ସମାଜର ଦୃଶ୍ୟ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ନିକଟରେ ଦୁଇଟି ଦୁଃଖଦାୟକ ଖବର ଆମ ଭଳି ସାଧାରଣ ଲୋକଙ୍କୁ ଖୁବ୍‌ ବ୍ୟସ୍ତବିବ୍ରତ କଲା। ଦୁଇଟି ଯାକ ଖବର ସ୍ବାସ୍ଥ୍ୟବିଭାଗକୁ ନେଇ। କିଛିଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ୭ମାସର ଝିଅଟିଏ ଚିକିତ୍ସିତ ହେଉଥିବା ବେଳେ ଆଖିବୁଜିଦେଲା। ମୃତଦେହକୁ ନେବାପାଇଁ ଆମ୍ବୁଲାନ୍ସ ମିଳିଲା ନାହିଁ, ତେଣୁ ବାଧ୍ୟ ହୋଇ ଝିଅର ବାପା ବ୍ୟାଗ୍‌ରେ ଭର୍ତ୍ତିକରି ବାଇକ୍‌ରେ ଟଙ୍ଗେଇ ନେଲେ। ଦୁର୍ଭାଗ୍ୟବଶତଃ ଅଧା ବାଟରେ ବ୍ୟାଗ୍‌ ଛିଣ୍ଡିଗଲା ଏବଂ ପିଲାର ମୃତଦେହ ତଳେ ପଡ଼ିବା ଦେଖି ଜାଗାଟି ଲୋକାରଣ୍ୟ ହୋଇଗଲା। ଲୋକମାନେ ଜନ୍ମକଲା ବାପାକୁ ପିଲା ଚୋର ଭାବି ବେଶ୍‌ କିଛି ବିଧା ଗୋଇଠା ଦେଲେ। କିଛି ମାମଲତକାର ବାପାଙ୍କୁ ରାସ୍ତା ଉପରେ କାନ ଧରି ଉଠବସ୍‌ କରାଇଲେ। ପରିଶେଷରେ ଲୋକର ସ୍ତ୍ରୀ ଖବର ପାଇ ଜମା ହେଉଥିବା ଲୋକଙ୍କୁ ଆଧାର କାର୍ଡ ଦେଖାଇବାରୁ ସ୍ବାମୀ ମୁକୁଳିଲେ। କିନ୍ତୁ କଥା ନ ଶୁଣି ନିର୍ଦ୍ଦୋଷ ଲୋକକୁ ଉଠ୍‌ବସ୍‌ କରାଇଥିବା ଅପରାଧରେ ଦୋଷୀ ଲୋକମାନଙ୍କୁ କି ଦଣ୍ଡ ବିଧାନ କରାଗଲା। ସେଦିନ ଏହି କଥା କହି ଜୟକୃଷ୍ଣବାବୁ କହିଲେ, ବର୍ତ୍ତମାନ ଏକ ଭିନ୍ନ ସରକାର ଚାଲିଛି। ଘଟଣା ଘଟିବାର ବେଶ୍‌ କିଛିଦିନ ଗଡ଼ିଗଲାଣି କିନ୍ତୁ ନିରପରାଧୀ ଲୋକଙ୍କୁ ଅଯଥାରେ ଦଣ୍ଡ ଦେଇ ତାଙ୍କ ସମ୍ମାନକୁ ଭୂଲୁଣ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ କି ଦଣ୍ଡ ମିଳିଲା ଏବଂ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ନ ମିଳିବା ଘଟଣାର ଠିକ୍‌ ତଦନ୍ତ ହୋଇଛି କି? ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କିମାରୁଛି।
ଦ୍ୱିତୀୟ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲାର ଘାଘରା ଗଁାର ଶଙ୍କର ନାୟକଙ୍କ କଥା। ଶଙ୍କରବାବୁ ମୟୂରଭଞ୍ଜ ମେଡିକାଲ କଲେଜକୁ ପତ୍ନୀଙ୍କର ପ୍ରସବ ପାଇଁ ଆସିଥିଲେ। ପ୍ରସବ ପରେ ପିଲାର ସ୍ବାସ୍ଥ୍ୟ ଭଲ ନ ଥିବାରୁ ଡାକ୍ତର କହିଲେ ପିଲାକୁ ଆଇସିୟୁରେ ରଖାଯିବ। ତେଣୁ ବାପା ମା’ଙ୍କର ମେଡିକାଲ କଲେଜରେ ଭିଡ଼ ଜମାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହି ଡାକ୍ତର ସେମାନଙ୍କୁ ଫେରାଇ ଦେଲେ। ଇତିମଧ୍ୟରେ ୩ ଦିନ ବିତିଯାଇଛି। ହଠାତ୍‌ ମେଡିକାଲ କଲେଜରୁ ଖବର ଆସିଲା ଯେ ତୁମ ଛୁଆ ମରିଗଲାଣି, ତାକୁ ନେଇଯାଅ। ଝିଅର ବାପା ଯାଇ ଦେଖିଲାବେଳକୁ ମୃତଦେହ ଶଢ଼ିବା ଅବସ୍ଥା। ମେଡିକାଲ କଲେଜରେ ଶୁଣିଲେ ଯେ, ପିଲାଟି ଦୁଇଦିନ ଆଗରୁ ଆଖିବୁଜି ସାରିଲାଣି। ତେଣୁ ଗରିବ ବାପା ମୃତଦେହକୁ ଗଁାକୁ ନେଇଯିବା ଲାଗି ଆମ୍ବୁଲାନ୍ସ ମାଗିଲେ। ମହାପ୍ରୟାଣ ଗାଡ଼ିର ଲୋକ କହିଲେ, ବାବୁ! ଆଗ ମାଲ୍‌ କାଢ଼। ତା’ପରେ ଯିବା କଥା। ଦୀର୍ଘ ସମୟ କାକୁତିମିନତି ହେଲା ପରେ ରାତି ସାଢ଼େ ଦଶଟା ବେଳକୁ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଗାଡ଼ି ମୃତଦେହକୁ ନେଇଥିଲା। ଆମ କହିବାର କଥା ହେଲା ସରକାର ଏ ବିଷୟରେ ନିଶ୍ଚୟ ଖବର ରଖିଥିବେ। କିନ୍ତୁ ଏ ବିଷୟରେ ବିଧିବଦ୍ଧ ତଦନ୍ତ ହୋଇ ଉଭୟ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ମହାପ୍ରୟାଣ ଗାଡ଼ିର ଚାଳକଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ବର୍ତ୍ତମାନ ଆମ ଭଳି ଗୋଟିଏ ମୂର୍ଖ ଲୋକ ଜଳକା ହୋଇ ରହିବା ଛଡ଼ା ଆଉ କ’ଣ କରିପାରିବ!
ବିଦେଶରେ ହେଲେ ମଧ୍ୟ ଗୋଟିଏ ଘଟଣା ଆମ ମନକୁ ବେଶ୍‌ ଛୁଇଁଛି। ପର୍ତ୍ତୁଗାଲରେ ଏକ ସରକାରୀ ଡାକ୍ତରଖାନାରେ ଜଣେ ଭାରତୀୟ ମହିଳାଙ୍କୁ ବେଡ୍‌ ମିଳି ନ ଥିବାରୁ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ତ୍ତା ଟୋମିଡୋ ନିଜ ପଦରୁ ଇସ୍ତଫା ଦେଇ ନୈତିକତାର ପରିଚୟ ଦେଇଛନ୍ତି। ଏକ ରେଳ ଦୁର୍ଘଟଣାରେ ତଦନାନ୍ତୀନ ରେଳମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ନିଜକୁ ନୈତିକତା ଦୃଷ୍ଟିରୁ ଦାୟୀ କରି ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନୁରୂପ ଭାବେ ସେଦିନ ରାଜର୍ଶୀ ନବକୃଷ୍ଣ ଚୌଧୁରୀ ବିଧାନସଭାରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେଲେ। ଆସ୍ଥା ଭୋଟରେ ଜିତିଥିଲେ ମଧ୍ୟ ଜଣେ ବିଧାୟକ ଆସ୍ଥା ଭୋଟ ବିରୋଧରେ ଭୋଟ ଦେଇଥିବାରୁ ନବବାବୁ କହିଥିଲେ, ଯଦି ମୁଁ ସବୁ ବିଧାୟକଙ୍କର ଆସ୍ଥା ଭାଜନ ହୋଇପାରିଲି ନାହିଁ ତେବେ ମୁଖ୍ୟମନ୍ତ୍ରୀ ଭାବେ ରହିବା ଉଚିତ ହେବ କି? ଏହା କହି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜର କର୍ମସ୍ଥଳୀ ବାଜି ରାଉତ ଛାତ୍ରାବାସକୁ ଚାଲିଗଲେ। ସେହିଦିନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ବିଧାନ ସଭା ବା ଲୋକ ସଭାରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ବର୍ତ୍ତମାନ ସମୟ ତ ଭିନ୍ନ, ଅବସ୍ଥା ଚକ୍ରରେ ନ ପଡ଼ି ସେପରି ହଲାପଟା ନ ହେଲେ କେହି ମନ୍ତ୍ରୀପଦରୁ ଇସ୍ତଫା ଦେବାର ନଜିର ଆମ ପାଖରେ ନାହିଁ। ଆମ ସରକାର ଏସବୁ ଦିଗରେ ତଦନ୍ତ କରି ପଦକ୍ଷେପ ନେଲେ ଆମେ ଭାବିବୁ ଯେ, ପ୍ରଶାସନ ଠିକ୍‌ ବାଟରେ ଚାଲିଛି। ଅନ୍ୟଥା କପାଳରେ କରମାରିବା ହିଁ ସାର ହେବ।
ଚୈତନ୍ୟ ଧାମ, ଶବରସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?