Posted inଫୁରସତ

କନଷ୍ଟେବଲ୍‌ ଦେଉଛନ୍ତି ମାଗଣା ଶିକ୍ଷା

ରାଜସ୍ଥାନ, ଚୁରୁ ଜିଲାର ଏଇ ପିଲାମାନେ ଦିନେ ମଇଳା ଚିରାଫଟା ପ୍ୟାଣ୍ଟ ସାର୍ଟ ପିନ୍ଧି ଅଳିଆଗଦା, ରାସ୍ତାକଡରୁ ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଗୋଟେଇ କାନ୍ଧରେ ଝୁଲାଇଥିବା ବସ୍ତାରେ ଭର୍ତ୍ତି କରୁଥିଲେ। ପାଠପଢା ସେମାନଙ୍କ ପାଇଁ ଥିଲା ସାତ ସପନ। ହେଲେ ଏବେ ସେମାନେ ତାଙ୍କର ସେଇ ମଇଳା ବସ୍ତା ବଦଳରେ ବହିଖାତା ଥିବା ସ୍କୁଲ ବ୍ୟାଗ ଧରୁଛନ୍ତି। ଆଉ ଏହା କେବଳ ସମ୍ଭବ ହେଇଛି ଧର୍ମବୀର ଜାଖଡଙ୍କ ପାଇଁ। ଧର୍ମବୀର ପେସାରେ ଜଣେ କନଷ୍ଟବଲ୍‌। ହେଲେ ପ୍ରୟାସ ତାଙ୍କର ଗରିବା ପିଲାଙ୍କୁ ଶିକ୍ଷିତ କରାଇବା ଓ ତାଙ୍କ ମୁହଁରେ ହସ ଫୁଟାଇବା। ଧର୍ମବୀର ୨୦୧୧ରେ କନଷ୍ଟେବଲଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ମତରେ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ଭବିଷ୍ୟତ ଗଢାଯାଇପାରିଲେ ଦେଶର ସ୍ଥିତି ସୁଦୃଢ ହୋଇପାରିବ। ଆମ ଦେଶରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଅଛି। ହେଲେ ପରିବାରର ଆର୍ଥିକ ଦୁଃସ୍ଥିତି ପାଇଁ ଛୋଟ ଛୋଟ ପିଲାଙ୍କୁ ଭିକ୍ଷାବୃତି ଓ ଜରିଗୋଟାଇବା ପରି କାମ କରିବାକୁ ପଡୁଛି। ଫଳରେ ଶିକ୍ଷାଠୁ ଦୂରେଇ ତାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ତେଣୁ ସେ ତାଙ୍କ ଜିଲ୍ଲାର ଜରି ଗୋଟାଳି ଓ ଭିକ୍ଷାବୃତି କରୁଥିବା ପିଲାଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ। ଆଉ ୨୦୧୬ ଜାନୁୟାରୀ ୧ ତାରିଖରେ ପିଲାଙ୍କ ପାଇଁ ଖୋଲିଲେ ‘ଆପଣି ପାଠଶାଳା’ ବା ଅପନା ପାଠଶାଳା ନାମକ ଏକ ବିଦ୍ୟାଳୟ। ଯେଉଁଠି ଗରିବ ପିଲାମାନଙ୍କୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେ ମାଗଣା ଶିକ୍ଷାଦାନ କରୁଛନ୍ତି। ଏବେ ସେଠାରେ ପିଲାସଂଖ୍ୟା ୪୫୦ରୁ ଉର୍ଦ୍ଧ୍ୱ ହେଲାଣି। ସେ ଯେ କେବଳ ଶିକ୍ଷାଦାନ କରୁଛନ୍ତି ତାହା ନୁହେଁ ପିଲାମାନଙ୍କୁ ମାଗଣା ବହି, ସ୍କୁଲ ବ୍ୟାଗ, ୟୁନିଫର୍ମ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ ବି ପ୍ରଦାନ କରୁଛନ୍ତି। ଆଉ ଯେଉଁ ପିଲା ଦୂରରେ ରହୁଛନ୍ତି ସେମାନେ ମଧ୍ୟ କେମିତି ଉଚିତ ଶିକ୍ଷା ପାଇପାରିବେ ସେଥିଲାଗି ସେ ଗାଡିର ବ୍ୟବସ୍ଥା କରିଥାନ୍ତି। ଏମିତିରେ ମାସିକ ତାଙ୍କର ପ୍ରାୟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏକୁଟିଆ ଏତେ ଖର୍ଚ୍ଚ ସେ ବହନ କରିପାରନ୍ତି ନାହିଁ। ତେଣୁ ସେ ବିଭିନ୍ନ ସୋସିଆଲ ମିଡିଆ ସାହାଯ୍ୟରେ ଡୋନେସନ୍‌ ସଂଗ୍ରହ କରନ୍ତି। ତେବେ ଯେଉଁମାନଙ୍କ ଆର୍ଥିକାବସ୍ଥା ଅତ୍ୟଧିକ ଖରାପ ସେମାନଙ୍କୁ ପଢିବା ସମୟ ପରେ ଜରି ଗୋଟାଇବା ଓ ଭିକ୍ଷାବୃତି କରିବା ଲାଗି ଅନୁମତି ରହିଥାଏ। ଏହି କାମ ସେ ଏକୁଟିଆ ଆରମ୍ଭ କରିଥିଲେ। ଏବେ ଆହୁରି କେତେଜଣ ମଧ୍ୟ ତାଙ୍କ ସହ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?