Posted inଫୁରସତ

କନଷ୍ଟେବଲ୍‌ ଦେଉଛନ୍ତି ମାଗଣା ଶିକ୍ଷା

ରାଜସ୍ଥାନ, ଚୁରୁ ଜିଲାର ଏଇ ପିଲାମାନେ ଦିନେ ମଇଳା ଚିରାଫଟା ପ୍ୟାଣ୍ଟ ସାର୍ଟ ପିନ୍ଧି ଅଳିଆଗଦା, ରାସ୍ତାକଡରୁ ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଗୋଟେଇ କାନ୍ଧରେ ଝୁଲାଇଥିବା ବସ୍ତାରେ ଭର୍ତ୍ତି କରୁଥିଲେ। ପାଠପଢା ସେମାନଙ୍କ ପାଇଁ ଥିଲା ସାତ ସପନ। ହେଲେ ଏବେ ସେମାନେ ତାଙ୍କର ସେଇ ମଇଳା ବସ୍ତା ବଦଳରେ ବହିଖାତା ଥିବା ସ୍କୁଲ ବ୍ୟାଗ ଧରୁଛନ୍ତି। ଆଉ ଏହା କେବଳ ସମ୍ଭବ ହେଇଛି ଧର୍ମବୀର ଜାଖଡଙ୍କ ପାଇଁ। ଧର୍ମବୀର ପେସାରେ ଜଣେ କନଷ୍ଟବଲ୍‌। ହେଲେ ପ୍ରୟାସ ତାଙ୍କର ଗରିବା ପିଲାଙ୍କୁ ଶିକ୍ଷିତ କରାଇବା ଓ ତାଙ୍କ ମୁହଁରେ ହସ ଫୁଟାଇବା। ଧର୍ମବୀର ୨୦୧୧ରେ କନଷ୍ଟେବଲଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ମତରେ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ଭବିଷ୍ୟତ ଗଢାଯାଇପାରିଲେ ଦେଶର ସ୍ଥିତି ସୁଦୃଢ ହୋଇପାରିବ। ଆମ ଦେଶରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଅଛି। ହେଲେ ପରିବାରର ଆର୍ଥିକ ଦୁଃସ୍ଥିତି ପାଇଁ ଛୋଟ ଛୋଟ ପିଲାଙ୍କୁ ଭିକ୍ଷାବୃତି ଓ ଜରିଗୋଟାଇବା ପରି କାମ କରିବାକୁ ପଡୁଛି। ଫଳରେ ଶିକ୍ଷାଠୁ ଦୂରେଇ ତାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ତେଣୁ ସେ ତାଙ୍କ ଜିଲ୍ଲାର ଜରି ଗୋଟାଳି ଓ ଭିକ୍ଷାବୃତି କରୁଥିବା ପିଲାଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ। ଆଉ ୨୦୧୬ ଜାନୁୟାରୀ ୧ ତାରିଖରେ ପିଲାଙ୍କ ପାଇଁ ଖୋଲିଲେ ‘ଆପଣି ପାଠଶାଳା’ ବା ଅପନା ପାଠଶାଳା ନାମକ ଏକ ବିଦ୍ୟାଳୟ। ଯେଉଁଠି ଗରିବ ପିଲାମାନଙ୍କୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେ ମାଗଣା ଶିକ୍ଷାଦାନ କରୁଛନ୍ତି। ଏବେ ସେଠାରେ ପିଲାସଂଖ୍ୟା ୪୫୦ରୁ ଉର୍ଦ୍ଧ୍ୱ ହେଲାଣି। ସେ ଯେ କେବଳ ଶିକ୍ଷାଦାନ କରୁଛନ୍ତି ତାହା ନୁହେଁ ପିଲାମାନଙ୍କୁ ମାଗଣା ବହି, ସ୍କୁଲ ବ୍ୟାଗ, ୟୁନିଫର୍ମ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ ବି ପ୍ରଦାନ କରୁଛନ୍ତି। ଆଉ ଯେଉଁ ପିଲା ଦୂରରେ ରହୁଛନ୍ତି ସେମାନେ ମଧ୍ୟ କେମିତି ଉଚିତ ଶିକ୍ଷା ପାଇପାରିବେ ସେଥିଲାଗି ସେ ଗାଡିର ବ୍ୟବସ୍ଥା କରିଥାନ୍ତି। ଏମିତିରେ ମାସିକ ତାଙ୍କର ପ୍ରାୟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏକୁଟିଆ ଏତେ ଖର୍ଚ୍ଚ ସେ ବହନ କରିପାରନ୍ତି ନାହିଁ। ତେଣୁ ସେ ବିଭିନ୍ନ ସୋସିଆଲ ମିଡିଆ ସାହାଯ୍ୟରେ ଡୋନେସନ୍‌ ସଂଗ୍ରହ କରନ୍ତି। ତେବେ ଯେଉଁମାନଙ୍କ ଆର୍ଥିକାବସ୍ଥା ଅତ୍ୟଧିକ ଖରାପ ସେମାନଙ୍କୁ ପଢିବା ସମୟ ପରେ ଜରି ଗୋଟାଇବା ଓ ଭିକ୍ଷାବୃତି କରିବା ଲାଗି ଅନୁମତି ରହିଥାଏ। ଏହି କାମ ସେ ଏକୁଟିଆ ଆରମ୍ଭ କରିଥିଲେ। ଏବେ ଆହୁରି କେତେଜଣ ମଧ୍ୟ ତାଙ୍କ ସହ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri