ସମାଜର ଦୃଶ୍ୟ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ନିକଟରେ ଦୁଇଟି ଦୁଃଖଦାୟକ ଖବର ଆମ ଭଳି ସାଧାରଣ ଲୋକଙ୍କୁ ଖୁବ୍‌ ବ୍ୟସ୍ତବିବ୍ରତ କଲା। ଦୁଇଟି ଯାକ ଖବର ସ୍ବାସ୍ଥ୍ୟବିଭାଗକୁ ନେଇ। କିଛିଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ୭ମାସର ଝିଅଟିଏ ଚିକିତ୍ସିତ ହେଉଥିବା ବେଳେ ଆଖିବୁଜିଦେଲା। ମୃତଦେହକୁ ନେବାପାଇଁ ଆମ୍ବୁଲାନ୍ସ ମିଳିଲା ନାହିଁ, ତେଣୁ ବାଧ୍ୟ ହୋଇ ଝିଅର ବାପା ବ୍ୟାଗ୍‌ରେ ଭର୍ତ୍ତିକରି ବାଇକ୍‌ରେ ଟଙ୍ଗେଇ ନେଲେ। ଦୁର୍ଭାଗ୍ୟବଶତଃ ଅଧା ବାଟରେ ବ୍ୟାଗ୍‌ ଛିଣ୍ଡିଗଲା ଏବଂ ପିଲାର ମୃତଦେହ ତଳେ ପଡ଼ିବା ଦେଖି ଜାଗାଟି ଲୋକାରଣ୍ୟ ହୋଇଗଲା। ଲୋକମାନେ ଜନ୍ମକଲା ବାପାକୁ ପିଲା ଚୋର ଭାବି ବେଶ୍‌ କିଛି ବିଧା ଗୋଇଠା ଦେଲେ। କିଛି ମାମଲତକାର ବାପାଙ୍କୁ ରାସ୍ତା ଉପରେ କାନ ଧରି ଉଠବସ୍‌ କରାଇଲେ। ପରିଶେଷରେ ଲୋକର ସ୍ତ୍ରୀ ଖବର ପାଇ ଜମା ହେଉଥିବା ଲୋକଙ୍କୁ ଆଧାର କାର୍ଡ ଦେଖାଇବାରୁ ସ୍ବାମୀ ମୁକୁଳିଲେ। କିନ୍ତୁ କଥା ନ ଶୁଣି ନିର୍ଦ୍ଦୋଷ ଲୋକକୁ ଉଠ୍‌ବସ୍‌ କରାଇଥିବା ଅପରାଧରେ ଦୋଷୀ ଲୋକମାନଙ୍କୁ କି ଦଣ୍ଡ ବିଧାନ କରାଗଲା। ସେଦିନ ଏହି କଥା କହି ଜୟକୃଷ୍ଣବାବୁ କହିଲେ, ବର୍ତ୍ତମାନ ଏକ ଭିନ୍ନ ସରକାର ଚାଲିଛି। ଘଟଣା ଘଟିବାର ବେଶ୍‌ କିଛିଦିନ ଗଡ଼ିଗଲାଣି କିନ୍ତୁ ନିରପରାଧୀ ଲୋକଙ୍କୁ ଅଯଥାରେ ଦଣ୍ଡ ଦେଇ ତାଙ୍କ ସମ୍ମାନକୁ ଭୂଲୁଣ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ କି ଦଣ୍ଡ ମିଳିଲା ଏବଂ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ନ ମିଳିବା ଘଟଣାର ଠିକ୍‌ ତଦନ୍ତ ହୋଇଛି କି? ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କିମାରୁଛି।
ଦ୍ୱିତୀୟ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲାର ଘାଘରା ଗଁାର ଶଙ୍କର ନାୟକଙ୍କ କଥା। ଶଙ୍କରବାବୁ ମୟୂରଭଞ୍ଜ ମେଡିକାଲ କଲେଜକୁ ପତ୍ନୀଙ୍କର ପ୍ରସବ ପାଇଁ ଆସିଥିଲେ। ପ୍ରସବ ପରେ ପିଲାର ସ୍ବାସ୍ଥ୍ୟ ଭଲ ନ ଥିବାରୁ ଡାକ୍ତର କହିଲେ ପିଲାକୁ ଆଇସିୟୁରେ ରଖାଯିବ। ତେଣୁ ବାପା ମା’ଙ୍କର ମେଡିକାଲ କଲେଜରେ ଭିଡ଼ ଜମାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହି ଡାକ୍ତର ସେମାନଙ୍କୁ ଫେରାଇ ଦେଲେ। ଇତିମଧ୍ୟରେ ୩ ଦିନ ବିତିଯାଇଛି। ହଠାତ୍‌ ମେଡିକାଲ କଲେଜରୁ ଖବର ଆସିଲା ଯେ ତୁମ ଛୁଆ ମରିଗଲାଣି, ତାକୁ ନେଇଯାଅ। ଝିଅର ବାପା ଯାଇ ଦେଖିଲାବେଳକୁ ମୃତଦେହ ଶଢ଼ିବା ଅବସ୍ଥା। ମେଡିକାଲ କଲେଜରେ ଶୁଣିଲେ ଯେ, ପିଲାଟି ଦୁଇଦିନ ଆଗରୁ ଆଖିବୁଜି ସାରିଲାଣି। ତେଣୁ ଗରିବ ବାପା ମୃତଦେହକୁ ଗଁାକୁ ନେଇଯିବା ଲାଗି ଆମ୍ବୁଲାନ୍ସ ମାଗିଲେ। ମହାପ୍ରୟାଣ ଗାଡ଼ିର ଲୋକ କହିଲେ, ବାବୁ! ଆଗ ମାଲ୍‌ କାଢ଼। ତା’ପରେ ଯିବା କଥା। ଦୀର୍ଘ ସମୟ କାକୁତିମିନତି ହେଲା ପରେ ରାତି ସାଢ଼େ ଦଶଟା ବେଳକୁ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଗାଡ଼ି ମୃତଦେହକୁ ନେଇଥିଲା। ଆମ କହିବାର କଥା ହେଲା ସରକାର ଏ ବିଷୟରେ ନିଶ୍ଚୟ ଖବର ରଖିଥିବେ। କିନ୍ତୁ ଏ ବିଷୟରେ ବିଧିବଦ୍ଧ ତଦନ୍ତ ହୋଇ ଉଭୟ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ମହାପ୍ରୟାଣ ଗାଡ଼ିର ଚାଳକଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ବର୍ତ୍ତମାନ ଆମ ଭଳି ଗୋଟିଏ ମୂର୍ଖ ଲୋକ ଜଳକା ହୋଇ ରହିବା ଛଡ଼ା ଆଉ କ’ଣ କରିପାରିବ!
ବିଦେଶରେ ହେଲେ ମଧ୍ୟ ଗୋଟିଏ ଘଟଣା ଆମ ମନକୁ ବେଶ୍‌ ଛୁଇଁଛି। ପର୍ତ୍ତୁଗାଲରେ ଏକ ସରକାରୀ ଡାକ୍ତରଖାନାରେ ଜଣେ ଭାରତୀୟ ମହିଳାଙ୍କୁ ବେଡ୍‌ ମିଳି ନ ଥିବାରୁ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ତ୍ତା ଟୋମିଡୋ ନିଜ ପଦରୁ ଇସ୍ତଫା ଦେଇ ନୈତିକତାର ପରିଚୟ ଦେଇଛନ୍ତି। ଏକ ରେଳ ଦୁର୍ଘଟଣାରେ ତଦନାନ୍ତୀନ ରେଳମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ନିଜକୁ ନୈତିକତା ଦୃଷ୍ଟିରୁ ଦାୟୀ କରି ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନୁରୂପ ଭାବେ ସେଦିନ ରାଜର୍ଶୀ ନବକୃଷ୍ଣ ଚୌଧୁରୀ ବିଧାନସଭାରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେଲେ। ଆସ୍ଥା ଭୋଟରେ ଜିତିଥିଲେ ମଧ୍ୟ ଜଣେ ବିଧାୟକ ଆସ୍ଥା ଭୋଟ ବିରୋଧରେ ଭୋଟ ଦେଇଥିବାରୁ ନବବାବୁ କହିଥିଲେ, ଯଦି ମୁଁ ସବୁ ବିଧାୟକଙ୍କର ଆସ୍ଥା ଭାଜନ ହୋଇପାରିଲି ନାହିଁ ତେବେ ମୁଖ୍ୟମନ୍ତ୍ରୀ ଭାବେ ରହିବା ଉଚିତ ହେବ କି? ଏହା କହି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜର କର୍ମସ୍ଥଳୀ ବାଜି ରାଉତ ଛାତ୍ରାବାସକୁ ଚାଲିଗଲେ। ସେହିଦିନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ବିଧାନ ସଭା ବା ଲୋକ ସଭାରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ବର୍ତ୍ତମାନ ସମୟ ତ ଭିନ୍ନ, ଅବସ୍ଥା ଚକ୍ରରେ ନ ପଡ଼ି ସେପରି ହଲାପଟା ନ ହେଲେ କେହି ମନ୍ତ୍ରୀପଦରୁ ଇସ୍ତଫା ଦେବାର ନଜିର ଆମ ପାଖରେ ନାହିଁ। ଆମ ସରକାର ଏସବୁ ଦିଗରେ ତଦନ୍ତ କରି ପଦକ୍ଷେପ ନେଲେ ଆମେ ଭାବିବୁ ଯେ, ପ୍ରଶାସନ ଠିକ୍‌ ବାଟରେ ଚାଲିଛି। ଅନ୍ୟଥା କପାଳରେ କରମାରିବା ହିଁ ସାର ହେବ।
ଚୈତନ୍ୟ ଧାମ, ଶବରସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri