ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ ବିକାଶକୁ ଗତିଶୀଳ କରିଥିବା ବଜାରମୁଖୀ ସଂସ୍କାରର ପ୍ରମୁଖ ପ୍ରବକ୍ତା। ତାଙ୍କ କାର୍ଯ୍ୟକାଳର ଦୁଇଟି ପ୍ରତୀକାତ୍ମକ ସଂସ୍କାର ଥିଲା ୧୯୯୪ର ଟ୍ୟାକ୍ସ ଶେୟାରିଂ ପଲିସି ବା ଟିକସ-ଭାଗୀଦାରି ନୀତି ଏବଂ ୨୦୦୧ରେ ଚାଇନାର ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ)ରେ ଯୋଗଦାନ। ଏସବୁ ଅର୍ଥନୈତିକ ଅଭିବୃଦ୍ଧିକୁ ଇନ୍ଧନ ଦେବା ସହ ଚାଇନାର ଅର୍ଥନୈତିକ ଗଠନ ଏବଂ ବ୍ୟାପକ ଭାବରେ ବିଶ୍ୱ ଅର୍ଥନୀତିକୁ ପୁନଃ ରୂପାନ୍ତରିତ କରିଥିଲା। ଏହା ସହ ବିଶ୍ୱ ଅର୍ଥନୀତିକୁ ଆଂଶିକ ଭାବରେ ଏପାଖସେପାଖ କରିଦେଇଥିଲା। ଚାଇନା ରାଜନୈତିକ ଏବଂ ଜନସାଂଖି୍ୟକ ଦୃଷ୍ଟିକୋଣ ଉପରେ ବି ଏହାର ଗଭୀର ଏବଂ ସୁଦୂରପ୍ରସାରୀ ପ୍ରଭାବ ପଡ଼ିଛି।
ପ୍ରଥମ ବଜାର ଅଭିମୁଖୀ ସଂସ୍କାରଗୁଡ଼ିକ ଆରମ୍ଭ କରିବା ପରେ ଚାଇନା ଆର୍ଥିକ ବିକେନ୍ଦ୍ରୀକରଣ ନୀତି ଆପଣାଇଥିଲା। ଫଳରେ ଜିଡିପିର ଏକ ଅଂଶ ଭାବରେ ପରିବାରର ବ୍ୟୟଯୋଗ୍ୟ ଆୟକୁ ୧୯୭୮ ମସିହାରେ ୪୪%ରୁ ବଢ଼ାଇ ୧୯୮୩ ମସିହାରେ ୬୨% କରିଦେଇଥିଲା। ଏହି ସଂସ୍କାରଗୁଡ଼ିକ ଘରୋଇ ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ଯୋଗୁ ଗଣତନ୍ତ୍ର ପାଇଁ ଲୋକଙ୍କ ଦାବି ବଢ଼ିଲା। ଏହା ସହ ସାମାଜିକ ପରିବର୍ତ୍ତନର ବିଶେଷ ସମ୍ଭାବନା ରଖିଥିବା ବ୍ୟାପକ ସଂଖ୍ୟକ ୧୫ ରୁ ୨୯ ବର୍ଷ ବୟସ୍କ ଯୁବତୀଯୁବକ ଶେଷରେ ୧୯୮୯ ମସିହାରେ ତିଆନାନ୍‌ମେନ୍‌ ସ୍କୋୟାରରେ ଗଣତାନ୍ତ୍ରିକ ପ୍ରତିବାଦର କାରଣ ସାଜିଥିଲେ। ସେହି ସଙ୍କଟ ତୀବ୍ର ହେବା ସହ କେନ୍ଦ୍ର ସରକାରଙ୍କ ଆର୍ଥିକ ଦୁର୍ବଳତା ତାଙ୍କର ବିକଳ୍ପଗୁଡ଼ିକୁ ସୀମିତ କରିଦେଲା, ଫଳରେ ଶେଷରେ ସାମରିକ ଦମନଲୀଳା ଆରମ୍ଭ ହୋଇଥିଲା।
୧୯୮୮ ଏବଂ ୧୯୯୩ ମଧ୍ୟରେ ଚାଇନା ସରକାର ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏହା ତତ୍କାଳୀନ ଉପ-ପ୍ରଧାନମନ୍ତ୍ରୀ ଝୁୁଙ୍କୁ କେନ୍ଦ୍ରରେ ରାଜସ୍ବ ସଂଗ୍ରହ କରିବା ସହ ଖର୍ଚ୍ଚର ଦାୟିତ୍ୱ ସ୍ଥାନୀୟ ସରକାରଗୁଡ଼ିକ ଉପରକୁ ଠେଲିଦେବା ପାଇଁ ପ୍ରେରିତ କରିଥିଲା। ୧୯୯୩ରେ ଜାତୀୟ ଆର୍ଥିକ ରାଜସ୍ବରେ କେନ୍ଦ୍ରର ଅଂଶଧନ ୨୨% ଥିବାବେଳେ ୧୯୯୪ ରେ ଏହା ୫୬% କୁ ବୃଦ୍ଧି ପାଇଥିଲା ଏବଂ ସେବେଠାରୁ ଏହା ୪୫-୫୫% ମଧ୍ୟରେ ରହିଆସିଛି। ଜିଡିପିରେ ମୋଟ ରାଜସ୍ବର ଅଂଶ ବୃଦ୍ଧି ପାଇ ୧୯୯୪ରେ ୧୧%ରୁ ୨୦୧୩ ସୁଦ୍ଧା ୨୨% ରେ ପହଞ୍ଚିଥିଲା ଏବଂ ପରେ ପ୍ରାୟତଃ ସ୍ଥିର ରହିଛି। ସରକାରଙ୍କ ଅଂଶଧନ ବୃଦ୍ଧି ପାଇବା ସହ ଜିଡିପିର ଏକ ଅଂଶ ଭାବରେ ପରିବାରଗୁଡ଼ିକର ବ୍ୟୟଯୋଗ୍ୟ ଆୟ କ୍ରମାଗତ ଭାବେ ହ୍ରାସ ପାଇ ୨୦୧୧ରେ ୩୯.୫% ର ସର୍ବନିମ୍ନ ସ୍ତରକୁ ଛୁଇଁଥିଲା। ଏବେ ଏହା ମାତ୍ର ୪୩%ରେ ରହିଛି, ଯାହା ସମାନ ଅର୍ଥନୈତିକ ସ୍ତରର ଦେଶଗୁଡ଼ିକର ୬୦-୭୦% ତୁଳନାରେ ବହୁତ କମ୍‌୍‌ । ଏହି ଅସନ୍ତୁଳନ ଚାଇନାର ଅନେକ ସାମାଜିକ ସମସ୍ୟାର ମୂଳ କାରଣ ସାଜିଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ପରିବାର ଆୟର ହ୍ରାସ ପାଉଥିବା ଅଂଶ ଘରୋଇ ବ୍ୟୟକୁ ସୀମିତ କରିଦେଇଥିଲା। ଫଳରେ ବଜାରରେ ଅଧିକ ଉତ୍ପାଦନ ସ୍ଥିତି ସୃଷ୍ଟି କରିଥିଲା, ଅର୍ଥାତ୍‌ ଚାହିଦାଠାରୁ ଯୋଗାଣ ବଢ଼ିଗଲା। ୨୦୦୦ ଦଶକ ସୁଦ୍ଧା ଏହି ମଡେଲ ଅଚଳ ହୋଇଯିବା ଉଚିତ ଥିଲା, ଯାହାଫଳରେ ଚାଇନା ଗମ୍ଭୀର ସଂସ୍କାର ଆଣିବା ଲାଗି ବାଧ୍ୟ ହୋଇଥାନ୍ତା। କିନ୍ତୁ ୨୦୦୧ରେ ଡବ୍ଲ୍ୟୁଟିଓରେ ଯୋଗଦେବା ଫଳରେ ଚାଇନା ବିଶ୍ୱ ବଜାରରେ ପ୍ରବେଶ ଅଧିକାର ପାଇଲା ଏବଂ ଉତ୍ପାଦନ ରପ୍ତାନି ସହ ନିଯୁକ୍ତି ବଜାୟ ରଖି ବଡ଼ ଆର୍ଥିକ ସଙ୍କଟରୁ ବର୍ତ୍ତିଯିବାରେ ସଫଳ ହେଲା। ପରବର୍ତ୍ତୀ ସମୟରେ ଉତ୍ପାଦନ କ୍ଷେତ୍ରକୁ ବ୍ୟାପକ ଶିଳ୍ପ ସବ୍‌ସିଡି ପ୍ରଦାନକରି ଏହି ମଡେଲକୁ ଅଧିକ ମଜଭୁତ କରିଥିଲା।
ସାଧାରଣତଃ ମନେକରାଯାଏ ଯେ, ଚାଇନାର ଉତ୍ପାଦନ ଅଭିବୃଦ୍ଧିରେ ସବ୍‌ସିଡିର ବଡ଼ ଭୂମିକା ଥିଲା । କିନ୍ତୁ ତାହା ସେତେ ବଡ଼ ନ ଥିଲା। ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଚାଇନାର ଜିଡିପିରେ ପରିବାରଗୁଡ଼ିକର ଅଂଶ ଅସାଧାରଣ ଭାବେ କମ୍‌ ରହିବା। ଏହା ଶ୍ରମ ଏବଂ ଅନ୍ୟାନ୍ୟ ଘରୋଇ ଖର୍ଚ୍ଚକୁ ହ୍ରାସ କରିଥିଲା। ଫଳରେ ଚାଇନାର କମ୍ପାନୀଗୁଡ଼ିକୁ ବ୍ୟାପକ ଲାଭ ପାଇବା ସହ ମୂଲ୍ୟକୁ ନେଇ ପ୍ରତିଯୋଗିତା କରିବାର ସୁଯୋଗ ପାଇଥିଲେ। ସେଥିପାଇଁ ଚାଇନାର ଟ୍ରେଡ୍‌ ସର୍ପଲ୍ସ ୨୦୦୧ରେ ବିଶ୍ୱ ଜିଡିପିର ୦.୧% ରୁ ବୃଦ୍ଧି ପାଇ ଏବେ ୧.୮% ରେ ପହଞ୍ଚିଛି । ୨୦୦୦ ଦଶକରେ ପ୍ରଥମେ ଚାଇନା ବିଶ୍ୱ ସ୍ତରରେ ଆମେରିକାର ଉତ୍ପାଦନ ମୂଲ୍ୟକୁ ୨୫% ରୁ ୧୫% କୁ ହ୍ରାସ କରିଥିଲା ଏବଂ ଏବେ ୟୁରୋପର ଉତ୍ପାଦନ ଭିତ୍ତିଭୂମିକୁ ଦୁର୍ବଳ କରୁଛି ।
ଜିଡିପିରେ ଘରୋଇ ଅଂଶ ହ୍ରାସ ପାଇବା ଯୋଗୁ ୨୦୧୨ରୁ ଚାଇନାର ଅର୍ଥନୈତିକ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା। ଏହା ପରିବାରଗୁଡ଼ିକର ପିଲାଙ୍କ ଲାଳନପାଳନ କ୍ଷମତାକୁ ଦୁର୍ବଳ କରିିଥିଲା। ଫଳରେ ଜନଗଣନା ଆଧାରିତ ପ୍ରଜନନ ହାର କମିବା ଲକ୍ଷ୍ୟ କରାଗଲା। ୧୯୯୦ରେ ମହିଳା ପିଛା ଶିଶୁ ଜନ୍ମ ହାର ୨.୩ରୁ ହ୍ରାସ ପାଇ ୨୦୦୦ ରେ ୧.୨୨ ହୋଇଥିଲା। ଚାଇନାର ଦୀର୍ଘକାଳୀନ ଏକ-ସନ୍ତାନ ନୀତିକୁ ପ୍ରତ୍ୟାହାର କରାଯିବା ପରେ ମଧ୍ୟ ଏହି ପ୍ରବଣତାକୁ ରୋକାଯାଇପାରିଲା ନାହିଁ।
ଟିକସ ଭାଗୀଦାରି ସଂସ୍କାର ଚାଇନାର ଜନସଂଖ୍ୟା ଗଣନା ତଥ୍ୟକୁ ମଧ୍ୟ ବିଭ୍ରାନ୍ତ କରିଥିଲା। ୧୯୯୪ ପୂର୍ବରୁ ଟାଉନଶିପ୍‌ ଏବଂ ଗ୍ରାମ୍ୟ ସରକାରମାନ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ପାଣ୍ଠି ଯୋଗାଉଥିଲେ। ତେଣୁ ନାମଲେଖା ସଂଖ୍ୟା ଅପେକ୍ଷାକୃତ ଭରସାଯୋଗ୍ୟ ଥିଲା। କିନ୍ତୁ ସଂସ୍କାର ପରେ ସେମାନଙ୍କଠାରୁ ଏହି ଆର୍ଥିକ କ୍ଷମତା ଛଡ଼ାଇନିଆଗଲା। ପରେ ଆର୍ଥିକ ସହାୟତା ମୁଖ୍ୟତଃ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡ଼ିଲା, ଯେଉଁଥିରେ ପ୍ରଦେଶ, ସହର ଏବଂ ଜିଲାଗୁଡ଼ିକୁ ମଧ୍ୟ ଏହି ବୋଝ ବହନ କରିିବାକୁ ହେଲା। ଏହା ସ୍ଥାନୀୟ ଅଧିକାରୀ ଏବଂ ବିଦ୍ୟାଳୟଗୁଡ଼ିକୁ ଅଧିକ ପାଣ୍ଠି ପାଇବା ପାଇଁ ନାମଲେଖା ସଂଖ୍ୟାକୁ ସାଧାରଣତଃ ୨୦-୫୦% ବଢ଼ାଇ ଦେଖାଇବାକୁ ପ୍ରୋତ୍ସାହିତ କଲା । ସ୍ଥିତିକୁ ଆହୁରି ଖରାପକରି, ନ୍ୟାଶନାଲ ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସ (ଏନ୍‌ବିଏସ୍‌) ଜନ୍ମସଂଖ୍ୟା ଆକଳନ କରିବା ପାଇଁ ଏହି ବଢ଼ାଯାଇଥିବା ସଂଖ୍ୟା ଉପରେ ନିର୍ଭରକଲା। ରାଜନୈତିକ ଦୃଷ୍ଟିକୋଣରୁ ଟିକସ ଭାଗୀଦାରି ସଂସ୍କାର କେନ୍ଦ୍ର ସରକାରଙ୍କ ହାତରେ ଆର୍ଥିକ ସମ୍ବଳକୁ କେନ୍ଦ୍ରୀଭୂତ କରବା ଯୋଗୁ ସାମାଜିକ ଏବଂ ରାଜନୈତିକ ସଙ୍କଟ ପରିଚାଳନା ପାଇଁ ରାଷ୍ଟ୍ରର କ୍ଷମତାକୁ ମଜଭୁତ କରିଛି। ହେଲେ ଜିଡିପିରେ ପରିବାରଗୁଡ଼ିକର ବ୍ୟୟଯୋଗ୍ୟ ଆୟର ଅଂଶ ବହୁତ କମ୍‌ ରହିଥିବାରୁ ୪ଦଶନ୍ଧିର ଦ୍ରୁତ ଅଭିବୃଦ୍ଧି ଏକ ବୃହତ୍‌ ତଥା ଅର୍ଥନୈତିକ ଭାବରେ ଶକ୍ତିଶାଳୀ ମଧ୍ୟମ ବର୍ଗ ସୃଷ୍ଟି କରିବାରେ ବିଫଳ ହୋଇଛି। ଚାଇନା ସଂସ୍କାରର ପୂର୍ବ ଯୁଗ ଆଡ଼କୁ ଫେରିଯାଇଛି।
ଚାଇନା ଏବେ ଅନ୍ୟ ଏକ ଐତିହାସିକ ସନ୍ଧିକ୍ଷଣରେ ଦଣ୍ଡାୟମାନ। ଏହାର ଅର୍ଥନୀତି ୨୦୦୧ ରେ ଥିବା ବିଶ୍ୱ ଜିଡିପିର ୪% ରୁ ବୃଦ୍ଧି ପାଇ ଏବେ ୧୭% ରେ ପହଞ୍ଚିଛି। ଫଳରେ ରପ୍ତାନି ମାଧ୍ୟମରେ ଏହାର ବଳକା ଶ୍ରମିକଙ୍କୁ ନିୟୋଜିତ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ନିଯୁକ୍ତି ଚାପ ତୀବ୍ର ହୋଇଛି। ପରିବର୍ତ୍ତନଶୀଳ ଶ୍ରମଶକ୍ତି ୨୦୨୨ ରେ ଥିବା ପ୍ରାୟ ୨୨ କୋଟିରୁ ବୃଦ୍ଧି ପାଇ ୨୦୨୬ରେ ଆନୁମାନିକ ୩୨ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ମୋଟ ନିଯୁକ୍ତିର ୪୦% ରୁ ଅଧିକ। ତେଣୁ ଘରୋଇ ଚାହିଦା ମାଧ୍ୟମରେ ନିଯୁକ୍ତି ସୃଷ୍ଟିକରିବା ପାଇଁ ଚାଇନାକୁ ନିଶ୍ଚିତ ଭାବରେ ଜିଡିପିରେ ନିଜର ଘରୋଇ ଆୟର ଅଂଶକୁ ବଢ଼ାଇବାକୁ ପଡ଼ିବ।
ଏହି ଆବଶ୍ୟକତା ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ୨୦୨୫ରେ ଚାଇନାର ପ୍ରଜନନ ହାର (ଫର୍ଟିଲିଟି ରେଟ୍‌) ୧ ରୁ କମ୍‌ ହୋଇଯାଇଥିଲା, ଯାହାକି ସନ୍ତୁଳନ ରକ୍ଷାକରିବା ପାଇଁ ଆବଶ୍ୟକ ହେଉଥିବା ୨.୧ ସ୍ତରର ଅଧାରୁ କମ୍‌। ଏହି ଧାରାକୁ ବଦଳାଇବା ଏବଂ ଜନସଂଖ୍ୟାଗତ ବିପର୍ଯ୍ୟୟକୁ ରୋକିବା ପାଇଁ ବିଶେଷକରି ଜିଡିପିରେ ଘରୋଇ ବ୍ୟୟର ଅସ୍ବାଭାବିକ କମ୍‌ ଅଂଶକୁ ଦୂର କରିବାକୁ ହେବ। ଯେପର୍ଯ୍ୟନ୍ତ ଏହା ସାଧାରଣ ସୀମା ୬୦-୭୦%କୁ ନ ବଢ଼ିଛି, ସେପର୍ଯ୍ୟନ୍ତ ପ୍ରଜନନ ହାରକୁ ପୂର୍ବ ସ୍ତରକୁ ଫେରାଇ ଆଣିବାର ପ୍ରଚେଷ୍ଟା ସଫଳ ହୋଇପାରିବ ନାହିଁ। ଶେଷରେ, ଏହି ସମସ୍ତ ଆହ୍ବାନ ଏକ ସାଧାରଣ ସମାଧାନ ଆଡ଼କୁ ସଙ୍କେତ ଦେଉଛି। ତାହା ହେଉଛି, ଜିଡିପିର ଏକ ଅଂଶ ଭାବରେ ଘରୋଇ ବ୍ୟୟଯୋଗ୍ୟ ଆୟକୁ ବୃଦ୍ଧି କରିବା। ଏଭଳି ଏକ ବୈପ୍ଳବିକ ପରିବର୍ତ୍ତନ କେବଳ ଚାଇନାର ଅର୍ଥନୈତିକ ଗତିପଥ ଏବଂ ଜନସଂଖ୍ୟାଗତ ଭବିଷ୍ୟତକୁ ତଥା ରାଜନୈତିକ ଦୃଶ୍ୟପଟକୁ ଏକ ନୂଆ ରୂପ ଦେଇପାରେ। ଏଥିରେ ବିଫଳ ହେଲେ ଝୁଙ୍କର ସୁନାମ ଆଗାମୀ ଦିନରେ ଅକ୍ଷୁଣ୍ଣ ରହିବ ନାହିଁ।

ୟି ଫୁକ୍ସିଆନ୍

-ବରିଷ୍ଠ ବୈଜ୍ଞାନିକ,
ୱିସ୍‌କନସିନ୍‌-ମ୍ୟାଡିସନ୍‌ ବିଶ୍ୱବିଦ୍ୟାଳୟ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?