Posted inଫୁରସତ

ଏତେ ବଡ ଗାଲ: କସ୍ମେଟିକ୍‌ ସର୍ଜରୀ କରି ରେକର୍ଡ କଲେ …

ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ସବୁକିଛି ବେଶ୍‌ ଖାସ୍‌ ଓ ସୁନ୍ଦର। ହେଲେ ବେଳେବେଳେ ଭଗବାନ ଦେଇଥିବା ରଙ୍ଗ ରୂପରେ ମଣିଷ ସନ୍ତୁଷ୍ଟ ହୋଇ ନ ଥାଏ। ଆଉ ନିଜ ଚେହେରା ତଥା ଶରୀରରେ ପରିବର୍ତ୍ତନ ଆଣିବା ପାଇଁ କରିଥାଏ ନାନା ପ୍ରୟାସ। ଯେମିତିକି ଆଜିକାଲି ଅନେକେ ଏଥିପାଇଁ ନେଉଛନ୍ତି କସ୍ମେଟିକ୍‌ ସର୍ଜରୀର ସାହାଯ୍ୟ। ଏହା କେତେକଙ୍କ କ୍ଷେତ୍ରରେ ଚମତ୍କାର ପରି କାମ କରିଥାଏ ତ କେତେବେଳେ ଏହାର ଓଲଟା ପ୍ରଭାବ ବି ପଡିଥାଏ। ଯାହା ସେମାନଙ୍କୁ ସୁନ୍ଦର ପରିବର୍ତ୍ତେ ଅସୁନ୍ଦର କରିଦିଏ। ୟୁକ୍ରେନର ଆନାସ୍ତାସିଆ ପୋକ୍ରେଶ୍ଚୁକ୍‌ଙ୍କ କ୍ଷେତ୍ରରେ ବି ଠିକ୍‌ ସେମିତି ଘଟିଛି। ସେ ଏବେ ପୃଥିବୀର ସବୁଠାରୁ ବଡ଼ ଗାଲ ଥିବା ମହିଳାଭାବେ ପରିଚିତ। ଆନାସ୍ତାସିଆ ପେସାରେ ଜଣେ ମଡେଲ। ସେ ଇଶ୍ୱରପ୍ରଦତ୍ତ ନିଜ ମୁହଁ ଓ ଶରୀରରେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେଥିରେ ପରିବର୍ତ୍ତନ ଆଣି ଅଧିକ ସୁନ୍ଦରୀ ହେବାକୁ ଚାହୁଁଥିଲେ। ଆଉ ଏଥିପାଇଁ ସେ କସ୍ମେଟିକ୍‌ ସର୍ଜରୀର ସାହାଯ୍ୟ ନେଲେ। ନିଜ ଗାଲକୁ ବଡ କରିବା ଲାଗି ଅନେକଥର ଫିଲର୍‌ର ବ୍ୟବହାର କଲେ। ଖାଲି ଗାଲ ନୁହେଁ, ସେ ନିଜ ଓଠକୁ ବଡ କରିବା ପାଇଁ ମଧ୍ୟ ଫିଲର୍‌ ବ୍ୟବହାର କରିଛନ୍ତି। ଫଳରେ ତାଙ୍କ ଗାଲ ପାହାଡ ଭଳି ଉଚ୍ଚା ହୋଇଯାଇଛି ଓ ଓଠ ବି ଫୁଲି ମୋଟା ହେଇଯାଇଛି। ଏଇ ବଡ଼ ଗାଲ ପାଇଁ ଶେଷରେ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ବି ପାଇଲେ। ହେଲେ ଅନେକେ ତାଙ୍କର ଏଇ ପରିବବର୍ତ୍ତିତ ଚେହେରାକୁ ପସନ୍ଦ କରୁ ନାହାନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ସହ ସେ ଶେୟାର କରିଥିବା ତାଙ୍କ ପୁରୁଣା ଫଟୋକୁ ଲୋକେ ପସନ୍ଦ କରୁଛନ୍ତି। ଏସବୁ ବାଦ୍‌ ବି ସେ ନିଜ ଗାଲକୁ ନେଇ ବେଶ୍‌ ସନ୍ତୁଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri