ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି ଆଇନର ଧାରାଗୁଡ଼ିକୁ ପ୍ରତ୍ୟାହାର କରିଛି’। ସଦାସର୍ୱଦା ସତର୍କ ଥିବା ଆମ ଆଇନ ପ୍ରଣୟନକାରୀମାନେ କେବଳ ପୂର୍ୱ ଆଇନଗୁଡ଼ିକର ନୁହେଁ, ବରଂ ଭବିଷ୍ୟତର ଆଇନଗୁଡ଼ିକର ସମସ୍ୟା ବି ସମାଧାନ କରିଦେଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇଥିବା ନୂତନ ଆଇନଟି ଲାଗୁ ହୋଇସାରିଛି। ୨୦୧୮ରେ ଉତ୍ତରାଖଣ୍ଡରେ ପ୍ରଥମେ ଏପରି ଆଇନ ଆସିବାପରଠାରୁ ଭାଜପା ପ୍ରଣୟନ କରିଆସୁଥିବା ଆଇନଗୁଡ଼ିକ ମଧ୍ୟରୁ ଏହା ଗୋଟିଏ। ଏହିସବୁ ଆଇନ ପ୍ରକୃତରେ କେଉଁ ସମସ୍ୟାର ସମାଧାନ କରିବାକୁ ଚାହର୍ଁୁୁଛିି, ତାହା ଦେଖିବା ଦରକାର। ଭାରତରେ ଧର୍ମାନ୍ତରୀକରଣ ସମସ୍ୟା କେତେ ବଡ଼, ତାହା ମଧ୍ୟ ପରଖିବା ଆବଶ୍ୟକ।
ଭାରତରେ ଧର୍ମାନ୍ତରୀକରଣ ବିଭିନ୍ନ ସମ୍ପ୍ରଦାୟ ମାଧ୍ୟମରେ ହୋଇଆସିଛି। ଭାରତରେ ଜଣେ ବ୍ୟକ୍ତି ପାଇଁ ନିଜ ଧର୍ମ ପରିବର୍ତ୍ତନ କରିବା କଷ୍ଟକର, କାରଣ ଏଠାରେ ସମ୍ପ୍ରଦାୟ ଏବଂ ପରିବାର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଦୃଢ଼। ଏହି ସାମାଜିକ କାରଣ ସହିତ ଧର୍ମୀୟ ସ୍ୱାଧୀନତା ଉପରେ ଲଗାଯାଇଥିବା କଟକଣା ଯୋଗୁ ଭାରତରେ ଧର୍ମାନ୍ତରୀକରଣ ସଂଖ୍ୟା ଖୁବ୍‌ କମ। ‘ଇଣ୍ଡିଆ ଟୁଡେ’ର ୧୫ ସେପ୍ଟେମ୍ୱର ୧୯୮୧ରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥିଲା ଯେ ”ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି, ଗତ ୧୪ମାସ ମଧ୍ୟରେ ରେକର୍ଡ କରାଯାଇଥିବା ଧର୍ମାନ୍ତରୀକରଣରେ ଅଧିକାଂଶ ହରିଜନ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ସଂଖ୍ୟା ୫,୦୦୦ରୁ ଅଧିକ ନ ଥିଲା।“ ଏଥିରେ କୁହାଯାଇଥିଲା, ”ଉତ୍ତର ଭାରତରୁ କିଛି ଧର୍ମାନ୍ତରୀକରଣ ମାମଲା ସାମ୍ନାକୁ ଆସିଥିଲେ ମଧ୍ୟ ଏହା ତାମିଲନାଡୁରେ ବି ଘଟୁଥିଲା। ସେଠାରେ ମୀନାକ୍ଷୀପୁରମ୍‌ର ୧୧୦୦ ଜଣଙ୍କ ସମେତ ପ୍ରାୟ ୨,୦୦୦ ଲୋକ ଗତ ୮ମାସ ମଧ୍ୟରେ ଧର୍ମ ପରିବର୍ତ୍ତନ କରିଥିଲେ, ଯାହା କି ୧୯୪୪ ଓ ୧୯୮୦ ମଧ୍ୟରେ ଏହି ସଂଖ୍ୟା ୧,୫୦୦ରୁ କମ୍‌ ଥିଲା।“
୭ ମାର୍ଚ୍ଚ ୨୦୧୭ରେ, ‘ମାଲାୟାଲମ ମନୋରମା’ ମିଡିଆ ଡେଭଲପ୍‌ମେଣ୍ଟ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେଶନ, କୋଝିକୋଡ୍‌ର ଏକ ଗବେଷଣାଭିତ୍ତିକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୧୧ରୁ ଡିସେମ୍ୱର ୨୦୧୭ ମଧ୍ୟରେ କେରଳରେ ଧର୍ମାନ୍ତରିତଙ୍କ ମଧ୍ୟରୁ ୬୦ ପ୍ରତିଶତ ହିନ୍ଦୁଧର୍ମ ଗ୍ରହଣ କରିଥିଲେ। ନାମ ପରିବର୍ତ୍ତନର ଗେଜେଟ ରେକର୍ଡରୁ ଜଣାପଡ଼ିଥିଲା, ଏହି ୭ବର୍ଷ ମଧ୍ୟରେ ୮,୩୩୪ ଜଣ ଧର୍ମ ପରିବର୍ତ୍ତନ କରିଥିଲେ। ସେମାନଙ୍କ ମଧ୍ୟରୁ ୪,୯୬୮ ଜଣ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ୪,୭୫୬ ଖ୍ରୀଷ୍ଟିଆନ ଏବଂ ୨୧୨ ମୁସଲମାନ ଥିଲେ। ଇସଲାମ ଧର୍ମ ଗ୍ରହଣ କରିଥିବା ୧,୮୬୪ ଜଣଙ୍କ ମଧ୍ୟରୁ ୭୮ ପ୍ରତିଶତ ପୂର୍ୱରୁ ହିନ୍ଦୁ ଥିଲେ, ଯେଉଁଥିରେ ପୁରୁଷ ଏବଂ ମହିଳା ଧର୍ମାନ୍ତରିତଙ୍କ ସଂଖ୍ୟା ପ୍ରାୟ ସମାନ ଥିଲା। ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ୧,୪୯୬ ଜଣଙ୍କ ମଧ୍ୟରୁ ୯୫ ପ୍ରତିଶତ ହିନ୍ଦୁ ଥିଲେ। ୬ ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ, ଯେଉଁମାନଙ୍କ ମଧ୍ୟରେ ୫ଜଣ ହିନ୍ଦୁ, ଜଣେ ଖ୍ରୀଷ୍ଟିଆନ ଥିଲେ; ଯାହା ବାବଦରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ସରକାରୀ ତଥ୍ୟ ନାହିଁ। ଏହାର ଦୁଇ ବର୍ଷ ପୂର୍ୱେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର (ଶୀର୍ଷକ-କେରଳରେ ୫ ବର୍ଷରେ ପ୍ରାୟ ୬,୦୦୦ ଲୋକ ଇସଲାମ ଧର୍ମ ଗ୍ରହଣ କରିଛନ୍ତି, ୧୫ ଜୁଲାଇ ୨୦୧୬) ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ଏକ ‘ଇଣ୍ଟେଲିଜେନ୍ସ ରିପୋର୍ଟକୁ ଉଦ୍ଧୃତ କରି ଦର୍ଶାଇଥିଲା ଯେ, ୨୦୧୧ରୁ ୨୦୧୫ ମଧ୍ୟରେ ୫,୭୯୩ ଜଣ ଧର୍ମ ବଦଳାଇ ଥିଲେ। ଧର୍ମାନ୍ତରିତ ହୋଇଥିବା ହିନ୍ଦୁଙ୍କ ସଂଖ୍ୟା ୪,୭୧୯ ଥିବାବେଳେ ୧,୦୭୪ ଜଣ ଥିଲେ ଖ୍ରୀଷ୍ଟିଆନ। ତାମିଲନାଡୁ, ଗୁଜରାଟ କିମ୍ୱା କେରଳରୁ ଆସିଥିବା ବର୍ଷ ବର୍ଷର ଏହି ସଂଖ୍ୟା ଭିଏଚ୍‌ପି ଦ୍ୱାରା କରାଯାଇଥିବା ଧର୍ମାନ୍ତରୀକରଣ ତୁଳନାରେ ଅତି ନଗଣ୍ୟ।
୨୬ ଅକ୍ଟୋବର ୨୦୧୯ରେ ପିଟିଆଇ ରିପୋର୍ଟ କରିଥିଲା ଯେ, ଭିିଏଚ୍‌ପି ୨୦୧୮ରେ ପ୍ରାୟ ୨୫,୦୦୦ ମୁସଲମାନ ଏବଂ ଖ୍ରୀଷ୍ଟିଆନ (ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଥିଲେ)ଙ୍କୁ ହିନ୍ଦୁ ଧର୍ମରେ ଦୀକ୍ଷିତ କରିଛି। ୮ ଜାନୁଆରୀ ୨୦୧୬ ରେ, ପିଟିଆଇ ମଧ୍ୟ ରିପୋର୍ଟ କରିଥିଲା, ଭିିଏଚ୍‌ପି ନେତା ପ୍ରବୀଣ ତୋଗାଡ଼ିଆ ଏକ ସମାବେଶରେ ଦାବି କରିଥିଲେ ଯେ ତାଙ୍କ ସଂଗଠନ ଗତ ୧୦ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ ଖ୍ରୀଷ୍ଟିଆନ ଏବଂ ୨.୫ ଲକ୍ଷ ମୁସଲମାନଙ୍କୁ ହିନ୍ଦୁ ଧର୍ମକୁ ଫେରାଇ (ଘର ଓ୍ୱାପସ ବା ଘର ବାହୁଡ଼ା) ଆଣିଛି। ଆମର ଘର ଓ୍ୱାପସି ହାର ପ୍ରତିବର୍ଷ ପ୍ରାୟ ୧୫,୦୦୦ ଥିଲା। ସେ କହିଥିଲେ,”ଯଦି ଭାରତରେ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ହେବାକୁ ଏବଂ ଆମ ଧର୍ମକୁ ବଞ୍ଚାଇବାକୁ ଚାହଁୁଛନ୍ତି, ତେବେ ଅନ୍ୟଧର୍ମର ଅନେକ କୋଟି ଲୋକଙ୍କୁ ଆମ ଧର୍ମକୁ ଆଣିବା ପାଇଁ ଆହୁରି ଅଧିକ ଘର ଓ୍ୱାପସି ଅଭିଯାନ ଚଳାଇବାକୁ ହେବ। ଏଥିପାଇଁ ଭିଏଚ୍‌ପି ଏଭଳି ଏକ ଆଇନ ଚାହେଁ, ଯେଉଁଥିରେ ଲୋକଙ୍କୁ ଅନ୍ୟ ଧର୍ମକୁ ଯିବା କଷ୍ଟକର ହେବ।“ ୧୩ ଡିସେମ୍ୱର ୨୦୧୫ରେ ରେଡିଫ୍‌ ଯୋଗୀ ଆଦିତ୍ୟନାଥଙ୍କ ସାକ୍ଷାତ୍‌କାର ନେଇଥିଲା, ଯିଏ ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିଲେ। ସେଥିରେ ସେ ତାଙ୍କ ସଂଗଠନ ‘ହିନ୍ଦୁ ଯୁବ ବାହିନୀ’ର କାର୍ଯ୍ୟକଳାପ ବିଷୟରେ କହିଥିଲେ, ”ଆମେ ୧୦ ବର୍ଷ ମଧ୍ୟରେ ଲକ୍ଷାଧିକ ମୁସଲମାନ ଏବଂ ଖ୍ରୀଷ୍ଟିୟାନଙ୍କୁ ହିନ୍ଦୁଧର୍ମକୁ ଫେରାଇ ଆଣିଛୁ। ମୁଁ କେବଳ ସେହିମାନଙ୍କୁ ସେମାନଙ୍କର ପୁରୁଣା ଘରକୁ ଫେରାଇ ଆଣୁଛି, ଯେଉଁଠାରୁ ସେମାନଙ୍କୁ ପ୍ରଲୋଭନ କିମ୍ୱା ବାଧ୍ୟବାଧକତାରେ ଦୂରେଇ ନିଆଯାଇଥିଲା।“ ସେ କହିଥିଲେ, ”ଯେଉଁ ହିନ୍ଦୁମାନେ ଆଉରଙ୍ଗଜେବଙ୍କ ଶାସନ କାଳରେ ବାଧ୍ୟ ହୋଇ ଇସଲାମ ଧର୍ମ ଗ୍ରହଣ କରିଥିଲେ, ସେମାନଙ୍କୁ ଭାଜପା ପ୍ରଣୟନ କରିବାକୁ ଚାହୁଁଥିବା ନୂତନ ଆଇନରୁ ଛାଡ଼ ମିଳିବା ଉଚିତ।“
ଏହା ନିଶ୍ଚିତ ଯେ, ୨୦୧୮ ପରବର୍ତ୍ତୀ ଭାଜପା ଆଣିଥିବା ଆଇନଗୁଡ଼ିକରେ ବିଶେଷ ଭାବରେ ନିଜ ପୂର୍ୱପୁରୁଷଙ୍କ ଧର୍ମକୁ ଫେରିବା ପାଇଁ ଛାଡ଼ ଦିଆଯାଇଛି। ଏବେ ଆମେ ଯେଉଁସବୁ ଆଇନ ପାସ୍‌ କରୁଛୁ ଏହା ହେଉଛି ତାହାର ପୃଷ୍ଠଭୂମି। ବେରୋଜଗାରୀ, ଦାରିଦ୍ର୍ୟ, ଶିକ୍ଷା, ନ୍ୟାୟ ଇତ୍ୟାଦି ଆମର ସମସ୍ତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିସାରିବା ପରେ, ଗଣତନ୍ତ୍ରର ଜନନୀ ବର୍ତ୍ତମାନ ବ୍ୟକ୍ତିଗତ ବିଶ୍ୱାସ ଏବଂ କେଉଁ ଭଗବାନଙ୍କୁ ବିଶ୍ୱାସ କରିବା ଉଚିତ ଓ କେଉଁମାନଙ୍କୁ ନୁହେଁ, ସେହିଭଳି ଜରୁରୀ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରୁଛିି ଏବଂ ତାଙ୍କ ପୋଲିସ ସେଗୁଡ଼ିକୁ କାର୍ଯ୍ୟକାରୀ କରୁଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri