ଜଳ ସୁରକ୍ଷା ଅପରିହାର୍ଯ୍ୟ

ମାରିଆନା ମାଜୁକାଟୋ, ନାଗୋଜି
ଓକୋଞ୍ଜୋ ଇଓ୍ବେଲା

ବନ୍ୟା, ମରୁଡ଼ି, ଗ୍ରୀଷ୍ମପ୍ରବାହ ଏବଂ ବନାଗ୍ନିର ଭୟାନକ ସ୍ଥିତି ବିଶ୍ୱର ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛି ଓ ଏହା ଦୁଇଟି ମୌଳିକ ବିଷୟକୁ ସୂଚିତ କରୁଛି। ପ୍ରଥମରେ ମଧୁର ଜଳ ଯୋଗାଣକୁ ଏହା କ୍ଷତି କରୁଛି, ଯାହା ଫଳରେ ମାନବ ସମାଜ ବିଶେଷ କରି ଗରିବଙ୍କ ଉପରେ ଚାପ ବଢୁଛି। ଏହା ସହ ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିରତାରେ ଦୀର୍ଘମିଆଦୀ ପ୍ରଭାବ ପକାଉଛି। ଦ୍ୱିତୀୟରେ ଏବକାର ଅଭୂତପୂର୍ବ ଚରମ ସ୍ଥିତିଗୁଡ଼ିକର ମିଳିତ ପ୍ରଭାବ ପ୍ରକାଶ ପାଉଛି ଏବଂ ଏହାକୁ ମୁକାବିଲା କରିବାରେ ନୀତିନିର୍ଦ୍ଧାରକମାନଙ୍କର ଦକ୍ଷତା ଅଧିକ ବଢୁଛିି। ପୂର୍ବ ଆଫ୍ରିକାରେ,୪ ବର୍ଷ ହେଲା ଭୟାନକ ମରୁଡ଼ି ଅନେକ ଲକ୍ଷ ଲୋକଙ୍କ ଜୀବିକା ନଷ୍ଟ କରିଦେଇଛି। ୨କୋଟି ଲୋକ କ୍ଷୁଧା ସଙ୍କଟରେ ରହିଛନ୍ତି। ପାକିସ୍ତାନରେ ଏବକାର ବନ୍ୟା ଦେଶର ଏକ ତୃତୀୟାଂଶ ଅଞ୍ଚଳକୁ ବୁଡାଇଦେଇ ଚଳିତ ବର୍ଷର ୪୫% ଶସ୍ୟ ମାଟିରେ ମିଶାଇଦେଇଛି। ଚାଇନାରେ ଅଭୂତପୂର୍ବ ଗ୍ରୀଷ୍ମ ପ୍ରବାହ ଯୋଗୁ ଦେଶର ଧାନ ଉପତ୍ାଦନରେ ଏକ ତୃତୀୟାଂଶ ଯୋଗଦାନ ଥିବା ଅଞ୍ଚଳ ଘୋର ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ଏହା ବ୍ୟତୀତ ଆମେରିକା ଓ ୟୁରୋପରେ ମରୁଡ଼ି, ବନାଗ୍ନି ଏବଂ ସାରା ଭାରତରେ ବନ୍ୟା ବିପତ୍ାତ ଓ ମରୁଡ଼ି ଯୋଗୁ ବୈଶ୍ୱିକ ଶସ୍ୟ ଉପତ୍ାଦନ ସହ ଖାଦ୍ୟ ରପ୍ତାନି ହ୍ରାସ ପାଇଛି। ଆମ ଖାଦ୍ୟ ଉପତ୍ାଦନ କେତେ ଅଧିକ ପରିମାଣରେ ଏବଂ ନିରନ୍ତର ଭାବେ ଜଳ ଉପରେ ନିର୍ଭରଶୀଳ ତାହା ଏଥିରୁ ସ୍ପଷ୍ଟ ହେଉଛି। ଏହା ସହ ୟୁକ୍ରେନ ଯୁଦ୍ଧର ପ୍ରଭାବ ଶସ୍ୟ ଓ ସାର ଯୋଗାଣ ଉପରେ ପଡ଼ିଛି ଏବଂ ଏହାଦ୍ୱାରା ବିଶ୍ୱରେ ଖାଦ୍ୟ ସଙ୍କଟ ଲାଗି ରହିବା ଭଳି ଏକ ବଡ଼ ବିପଦ ଦେଖାଯାଇଛି।
ଆମ ଇତିହାସରେ ପ୍ରଥମ ଥର ଲାଗି ମାନବୀୟ କାର୍ଯ୍ୟକଳାପଗୁଡ଼ିକ ପ୍ରତ୍ୟେକଟି ଜଳଉସତ୍ ପ୍ରତି ବିପଦ ସୃଷ୍ଟି କରୁଛି। ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ଧ୍ୱଂସ ଯୋଗୁ ବର୍ଷା ଧାରା ବଦଳୁଛି, ହିମାଳୟ ଉପତ୍ୟକାର ବରଫ ତରଳୁଛି ଏବଂ ୧୦୦ କାଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ମଧୁର ଜଳ ଯୋଗାଣ ପ୍ରଭାବିତ ହେଉଛି। ବୈଶ୍ୱିକ ଅନିୟମିତ ଜଳଚକ୍ର ହିଁ ଜଳବାୟୁ ପରିବର୍ତ୍ତନକୁ ଗମ୍ଭୀର କରିଦେଉଛି।
ଜଳ ସଞ୍ଚାଳନ ଏବଂ ପରିଚାଳନା ବ୍ୟବସ୍ଥା ବିଶ୍ୱର ତୀବ୍ର ପରିବର୍ତ୍ତନଶୀଳ ପରିବେଶ ପାଇଁ ଉପଯୋଗୀ ନ ହେଲେ ଜଳ ବ୍ୟବହାରରେ କଟକଣା, ଶକ୍ତି ଯୋଗାଣ ବନ୍ଦ ଏବଂ ଅନ୍ୟ ଅସ୍ଥାୟୀ ପଦକ୍ଷେପଗୁଡ଼ିକ କେବେ ହେଲେ ସମସ୍ୟା ଦୂର କରିପାରିବ ନାହିଁ। ଆକଳନ ଆଧାରିତ ଆମର ଏବକାର ସମସ୍ତ ବ୍ୟବସ୍ଥା ସ୍ବୀକାରଯୋଗ୍ୟ ନୁହେଁ। ମନେ ରଖିବାକୁ ହେବ, ଜଳ ସଙ୍କଟ ହେଉଛି ବୈଶ୍ୱିକ। କେବଳ ପରିବର୍ତ୍ତନୀୟ ବିଚାର ଏବଂ ନୂଆ ସଞ୍ଚାଳନ ବ୍ୟବସ୍ଥା ଦ୍ୱାରା ଏହା ସମାଧାନ ହୋଇପାରିବ। ଆମର ସମସ୍ତ ପରିବେଶୀୟ ଆହ୍ବାନ ଜଳ ସହ ଜଡ଼ିତ। ଏବର ଦାୟିତ୍ୱ ହେଉଛି ଆମକୁ ଜଳ, ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ହ୍ରାସ ମଧ୍ୟରେ କ’ଣ ସମ୍ପର୍କ ରହିଛି ତାହା ବିଚାର କରିବାକୁ ପଡ଼ିବ। ଏହାର ମୂଲ୍ୟ ଠିକ୍‌ ଭାବେ ଠାବ କରି ଅତ୍ୟାବଶ୍ୟକ ତତ୍ତ୍ୱ ଭାବେ ଜଳର ସଞ୍ଚାଳନ କରିବାକୁ ପଡ଼ିବ। ଜଳକୁ ଯଦି ଏଭଳି ବିଚାର କରିବା ତେବେ ଏହା ସାମଗ୍ରିକ ପଦକ୍ଷେପକୁ ଗତିଶୀଳ କରିବା ସହ ନୂଆ ନିୟମ ଗଢ଼ିବାକୁ ବାଟ ଦେଖାଇବ, ଆମ ପଦକ୍ଷେପଗୁଡ଼ିକରେ ସମାନତା ଏବଂ ନ୍ୟାୟ ପ୍ରତିଷ୍ଠା କରିପାରିବ। କିନ୍ତୁ ଦୀର୍ଘଦିନ ଧରି ଅଧିକାଂଶ ସରକାର ଏ କ୍ଷେତ୍ରରେ ପବ୍ଲିକ ଓ ପ୍ରାଇଭେଟ ସେକ୍ଟରଗୁଡ଼ିକୁ ଗତିଶୀଳ କରିପାରି ନାହାନ୍ତି। ମାର୍କେଟ ବିଫଳତାକୁ ଅଣଦେଖା କରିଛନ୍ତି। ତେବେ ଜଳ ଅର୍ଥ ବ୍ୟବସ୍ଥାରେ ଥିବା ନୂତନତ୍ୱ ଓ ନିବେଶ ଲାଗି ବାଟ ଫିଟାଉଥିବା, ସ୍ବଚ୍ଛ ଜଳ ଓ ପରିମଳର ବୈଶ୍ୱିକ ଉପଲବ୍ଧତା ନିଶ୍ଚିତ କରୁଥିବା; ଖାଦ୍ୟ, ଶକ୍ତି ଏବଂ ପ୍ରାକୃତିକ ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଉଥିବା ସମସ୍ତ ଅଂଶୀଦାର ସହ କାର୍ଯ୍ୟରତ ପବ୍ଲିକ ସେକ୍ଟର ନିଜକୁ ଏକ ମାର୍କେଟ ନିର୍ମାତା ଭାବେ ଦେଖିବା ଉଚିତ।
ଅତୀତର ଆହ୍ବାନଗୁଡ଼ିକରୁ ବଡ଼ ଶିକ୍ଷା ମିଳିଥିଲା। ବ୍ୟବସ୍ଥାମତ୍କ ନୂତନତ୍ୱ ଓ ପଦକ୍ଷେପଗୁଡ଼ିକୁ ସଂଗଠିତ କରିବା ଲାଗି ଏକ ସ୍ପଷ୍ଟ ନିର୍ଦ୍ଧାରିତ ଲକ୍ଷ୍ୟ ଆବଶ୍ୟକ ବୋଲି ଏହା ଦାବି କରିଥିଲା। ଲକ୍ଷ୍ୟକୈନ୍ଦ୍ରିକ ନୀତିଗୁଡ଼ିକ ଆବିଷ୍କାରକୁ ତ୍ୱରାନ୍ବିତ କରିବା ସହ ଜଟିଳ ଲକ୍ଷ୍ୟପୂରଣ ଦିଗରେ ଜ୍ଞାନକୌଶଳ ହାସଲ କରିବାରେ ସରକାରଙ୍କୁ ମାର୍ଗ ଦେଖାଏ। ସମସ୍ତଙ୍କ ହିତ ଲାଗି, ଏକ ସମାବେଶୀ ପଦକ୍ଷେପ ମାର୍ଗ ଦର୍ଶନ କଲେ ସରକାରଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଜୈବବିବଧତା ହ୍ରାସ ଏବଂ ଜଳ ସଙ୍କଟ ଭଳି ଆହ୍ବାନଗୁଡ଼ିକର ସମାଧାନ ଲାଗି ଅସାମାନ୍ୟ ଦକ୍ଷତା ହାସଲ କରିଥାନ୍ତି। ଏଥିପାଇଁ ସମନ୍ବୟ ଓ ଆର୍ଥିକ ଯୋଗାଣର ଆବଶ୍ୟକତା ରହିଛି। ଲକ୍ଷ୍ୟ ଆଧାରିତ ରଣନୀତିଗୁଡ଼ିକ ସରକାରଙ୍କୁ ଜରୁରୀ ଭିତ୍ତିରେ ଆବିଷ୍କାର କରିବା ଲାଗି ସାହାଯ୍ୟ କରିବ। ଏହାକୁ ପ୍ରଭାବୀ କରିବା ପାଇଁ ନୀତିନିର୍ଦ୍ଧାରକମାନେ ସାଧାରଣ ନାଗରିକ, ଗୋଷ୍ଠୀ ଏବଂ ଆବିଷ୍କାରମାନଙ୍କ ଜ୍ଞାନ ଓ ଅଭିଜ୍ଞତା ଉପରେ ଧ୍ୟାନ ଦେବା ଉଚିତ। କାରଣ ଜଳ ସଙ୍କଟ କବଳିତ, ଉଚ୍ଚ ତାପମାତ୍ରା ଜର୍ଜରିତ ବିଶ୍ୱରେ କିଭଳି ଉନ୍ନତି ଆଣିବାକୁ ହେବ; ଉପକୂଳ ଓ ନଦୀ ବ୍ୟବସ୍ଥାଗୁଡ଼ିକରେ କିପରି ପରିବର୍ତ୍ତନ କରିବାକୁ ହେବ ତାହା ଏମାନେ ଭଲ ଭାବେ ଜାଣନ୍ତି।
ଆମେ ଏବେ ବିଶ୍ୱରେ ସ୍ବଚ୍ଛ ଓ ମଧୁରଜଳ ଉପରେ ସୃଷ୍ଟି ହୋଇଥିବା ବିପଦକୁ ଗ୍ରହଣ କରି ତା’ର ସୁରକ୍ଷା ଲାଗି ସାମଗ୍ରିକ ପଦକ୍ଷେପ ନେବା ଆବଶ୍ୟକ। କାରଣ ଜଳ ସଙ୍କଟ ସମସ୍ତ ଶତତ ବିକାଶ ଲକ୍ଷ୍ୟ ଉପରେ ବିପଦ ସୃଷ୍ଟି କରିବ। ବୈଶ୍ୱିକ ଆହ୍ବାନସବୁକୁ ଆୟତ୍ତ କରିବାରେ ଆମେ ଯେଉଁ ନୂଆ ବ୍ୟବସ୍ଥା ଗଢିବା ସେଥିରେ ସମାନତା ଓ ନ୍ୟାୟର ନୀତିଗୁଡ଼ିକୁ ସମାହିତ କରିବା ଦରକାର। ଏକ ଭରସାଯୋଗ୍ୟ ସ୍ବଚ୍ଛ ଜଳ ଯୋଗାଣ ବିନା କୌଣସି ସମାଜ ବିକାଶ କରିପାରିବ ନାହିଁ। ବୈଶ୍ୱିକ ହିତ ଲାଗି ଜଳ ସୁରକ୍ଷା ନିମନ୍ତେ ନୂଆ ନୀତି ଓ ବ୍ୟବସ୍ଥା ଅପରିହାର୍ଯ୍ୟ। ବିଶ୍ୱ ସ୍ତରରେ ସ୍ବଚ୍ଛ ପାନୀୟ ଜଳ, ପରିମଳ ଏବଂ ସ୍ବାସ୍ଥ୍ୟ ଲପଲବ୍ଧ ନିଶ୍ଚିତ କରିବା ସହ ଅଧିକ ପରିବେଶ ସହନୀୟ ଖାଦ୍ୟ ବ୍ୟବସ୍ଥା ଗଢ଼ିବାକୁ ଉଭୟ ଆଇନ ଓ ଅର୍ଥନୀତିକୁ ପୁନର୍ବିନ୍ୟାସ କରିବାକୁ ହେବ। ଯୋଜନାଗୁଡ଼ିକରେ ଏଭଳି ପରିବର୍ତ୍ତନ କରାଯିବା ଦରକାର ଯାହା ଉଭୟ ପ୍ରାଇଭେଟ ସେକ୍ଟର ଏବଂ ଗରିବ ଓ ଧନୀ ଦେଶଗୁଡ଼ିକ ସମାନ ଭାବେ ନୂତନତ୍ୱ ତଥା ଟେକ୍‌ନୋଲୋଜି ଯୋଗାଇବାରେ ଭୂମିକା ନେଇପାରିବ। କିଭଳି ପବ୍ଲିକ ଓ ପ୍ରାଇଭେଟ ସେକ୍ଟରଗୁଡ଼ିକ ଏକାଠି କାର୍ଯ୍ୟ କରିବେ ସେଥିପାଇଁ ଦୀର୍ଘମିଆଦୀ ଅର୍ଥ ଯୋଗାଣ ଏବଂ ଉତ୍ତମ ପ୍ରକ୍ରିୟା ଆବଶ୍ୟକ ହେବ।
ଜାତିସଂଘର ୨୦୨୩ ଜଳ ସମ୍ମିଳନୀ ପ୍ରାୟ ୫୦ ବର୍ଷରେ ପ୍ରଥମ ଥର ଲାଗି ଭବିଷ୍ୟତରେ ସମସ୍ତଙ୍କ ପାଇଁ ଉପଯୋଗୀ ଏକ ନକ୍ସା ପ୍ରସ୍ତୁତ କରିବାକୁ ଅନ୍ତର୍ଜାତୀୟ ସମୁଦାୟ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ହେବ। ଏହା ପ୍ରସ୍ତୁତ କରିବାକୁ ଆମେ ଜଳବାୟୁ ପରିବତ୍ତର୍ର୍ନ ଅର୍ଥନୀତିର ପୁନର୍ଲିଖନ କରିଥିବା ନିକୋଲାସ ଷ୍ଟେରୋନ ଏବଂ ଜୈବବିବିଧତା ଅର୍ଥନୀତି ପୁନର୍ଲିଖନ କରିଥିବା ପାର୍ଥ ଦାସଗୁପ୍ତାଙ୍କଠାରୁ ପ୍ରେରଣା ନେଇପାରିବା। ଗ୍ଲୋବାଲ କମିଶନ ଅନ ଦି ଇକୋନୋମିକ୍ସ ଅଫ୍‌ ଓ୍ବାଟର ଦ୍ୱାରା ବିଶ୍ୱରେ ଜଳ ଅର୍ଥନୀତି ଓ ସଞ୍ଚାଳନ ବ୍ୟବସ୍ଥା ସର୍ମ୍ପକରେ ରହିଥିବା ବିଚାରରେ ପରିବର୍ତ୍ତନ ଆଣି ସମାନତା, ନ୍ୟାୟ, ପ୍ରଭାବଶାଳୀ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଜଳ ସହ ଆମର କି ସମ୍ବନ୍ଧ ରହିଛି ତାହା ଆମକୁ ପୁନଃ ନିର୍ଦ୍ଧାରଣ କରି ଜଳକୁ ବିଶ୍ୱର ଏକ ଅତି ଦରକାରୀ ତତ୍ତ୍ୱ ବା ଉତ୍ସ ଭାବେ ମୂଲ୍ୟାଙ୍କନ କରିବା ଲାଗି ଆମ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ପୁନର୍ଗଠନ କରିପାରିବା। ଜଳବାୟୁ ମହାବିପତ୍ତି ଦୂର କରିବା ଏବଂ ଅପରିହାର୍ଯ୍ୟ ପରିବର୍ତ୍ତନ ପ୍ରତି ଅନୁକୂଳ ହେବାର ସୁଯୋଗ ରହିଥିବାରୁ ଆମେ ଗରିବ ଓ ଧନୀ ସମାଜଗୁଡ଼ିକ ପାଇଁ ସମାନ ଭାବେ ଜଳ କ୍ଷେତ୍ରରେ ଏକ ନିର୍ଭରଯୋଗ୍ୟ ଭବିଷ୍ୟତ ନିଶ୍ଚିତ କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?