ତାଇୱାନ ପରେ

ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୩ ମାସ ଅତିକ୍ରମ କରିବାକୁ ବସିଛି। ଯୁଦ୍ଧ କେବେ ଶେଷ ହେବ ତାହାର ସଙ୍କେତ ମିଳୁ ନାହିଁ। ଏଭଳି ସ୍ଥଳେ ଏବେ ଯେଉଁ ନୂଆ ଖବରଟି ବିଶ୍ୱବ୍ୟାପୀ ଚର୍ଚ୍ଚାକୁ ଆସିଛି ତାହା ହେଲା ତାଇଓ୍ବାନ ଉପରେ ଚାଇନା ଆକ୍ରମଣ କରିବା ଲାଗି କରିଥିବା ଯୋଜନାର ଅଡିଓ ପ୍ରଘଟ ହେବା ଘଟଣା। ଏଥିରେ ତାଇଓ୍ବାନ ସହ ଚାଇନାର ଯୁଦ୍ଧ ଯୋଜନା ସମ୍ପର୍କିତ ରୋଡ୍‌ମ୍ୟାପ୍‌କୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି) ଏବଂ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟରେ ହୋଇଥିବା ଆଲୋଚନା ସ୍ଥାନ ପାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଗୋପନୀୟ ସାମରିକ ଅଭିଯାନକୁ ସାଧାରଣରେ ପ୍ରକାଶ କରିଦେବା ଉଦ୍ଦେଶ୍ୟ ରଖି ସିପିସିର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରଘଟ କରିଥିବା କୁହାଯାଉଛି। ଚାଇନାର ମାନବ ଅଧିକାର କର୍ମୀ ଜେନିଫର ଜେଙ୍ଗ୍‌ ଏ ସଂକ୍ରାନ୍ତରେ ଟୁଇଟ୍‌ କରିବା ପରେ ବେଜିଂର ତାଇଓ୍ବାନ ଉପରେ ଆକ୍ରମଣ ଲାଗି ଯେଉଁ ଦୂରଭିସନ୍ଧି ରଖିଆସିଛି, ତାହାର ପ୍ରମାଣ ମିଳିଯାଇଛି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଜିନ୍‌ପିଙ୍ଗ ସମର୍ଥନ କରିଥିବାରୁ ଆଶଙ୍କା ସୃଷ୍ଟି ହୋଇଆସିଛି, ତାଇଓ୍ବାନ ସହିତ ଚାଇନା ସମାନ ଧରଣର ଯୁଦ୍ଧ କରି ତାହାକୁ ଦବାଇବାକୁ ଚାହୁଁଛି। ଭବିଷ୍ୟତରେ ତାହା ଘଟିଲେ ବେଜିଂକୁ ନିଶ୍ଚିତ ମସ୍କୋର ସମର୍ଥନ ମିଳିବ ବୋଲି ଜିନ୍‌ପିଙ୍ଗ୍‌ ଆଶାବାଦୀ। ଉଲ୍ଲେଖଯୋଗ୍ୟ, ତାଇଓ୍ବାନ୍‌ ୧୯୪୯ରୁ ଚାଇନାଠାରୁ ଅଲଗା ହୋଇଥିଲେ ମଧ୍ୟ ତାହାକୁ ବେଜିଂ ସ୍ବୀକୃତି ଦେଉନାହିଁ। ତେଣୁ ଉକ୍ତ ଅଡିଓ ପ୍ରଘଟକୁ ବିଶ୍ୱ ସମୁଦାୟ ଗୁରୁତ୍ୱର ସହ ଚିନ୍ତା କରିବା ଦରକାର। ଅବଶ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ଙ୍କର ତାଇଓ୍ବାନ ଦଖଲର ମନ୍ଦ ଉଦ୍ଦେଶ୍ୟ ରହିଛି। ଜିନ୍‌ପିଙ୍ଗ୍‌ ଯଦି ତାଇଓ୍ବାନ ଉପରେ ଆକ୍ରମଣ କରନ୍ତି ତେବେ ଆମେରିକା ସିଧାସଳଖ ସାମରିକ ହସ୍ତକ୍ଷେପ କରିବ ବୋଲି ବାଇଡେନ୍‌ କହିଛନ୍ତି। ଏଭଳି ପ୍ରତିକ୍ରିୟା ବିରୋଧରେ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି, ତାଙ୍କ ଦେଶର ସାର୍ବଭୌମତ୍ୱ ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ। ଉଲ୍ଲେଖଯୋଗ୍ୟ, ତାଇଓ୍ବାନ ହେଉଛି ବିଶ୍ୱର ବୃହତ୍‌ ସେମିକଣ୍ଡକ୍ଟର ପ୍ରସ୍ତୁତକାରୀ ରାଷ୍ଟ୍ର ଏବଂ ତା’ର ଶିଳ୍ପ ଭିତ୍ତିଭୂମି ଅତ୍ୟନ୍ତ ଶକ୍ତିଶାଳୀ। ସମ୍ଭବତଃ ସେଥିପାଇଁ ଚାଇନାର ଲୋଭ ବୃଦ୍ଧି ପାଉଛି। ତେବେ ମୂଳ ପ୍ରଶ୍ନ ହେଲା ଚାଇନା ଭଳି ଦେଶରେ ତାହାର ସେନା ସହିତ ରାଜନୈତିକ ନେତୃବୃନ୍ଦଙ୍କ ଆଲୋଚନାର ରେକର୍ଡିଂ ବାହାରକୁ ଆସିଲା କେମିତି। ହୁଏତ ଚାଇନାର ନେତୃବୃନ୍ଦ ଜାଣିଶୁଣି ଏହି ତଥାକଥିତ ଗୋପନୀୟ ଆଲୋଚନାକୁ ପ୍ରକାଶ କରି ପାଣି ମାପିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ଜିନ୍‌ପିଙ୍ଗ୍‌ଙ୍କ ଶାସନରେ ଅତିଷ୍ଠ ହୋଇ ଚାଇନାର କମ୍ୟୁନିଷ୍ଟ ପାର୍ଟି ବା ସେନାର ବରିଷ୍ଠ କୌଣସି ଅଧିକାରୀ ଏ ବିଷୟକୁ ପଦାରେ ପକାଇଛନ୍ତି। ଯଦି ଦ୍ୱିତୀୟଟି ହୋଇଥାଏ ତେବେ ବୁଝିବାକୁ ହେବ ଯେ ଚାଇନା ଭଳି ଦେଶରେ ମଧ୍ୟ ଏକଚ୍ଛତ୍ରବାଦୀ ଆଜୀବନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ ଉଚ୍ଚସ୍ତରରେ ମତ ସୃଷ୍ଟି ହେଲାଣି। ସମୟ ଓ ସୁଯୋଗ ମିଳିଲେ ଜଣାପଡ଼ିବ ଏହି ଅସନ୍ତୋଷ କେତେ ନିଆଁ ଲଗାଇ ପାରିବ।
ଅନ୍ୟ ଏକ ଦିଗ ହେଉଛି ଯଦି ଚାଇନାର ନେତୃବୃନ୍ଦ ଜାଣିଶୁଣି ଗୋପନୀୟ ଆଲୋଚନାକୁ ସାଧାରଣରେ ପ୍ରଘଟ କରିଛନ୍ତି, ତେବେ ତାଇଓ୍ବାନ ଉପରେ ଆକ୍ରମଣ ନିଶ୍ଚିତ। ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷାଲାଭ କରି ଏବଂ ହଂକଂରେ ବିରୋଧକୁ ଦମନ କରି ଚାଇନା ଯେଉଁଭଳି ଭାବେ ଆଭ୍ୟନ୍ତରୀଣ ପ୍ରସ୍ତୁତି କରୁଥିବ ସେଥିରୁ ଭାରତକୁ ମଧ୍ୟ ସଜାଗ ରହିବାକୁ ହେବ। ରୁଷିଆ ସହିତ ସହଯୋଗ କରି ଯେଉଁ ଲାଭ ଉଠାଇବାକୁ ଭାରତ ଚାହୁଁଥିଲା ସେଥିରେ ଅସଫଳ ହୋଇଛି। ଏବେ ବିଶ୍ୱବ୍ୟାପୀ ଧାରଣା ସୃଷ୍ଟି ହୋଇଛି ଯେ ରୁଷିଆକୁ ୟୁକ୍ରେନ୍‌ ଯୁଦ୍ଧରେ ଭାରତ ସମର୍ଥନ ଜଣାଉଛି। ଏଭଳି ସ୍ଥିତିରେ ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ଅନୁମାନ କରିହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri