର ସଙ୍କେତ ମିଳୁ ନାହିଁ। ଏଭଳି ସ୍ଥଳେ ଏବେ ଯେଉଁ ନୂଆ ଖବରଟି ବିଶ୍ୱବ୍ୟାପୀ ଚର୍ଚ୍ଚାକୁ ଆସିଛି ତାହା ହେଲା ତାଇଓ୍ବାନ ଉପରେ ଚାଇନା ଆକ୍ରମଣ କରିବା ଲାଗି କରିଥିବା ଯୋଜନାର ଅଡିଓ ପ୍ରଘଟ ହେବା ଘଟଣା। ଏଥିରେ ତାଇଓ୍ବାନ ସହ ଚାଇନାର ଯୁଦ୍ଧ ଯୋଜନା ସମ୍ପର୍କିତ ରୋଡ୍‌ମ୍ୟାପ୍‌କୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି) ଏବଂ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟରେ ହୋଇଥିବା ଆଲୋଚନା ସ୍ଥାନ ପାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଗୋପନୀୟ ସାମରିକ ଅଭିଯାନକୁ ସାଧାରଣରେ ପ୍ରକାଶ କରିଦେବା ଉଦ୍ଦେଶ୍ୟ ରଖି ସିପିସିର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରଘଟ କରିଥିବା କୁହାଯାଉଛି। ଚାଇନାର ମାନବ ଅଧିକାର କର୍ମୀ ଜେନିଫର ଜେଙ୍ଗ୍‌ ଏ ସଂକ୍ରାନ୍ତରେ ଟୁଇଟ୍‌ କରିବା ପରେ ବେଜିଂର ତାଇଓ୍ବାନ ଉପରେ ଆକ୍ରମଣ ଲାଗି ଯେଉଁ ଦୂରଭିସନ୍ଧି ରଖିଆସିଛି, ତାହାର ପ୍ରମାଣ ମିଳିଯାଇଛି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଜିନ୍‌ପିଙ୍ଗ ସମର୍ଥନ କରିଥିବାରୁ ଆଶଙ୍କା ସୃଷ୍ଟି ହୋଇଆସିଛି, ତାଇଓ୍ବାନ ସହିତ ଚାଇନା ସମାନ ଧରଣର ଯୁଦ୍ଧ କରି ତାହାକୁ ଦବାଇବାକୁ ଚାହୁଁଛି। ଭବିଷ୍ୟତରେ ତାହା ଘଟିଲେ ବେଜିଂକୁ ନିଶ୍ଚିତ ମସ୍କୋର ସମର୍ଥନ ମିଳିବ ବୋଲି ଜିନ୍‌ପିଙ୍ଗ୍‌ ଆଶାବାଦୀ। ଉଲ୍ଲେଖଯୋଗ୍ୟ, ତାଇଓ୍ବାନ୍‌ ୧୯୪୯ରୁ ଚାଇନାଠାରୁ ଅଲଗା ହୋଇଥିଲେ ମଧ୍ୟ ତାହାକୁ ବେଜିଂ ସ୍ବୀକୃତି ଦେଉନାହିଁ। ତେଣୁ ଉକ୍ତ ଅଡିଓ ପ୍ରଘଟକୁ ବିଶ୍ୱ ସମୁଦାୟ ଗୁରୁତ୍ୱର ସହ ଚିନ୍ତା କରିବା ଦରକାର। ଅବଶ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ଙ୍କର ତାଇଓ୍ବାନ ଦଖଲର ମନ୍ଦ ଉଦ୍ଦେଶ୍ୟ ରହିଛି। ଜିନ୍‌ପିଙ୍ଗ୍‌ ଯଦି ତାଇଓ୍ବାନ ଉପରେ ଆକ୍ରମଣ କରନ୍ତି ତେବେ ଆମେରିକା ସିଧାସଳଖ ସାମରିକ ହସ୍ତକ୍ଷେପ କରିବ ବୋଲି ବାଇଡେନ୍‌ କହିଛନ୍ତି। ଏଭଳି ପ୍ରତିକ୍ରିୟା ବିରୋଧରେ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି, ତାଙ୍କ ଦେଶର ସାର୍ବଭୌମତ୍ୱ ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ। ଉଲ୍ଲେଖଯୋଗ୍ୟ, ତାଇଓ୍ବାନ ହେଉଛି ବିଶ୍ୱର ବୃହତ୍‌ ସେମିକଣ୍ଡକ୍ଟର ପ୍ରସ୍ତୁତକାରୀ ରାଷ୍ଟ୍ର ଏବଂ ତା’ର ଶିଳ୍ପ ଭିତ୍ତିଭୂମି ଅତ୍ୟନ୍ତ ଶକ୍ତିଶାଳୀ। ସମ୍ଭବତଃ ସେଥିପାଇଁ ଚାଇନାର ଲୋଭ ବୃଦ୍ଧି ପାଉଛି। ତେବେ ମୂଳ ପ୍ରଶ୍ନ ହେଲା ଚାଇନା ଭଳି ଦେଶରେ ତାହାର ସେନା ସହିତ ରାଜନୈତିକ ନେତୃବୃନ୍ଦଙ୍କ ଆଲୋଚନାର ରେକର୍ଡିଂ ବାହାରକୁ ଆସିଲା କେମିତି। ହୁଏତ ଚାଇନାର ନେତୃବୃନ୍ଦ ଜାଣିଶୁଣି ଏହି ତଥାକଥିତ ଗୋପନୀୟ ଆଲୋଚନାକୁ ପ୍ରକାଶ କରି ପାଣି ମାପିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ଜିନ୍‌ପିଙ୍ଗ୍‌ଙ୍କ ଶାସନରେ ଅତିଷ୍ଠ ହୋଇ ଚାଇନାର କମ୍ୟୁନିଷ୍ଟ ପାର୍ଟି ବା ସେନାର ବରିଷ୍ଠ କୌଣସି ଅଧିକାରୀ ଏ ବିଷୟକୁ ପଦାରେ ପକାଇଛନ୍ତି। ଯଦି ଦ୍ୱିତୀୟଟି ହୋଇଥାଏ ତେବେ ବୁଝିବାକୁ ହେବ ଯେ ଚାଇନା ଭଳି ଦେଶରେ ମଧ୍ୟ ଏକଚ୍ଛତ୍ରବାଦୀ ଆଜୀବନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ ଉଚ୍ଚସ୍ତରରେ ମତ ସୃଷ୍ଟି ହେଲାଣି। ସମୟ ଓ ସୁଯୋଗ ମିଳିଲେ ଜଣାପଡ଼ିବ ଏହି ଅସନ୍ତୋଷ କେତେ ନିଆଁ ଲଗାଇ ପାରିବ।
ଅନ୍ୟ ଏକ ଦିଗ ହେଉଛି ଯଦି ଚାଇନାର ନେତୃବୃନ୍ଦ ଜାଣିଶୁଣି ଗୋପନୀୟ ଆଲୋଚନାକୁ ସାଧାରଣରେ ପ୍ରଘଟ କରିଛନ୍ତି, ତେବେ ତାଇଓ୍ବାନ ଉପରେ ଆକ୍ରମଣ ନିଶ୍ଚିତ। ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷାଲାଭ କରି ଏବଂ ହଂକଂରେ ବିରୋଧକୁ ଦମନ କରି ଚାଇନା ଯେଉଁଭଳି ଭାବେ ଆଭ୍ୟନ୍ତରୀଣ ପ୍ରସ୍ତୁତି କରୁଥିବ ସେଥିରୁ ଭାରତକୁ ମଧ୍ୟ ସଜାଗ ରହିବାକୁ ହେବ। ରୁଷିଆ ସହିତ ସହଯୋଗ କରି ଯେଉଁ ଲାଭ ଉଠାଇବାକୁ ଭାରତ ଚାହୁଁଥିଲା ସେଥିରେ ଅସଫଳ ହୋଇଛି। ଏବେ ବିଶ୍ୱବ୍ୟାପୀ ଧାରଣା ସୃଷ୍ଟି ହୋଇଛି ଯେ ରୁଷିଆକୁ ୟୁକ୍ରେନ୍‌ ଯୁଦ୍ଧରେ ଭାରତ ସମର୍ଥନ ଜଣାଉଛି। ଏଭଳି ସ୍ଥିତିରେ ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ଅନୁମାନ କରିହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?