ଅବସର ପରେ ସମାଜସେବା

ବାଲେଶ୍ୱର ଅଫିସ, ୨୭ା୧୦: ଲୋକଙ୍କ ସେବା କରିବାକୁ ଛୋଟବେଳୁ ଆଗ୍ରହ ଥିଲା। ହେଲେ ସଂସାର ଦାୟିତ୍ୱ ମଧ୍ୟରେ ସେସବୁ କରିବା ସମ୍ଭବ ହୋଇ ନ ଥିଲା। ସେ ଚାକିରି ଜୀବନରୁ ଅବସର ନେବା ମାତ୍ରେ ପରିବାରର ଦାୟିତ୍ୱ ବୋହୂ ପୁଅ ହାତରେ ଟେକି ଦେଇ ନିଜ ଇଚ୍ଛାକୁ ସମ୍ମାନ ଦେବାକୁ ବାହାରି ପଡ଼ିଛନ୍ତି ବାଲେଶ୍ୱର ଜିଲା କୁରୁଡ଼ା ଅଞ୍ଚଳର ୬୩ବର୍ଷୀୟ ସନାତନ ସେଠୀ। ସେ ନିଜ ସାଇକେଲ ଧରି ବିଭିନ୍ନ ନଦୀଘାଟକୁ ଯାଇ ବୁଲି ବୁଲି ବଂଶୀ ପକାଉଛନ୍ତି। ସେଥିରେ ମାଛ ପଡ଼ିଲେ ତାହାକୁ ବିକ୍ରି କରି ସମାଜସେବାରେ ଲଗାଇଥାନ୍ତି। ଏହାଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ସନାତନ।

ସହରସ୍ଥିତ ହରିପ୍ଲାଷ୍ଟ କମ୍ପାନୀରେ ସନାତନ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଦୁଇ ପୁଅ ଅଛନ୍ତି। ବଡ଼ପୁଅ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ଅବିବାହିତ ଅଛନ୍ତି। ସାନପୁଅ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ବିବାହ ହୋଇଛି। କେଉଁ ନଦୀ ଓ କେଉଁ ମୁହାଣରେ ମାଛ ଲାଗୁଛନ୍ତି ଖବର ପାଇବା ମାତ୍ରେ ସେ ବଂଶୀ ଧରି ଛୁଟିଯାନ୍ତି। ଭୋର୍‌ ୪ଟାରୁ ପହଞ୍ଚି ଯାଆନ୍ତି ନଦୀ ପାଖରେ। ମାଛ ପଡ଼ିଲେ କଟିଯାଏ ଦିନ ସାରା, ନ ପଡ଼ିଲେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରି ଘରକୁ ଫେରନ୍ତି। ଏଥିରେ ସେ କ୍ଲାନ୍ତି ଅନୁଭବ କରି ନ ଥାନ୍ତି। ସହର ନିକଟସ୍ଥ ଫୁଲାଡ଼ି ଲୁହାପୋଲ ତଳେ ବୁଢ଼ାବଳଙ୍ଗ ନଦୀରେ ସନାତନ ବଂଶୀ ପକାଇବାକୁ ଯାଇଥାନ୍ତି। ଏଥିସହିତ ବେଲବାରିଆ, କଣ୍ଟାବଣିଆ, ଦାଣ୍ଡଫୁଲାଡ଼ି ଅଞ୍ଚଳରେ ମଧ୍ୟ ସେ ବଂଶୀ ପକାନ୍ତି। ତାଙ୍କ ନିକଟରେ ୧୮ଶହ ଟଙ୍କିଆ ୬ଟି ବଂଶୀ ରହିଛି। ପାଉଁରୁଟି, ହାଣ୍ଡିଆମରା, କାଈ ଅଣ୍ଡା ଏସୁବୁକୁ ମିଶ୍ରଣ କରି ମାଛ ଧରିବା ପାଇଁ ଆବଶ୍ୟକ ଥିବା ଚାରା ପ୍ରସ୍ତୁତ କରି ବଂଶୀ କଣ୍ଟାରେ ଗୁନ୍ଥିଥାନ୍ତି। ସେହିପରି ମାଛଗୁଡିକୁ ଆକର୍ଷିତ କରିବା ଲାଗି ମକା ଗୁଣ୍ଡ, ଅଙ୍ଗନୱାଡ଼ି ଖାଦ୍ୟ, ବୁଟଛତୁ, ହାଣ୍ଡିଆ ମରାକୁ ମିଶ୍ରଣ କରାଯାଇ ବଡ଼ ବଡ଼ ଲଡୁ ତିଆରି ହୁଏ। ଯାହା ବଂଶୀକଣ୍ଟାର ଚାରିପାଖରେ ଲଗାଯାଇଥାଏ। ଏସବୁକୁ ପ୍ରସ୍ତୁତ କରିବା ପାଇଁ ୪ରୁ ୫ ଶହ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଖାଦ୍ୟକୁ ଖାଇବା ପାଇଁ ନଦୀ ଭିତରେ ଥିବା ବଡ଼ ବଡ଼ ରୋହି, ମିଢ଼, ଭାକୁଡ଼ିଆ ମାଛ (ଯାହାର ଓଜନ ପ୍ରାୟ ୫/୬ କିଲୋରୁ ଊର୍ଦ୍ଧ୍ୱ) ଭଲ ପାଇଥାନ୍ତି। ଦିନକୁ ୮/୧୦ଟା ପର୍ଯ୍ୟନ୍ତ ମାଛ ବଂଶୀରେ ପଡ଼ିଥାନ୍ତି। ନଦୀଘାଟରୁ ମାଛକୁ ଲୋକେ କିଣିନିଅନ୍ତି। ବେଳେବେଳେ ବଜାରରେ ମଧ୍ୟ କେଜି ୨ଶହ ଟଙ୍କାରେ ବିକ୍ରି କରିଥାନ୍ତି। ମାଛ ଧରିବା ପାଇଁ ସନାତନ ସାଙ୍ଗରେ ସକାଳ ଜଳଖିଆ ପାଇଁ ମୁଢ଼ି, ଦ୍ୱିପ୍ରହର ପାଇଁ ପଖାଳ, ତରକାରୀ ଓ ପାଣି ସାଥିରେ ନେଇ ଘରୁ ବାହାରନ୍ତି। ମାସରେ ୫ରୁ ୬ଦିନ ନିଶ୍ଚିତ ଭବେ ଭଲ ମାଛ ବଂଶୀରେ ପଡ଼ିଥାନ୍ତି। ନଦୀରେ ବଂଶୀ ପକାଇବା ପାଇଁ କିଛି ଦେୟ ଦେବାକୁ ପଡ଼େ ନାହଁି। ମାଛ ପଡ଼ିଲେ ଭଲ ଓ ନ ପଡ଼ିଲେ କିଛି ଅସୁବିଧା ହୁଏନାହିଁ ବୋଲି ସନାତନ କୁହନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri