ଜିଲାରେ ହେବ ପଛୁଆବର୍ଗଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ

ମାଲକାନଗିରି,୫ା୪(ଡି.ଏନ୍‌.ଏ.): ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ନିମନ୍ତେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନୁମେରେଟର ଏବଂ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲାପାଳ ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ମହେଶ୍ୱର ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲାପାଳ (ସାଧାରଣ) ତ୍ରିନାଥ ମାଝି ଉପସ୍ଥିତ ଥିଲେ। ଶିବିରରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଦଳମଣି ପଟେଲ ଯୋଗ ଦେଇଥିଲେ। ଜିଲାରେ ୫୮୦ଟି ସର୍ଭେ କେନ୍ଦ୍ର କରାଯାଇଛି। ଏଥିଲାଗି ୫୮୦ ଏନୁମେରେଟର ନିଯୁକ୍ତି ପାଇଛନ୍ତି। ସେହିପରି ତଦାରଖ କରିବା ପାଇଁ ୫୯ଜଣ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି। ପ୍ରଶିକ୍ଷଣ ପରେ ଜିଲାରେ ମେ ୧ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସାମାଜିକ ପଛୁଆ ବର୍ଗ ଲୋକଙ୍କ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସେହିପରି ବ୍ଲକସ୍ତରରେ ଅର୍ଥାତ୍‌ ଜିଲାର ୭ ବ୍ଲକରେ ଏପ୍ରିଲ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଅନୁଷ୍ଠିତ ହେବା। ଚିତ୍ରକୋଣ୍ଡାରେ ୮୮ ଜଣ ଏନୁମେରେଟର ଓ ୭ ଜଣ ସୁପରଭାଇଜର, ଖଇରପୁଟରେ ୫୫ ଏନୁମେରେଟର ଓ ୬ଜଣ ସୁପରଭାଇଜର, କୋରୁକୋଣ୍ଡାରେ ୬୦ ଏନୁମେରେଟର ଓ ୬ ସୁପରଭାଇଜର, ମାଲକାନଗିରିରେ ୯୫ ଏନୁମେରେଟର ଓ ୧୧ ସୁପରଭାଇଜର, ମାଥିଲିରେ ୧୦୦ ଜଣ ଏନୁମେରେଟର, ୧୦ ସୁପରଭାଇଜର, ପଡିଆରେ ୪୦ ଜଣ ଏନୁମେରେଟର ଓ ୪ ସୁପରଭାଇଜର, କାଲିମେଳାରେ ୧୧୫ ଏନୁମେରେଟର ୧୧ ଜଣ ସୁପରଭାଇଜର, ବାଲିମେଳା ଏନ୍‌ଏସିରେ ୧୦ ଜଣ ଏନୁମେରେଟର ଓ ୭ ସୁପରଭାଇଜର, ମାଲକାନଗିରି ପୌରାଞ୍ଚଳରେ ୧୭ ଜଣ ଏନୁମେରେଟର ଓ ୨ ଜଣ ସୁପରଭାଇଜର ନିଯୁକ୍ତି ପାଇଛନ୍ତି। ପଛୁଆ ବର୍ଗର ସମସ୍ତ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଯାଇ ସର୍ଭେ କେନ୍ଦ୍ରରେ ନିଜର ତଥ୍ୟ ପ୍ରଦାନ କରି ପଞ୍ଜୀକରଣ କରିପାରିବେ। ସଚେତନତା ସୃଷ୍ଟି ନିମନ୍ତେ ଜିଲାରେ ପ୍ରଚାର ପ୍ରସାର କରାଯିବ। ସର୍ଭେ ପରେ ଜୁନ୍‌ ୨୭ରେ ଡ୍ରାଫ୍ଟ ପ୍ରକାଶ କରାଯିବ। ଜୁନ୍‌ ୨୮ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଅଭିଯୋଗ ଦାଖଲ କରିପାରିବେ। ସମ୍ପୂର୍ଣ ପ୍ରସ୍ତୁତ ଡ୍ରାଫ୍ଟକୁ ଜୁଲାଇ ୧୨ ତାରିଖରେ ପ୍ରକାଶ କରାଯିବ। ଏହି ପ୍ରଶିକ୍ଷଣ ନିମନ୍ତେ ଜିଲାରୁ ଅତିରିକ୍ତ ଜିଲାପାଳ ସାଧାରଣ, ଡେପୁଟି କଲେକ୍ଟର ପ୍ରମୋଦ କୁମାର ବେହେରା, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଏପିଡି ହିମାଂଶୁ ମହାରଣା ଜିଲାସ୍ତରୀୟ ମା୍‌ଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଏହି ସ୍ବତନ୍ତ୍ର ସର୍ଭେ ନିମନ୍ତେ ଜିଲାପାଳ ଅଧ୍ୟକ୍ଷ, ଅତିରିକ୍ତ ଜିଲାପାଳ ଜିଲା ନୋଡାଲ ଅଧିକାରୀ, ଡେପୁଟି କଲେକ୍ଟର ଡେପୁଟି ଜିଲା ନୋଡାଲ ଅଧିକାରୀ, ସମସ୍ତ ବିଡିଓ ବ୍ଲକ ନୋଡାଲ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନୋଡାଲ ଅଧିକାରୀ ଅଛନ୍ତି। ଶିବିରରେ ସମସ୍ତ ସିଡିପିଓ, ବିଡିଓ, ତହସିଲଦାର, ବିଇଓ ଓ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?