ଆସନ୍ତାକାଲି ଅର୍ଥାତ ଶନିବାର ଦିନ ମହାସମାରୋହରେ ପାଳନ କରାଯିବ ମା’ କାଳୀଙ୍କ ପୂଜା । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥରର କାଳୀ ପୂଜା ଅତ୍ୟନ୍ତ ବିଶେଷ ହେବାକୁ ଯାଉଛି, କାରଣ ଏହି ମହାପର୍ୱ ଏକକାଳୀନ ଶନିବାର ଦିନ ପଡ଼ୁଛି। ଏହି ଦୁର୍ଲଭ ସଂଯୋଗ କାରଣରୁ ମା’ କାଳୀ ଏବଂ ନ୍ୟାୟର ଦେବତା ଶନି ଦେବଙ୍କର ମିଳିତ ଆଶୀର୍ୱାଦ କିଛି ର୍ନିଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପ୍ରତି ଅଧିକ ରହିବ।
ଜ୍ୟୋତିଷ ଆକଳନ ଅନୁଯାୟୀ, ଏହି ଶୁଭ ସଂଯୋଗ କାରଣରୁ ୩ଟି ଭାଗ୍ୟବାନ ରାଶିର ବ୍ୟକ୍ତିମାନେ ଆର୍ଥିକ କ୍ଷେତ୍ରରେ ପ୍ରଚୁର ଲାଭବାନ ହେବେ ଏବଂ ସେମାନଙ୍କର ଭାଗ୍ୟର ଦ୍ୱାର ଖୋଲିଯିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ:
ମେଷ ରାଶି (Aries)
ମା’ କାଳୀ ଏବଂ ଶନି ଦେବଙ୍କ କୃପାରୁ ମେଷ ରାଶିର ଲୋକଙ୍କ ପାଇଁ ସମୟଟି ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟୀମାନଙ୍କୁ ହଠାତ କୌଣସି ବଡ଼ ଧରଣର ଆର୍ଥିକ ଲାଭ ମିଳିବାର ଯୋଗ ରହିଛି। ଆପଣଙ୍କର ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ ଏବଂ ଶତ୍ରୁମାନେ ପରାସ୍ତ ହେବେ।
ମକର ରାଶି (Capricorn)
ଶନି ଦେବଙ୍କ ସୱୟଂ ନିଜ ରାଶି (ମକର) ହୋଇଥିବାରୁ ଏହି ସଂଯୋଗ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ବରଦାନ ସଦୃଶ ହେବ। ମା’ କାଳୀଙ୍କ ଆଶୀର୍ୱାଦରୁ ଆପଣଙ୍କର ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି କିମ୍ୱା ବେତନ ବୃଦ୍ଧିର ଶୁଭ ସମ୍ୱାଦ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ୱ ଅପେକ୍ଷା ଅଧିକ ମଜଭୁତ ହେବ।
କୁମ୍ଭ ରାଶି (Aquarius)
କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି କାଳୀ ପୂଜା ଏବଂ ଶନିବାରର ମିଳିତ ସଂଯୋଗ ଭାଗ୍ୟ ଚମକାଇବା ଭଳି ସାବ୍ୟସ୍ତ ହେବ। ନିବେଶ କରିବା ପାଇଁ ସମୟଟି ଅତ୍ୟନ୍ତ ଶୁଭ ଅଟେ। ପରିବାରରେ ହସଖୁସିର ପରିବେଶ ରହିବ ଏବଂ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।

