Posted inଫୁରସତ

ମେଟ୍ରୋ ଟ୍ରେନ୍‌ରେ ସୋଫାରେ ଯାତ୍ରା

ବେଜିଂ: ବହୁ ଲୋକ ବସ୍‌ ଅପେକ୍ଷା ଟ୍ରେନ୍‌ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି। ହେଲେ ଅନେକ ସମୟରେ ଟ୍ରେନ୍‌ ଯାତ୍ରାରେ ଅଧିକାଂଶ ଲୋକ ବସିବାକୁ ସିଟ୍‌ ନ ପାଇ ଠିଆହୋଇ ଯାଇଥା’ନ୍ତି। ଏପରି ଅସୁବିଧା ପାଇଁ ଜଣେ ଯୁବକ ଏକ ଉପାୟ ବାହାର କରିଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ମୁତାବକ, ଚାଇନାର ଜଣେ ଯୁବକ ଟ୍ରେନ୍‌ ଯାତ୍ରା କରିବାକୁ ଯିବାବେଳେ ନିଜ ସହ ଏକ ଜଣିକିଆ ସୋଫା ନେଇ ଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଯୁବକ ଜଣକ ପ୍ରତିଦିନ ତାଙ୍କ ସହ ଘରୁ ଏକ ସୋଫା ନେଇକି ଯାଇଥା’ନ୍ତି। ଷ୍ଟେଶନରେ ସେହି ସୋଫାକୁ ପକାଇ ଟ୍ରେନ୍‌ ଆସିବାକୁ ଅପେକ୍ଷା କରନ୍ତି। ପରେ ମେଟ୍ରୋ ଟ୍ରେନ୍‌ ଆସିଲେ ସେ ସେହି ସୋଫାକୁ ଟ୍ରେନ୍‌ ଭିତରେ ପକାଇ ଶାନ୍ତିରେ ବସିଥା’ନ୍ତି। ଏନେଇ ଉକ୍ତ ଯୁବକଙ୍କୁ ପଚରାଯିବାରୁ, ସେ ପ୍ରତିଦିନ ଟ୍ରେନ୍‌ରେ ସିଟ୍‌ ନ ପାଇ ଠିଆ ହୋଇ ଯାଇଥା’ନ୍ତି। ଏଥିରେ ସେ ବିରକ୍ତ ହୋଇ ଏକ ଖାସ୍‌ ପ୍ରକାରର ସୋଫା ତିଆରି କରାଇଲେ, ଯାହାକୁ ସେ ସହଜରେ ସାଙ୍ଗରେ ନେଇ ଟ୍ରେନ୍‌ରେ ଯାତ୍ରା କରିପାରିବେ। ପ୍ରଥମେ ସେ ଏକ ପୋର୍ଟେବଲ ଚୌକି ବ୍ୟବହାର କରିବାକୁ ଭାବିଥିଲେ। ହେଲେ ଅଫିସରେ ଏବଂ ଅଫିସ ସରିବା ପରେ ଏକାଭଳି ଚୌକିରେ ବସି ଆରାମ କରିପାରିବେନି। ସେଥିପାଇଁ ସେ ଏକ ଆରାମଦାୟକ ସୋଫା ତିଆରି କରାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri