ବେଆଇନ ନିର୍ମାଣ ବିରୋଧରେ ଏତଲା

ପୁରୀ ଅଫିସ,୧୬ା୪: ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିନାନୁମତିରେ ଶ୍ରୀମନ୍ଦିର ସିଂହଦ୍ୱାର, ପଶ୍ଚିମ ଦ୍ୱାର ଏବଂ ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ମେଶିନ୍‌ ଦ୍ୱାରା ୩୦ରୁ ୪୦ ଫୁଟର ଗାତ ଖୋଳି ବିଶାଳ ନିର୍ମାଣ କାର୍ଯ୍ୟ କରାଯାଇଛି। ଫଳରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇ ନାଟମଣ୍ଡପ, ଘଣ୍ଟି ଦ୍ୱାର, ବେହରଣ ଦ୍ୱାର, ଜଗମୋହନ, ଜୟ ବିଜୟ ଦ୍ୱାର ପ୍ରଭୃତି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତେଣୁ ଉକ୍ତ କାର୍ଯ୍ୟକୁ ବିରୋଧ କରାଯାଉଛି। ଏ ନେଇ ହାଇକୋର୍ଟରେ ମାମଲା ଚାଲିଛି। ହାଇକୋର୍ଟ ରାଜ୍ୟ ସରକାର ଏବଂ ଏଏସ୍‌ଆଇକୁ ନୋଟିସ୍‌ ଜାରି କରିଛନ୍ତି। ୨୧ ତାରିଖରେ ଯୁଗ୍ମ ଅନୁଧ୍ୟାନ ଓ ସତ୍ୟପାଠ ଦାଖଲ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏପରି ସ୍ଥଳେ ପ୍ରଶାସନ ଏସବୁକୁ ଖାତିର ନ କରି କାର୍ଯ୍ୟ ଜାରି ରଖିଛି। ସେହିପରି ପ୍ରତି ଶନିବାର ସଚିବ ପୁରୀ ଆସି କାର୍ଯ୍ୟ ତଦାରଖ କରୁଥିବାବେଳେ ଭକ୍ତଙ୍କୁ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଛଡ଼ାଯାଉନାହିଁ। ଭକ୍ତଙ୍କୁ ଦୀର୍ଘ ସମୟ ଠିଆ ହେବାକୁ ପଡୁଛି। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ସମେତ ଜିଲା ପ୍ରଶାସନ, ଏନ୍‌ଏମ୍‌ଏ, ଟାଟା କମ୍ପାନୀ ଏବଂ ଓବିସିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିି ଦେଉଛି। ରବିବାର ୧୫ଟି ଜିଲାରେ ତାପମାତ୍ରା...

କେନ୍ଦୁଝରରେ ସାବିତ୍ରୀ ବ୍ରତ ପାଳିଲେ ଶତାଧିକ ମହିଳା

କେନ୍ଦୁଝର,୩।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରପଲ୍ଲୀରେ ସାବିତ୍ରୀ ବ୍ରତ ପାଳିତ ହେଉଛି। ବିଭିନ୍ନ ଦେବଦେବୀ ପୀଠରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଶୁଭମନାସୀ, ଦୀର୍ଘ ଜୀବନ କାମନା...

ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡ ବୈଠକ: ଅର୍ବାନ କୋଅପରେଟିଭ ବ୍ୟାଙ୍କ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ୱର,୧୪ା୧୨(ପି.ଟି): ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକର ପରିଚାଳନା ଧାରା ଏବଂ...

ସରକାରୀ ଜମିରେ ହେବ ପାଚେରି

ବ୍ରହ୍ମପୁର ଅଫିସ୍‌,୨ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକରେ ବ୍ରହ୍ମପୁର ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପଖଣ୍ଡସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର...

ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା...

ମେଲୋଡି ସିଙ୍ଗର ଡାଡି: ଯୁବ ଗୋଷ୍ଠୀଙ୍କ ଆକର୍ଷଣ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ହେଲା ସଙ୍ଗୀତ ସହିତ ଯୋଡ଼ି ରହିଛନ୍ତି ପ୍ରକାଶ ପାଢ଼ୀ। ଡାକ ନାଁ ତାଙ୍କର ଡାଡୀ । ଏହି...

କୁଡ଼ିଆରେ ଜଳିଗଲେ ମହିଳା

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ.ଏ.), ୬।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଚୁନରଗଡ଼ି ଗ୍ରାମର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କୁଡ଼ିଆରୁ ଶୁକ୍ରବାର...

୨୦୨୫ ସୁଦ୍ଧା ରାଜ୍ୟରୁ ଯକ୍ଷ୍ମା ନିର୍ମୂଳ କରିବା ଲକ୍ଷ୍ୟ

ଭୁବନେଶ୍ୱର, ୨୪।୩ (ବ୍ୟୁରୋ): ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜାରି ରହିଛି। ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ ନିର୍ମୂଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ...

Advertisement
Archives

Model This Week