Posted inଫୁରସତ

ଏତେ ବଡ ଗାଲ: କସ୍ମେଟିକ୍‌ ସର୍ଜରୀ କରି ରେକର୍ଡ କଲେ …

ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ସବୁକିଛି ବେଶ୍‌ ଖାସ୍‌ ଓ ସୁନ୍ଦର। ହେଲେ ବେଳେବେଳେ ଭଗବାନ ଦେଇଥିବା ରଙ୍ଗ ରୂପରେ ମଣିଷ ସନ୍ତୁଷ୍ଟ ହୋଇ ନ ଥାଏ। ଆଉ ନିଜ ଚେହେରା ତଥା ଶରୀରରେ ପରିବର୍ତ୍ତନ ଆଣିବା ପାଇଁ କରିଥାଏ ନାନା ପ୍ରୟାସ। ଯେମିତିକି ଆଜିକାଲି ଅନେକେ ଏଥିପାଇଁ ନେଉଛନ୍ତି କସ୍ମେଟିକ୍‌ ସର୍ଜରୀର ସାହାଯ୍ୟ। ଏହା କେତେକଙ୍କ କ୍ଷେତ୍ରରେ ଚମତ୍କାର ପରି କାମ କରିଥାଏ ତ କେତେବେଳେ ଏହାର ଓଲଟା ପ୍ରଭାବ ବି ପଡିଥାଏ। ଯାହା ସେମାନଙ୍କୁ ସୁନ୍ଦର ପରିବର୍ତ୍ତେ ଅସୁନ୍ଦର କରିଦିଏ। ୟୁକ୍ରେନର ଆନାସ୍ତାସିଆ ପୋକ୍ରେଶ୍ଚୁକ୍‌ଙ୍କ କ୍ଷେତ୍ରରେ ବି ଠିକ୍‌ ସେମିତି ଘଟିଛି। ସେ ଏବେ ପୃଥିବୀର ସବୁଠାରୁ ବଡ଼ ଗାଲ ଥିବା ମହିଳାଭାବେ ପରିଚିତ। ଆନାସ୍ତାସିଆ ପେସାରେ ଜଣେ ମଡେଲ। ସେ ଇଶ୍ୱରପ୍ରଦତ୍ତ ନିଜ ମୁହଁ ଓ ଶରୀରରେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେଥିରେ ପରିବର୍ତ୍ତନ ଆଣି ଅଧିକ ସୁନ୍ଦରୀ ହେବାକୁ ଚାହୁଁଥିଲେ। ଆଉ ଏଥିପାଇଁ ସେ କସ୍ମେଟିକ୍‌ ସର୍ଜରୀର ସାହାଯ୍ୟ ନେଲେ। ନିଜ ଗାଲକୁ ବଡ କରିବା ଲାଗି ଅନେକଥର ଫିଲର୍‌ର ବ୍ୟବହାର କଲେ। ଖାଲି ଗାଲ ନୁହେଁ, ସେ ନିଜ ଓଠକୁ ବଡ କରିବା ପାଇଁ ମଧ୍ୟ ଫିଲର୍‌ ବ୍ୟବହାର କରିଛନ୍ତି। ଫଳରେ ତାଙ୍କ ଗାଲ ପାହାଡ ଭଳି ଉଚ୍ଚା ହୋଇଯାଇଛି ଓ ଓଠ ବି ଫୁଲି ମୋଟା ହେଇଯାଇଛି। ଏଇ ବଡ଼ ଗାଲ ପାଇଁ ଶେଷରେ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ବି ପାଇଲେ। ହେଲେ ଅନେକେ ତାଙ୍କର ଏଇ ପରିବବର୍ତ୍ତିତ ଚେହେରାକୁ ପସନ୍ଦ କରୁ ନାହାନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ସହ ସେ ଶେୟାର କରିଥିବା ତାଙ୍କ ପୁରୁଣା ଫଟୋକୁ ଲୋକେ ପସନ୍ଦ କରୁଛନ୍ତି। ଏସବୁ ବାଦ୍‌ ବି ସେ ନିଜ ଗାଲକୁ ନେଇ ବେଶ୍‌ ସନ୍ତୁଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri