Posted inଖେଳ

ଭିନ୍ନ କାରଣରୁ ଡିଆରଏସ୍‌ ନେଲେ ସ୍ମିଥ

ବ୍ରିସବେନ,୧୮।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ରେ ଚତୁର୍ଥ ଦିନ କିଛି ଉଲ୍ଲେଖନୀୟ ଘଟଣା ଘଟିଛି। ସେଥି ମଧ୍ୟରୁ ମହମ୍ମଦ ସିରାଜଙ୍କ କ୍ୟାରିୟରର ପ୍ରଥମ ୫ ଉଇକେଟ ସଫଳତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ଷ୍ଟିଭ ସ୍ମିଥ ଏକ ଭିନ୍ନ କାରଣରୁ ଡିଆରଏସ୍‌ ନେଇଥିଲେ, ଯାହାର ଖୁବ୍‌ ଆଲୋଚନା ହେଉଛି।

୫୫ତମ ଓଭରରେ ମହମ୍ମଦ ସିରାଜଙ୍କ ବଲ ଷ୍ଟିଭ ସ୍ମିଥଙ୍କ ଗ୍ଲୋଭ୍ସରେ ବାଜି ସିଧା ଯାଇଥିଲା ଗଲି ପଏଣ୍ଟରେ ଥିବା ଫିଲ୍ଡର ଅଜିଙ୍କ୍ୟ ରାହାନେଙ୍କ ହାତକୁ। ଭାରତୀୟ ଦଳର କାମଚଳା ଅଧିନାୟକ କ୍ୟାଚ୍‌ ଧରିବାରେ କୌଣସି ତ୍ରୁଟି କରି ନ ଥିଲେ। ଏହାସତ୍ତ୍ୱେ ସ୍ମିଥ ଡିଆରଏସ୍‌ ମାଗିଥିଲେ। ଏହାର କାରଣ ପ୍ରାୟତଃ ଫ୍ୟାନଙ୍କୁ ଜଣା ନ ଥାଇପାରେ। ସ୍ମିଥଙ୍କ ମତରେ ବଲ ତାଙ୍କ ଗ୍ଲୋଭ୍ସରେ ବାଜିବା ବେଳକୁ ସେ ବ୍ୟାଟ୍‌ ଛାଡ଼ି ଦେଇଥିଲେ। ହେଲେ ତୃତୀୟ ଅମ୍ପାୟର ସ୍ପଷ୍ଟ କରିଥିଲେ ଯେ, ବଲ ବାଜିବା ବେଳକୁ ବ୍ୟାଟ୍‌ର ହ୍ୟାଣ୍ଡେଲ ଓ ଗ୍ଲୋଭ୍ସ ମଧ୍ୟରେ ସଂଯୋଗ ଥିଲା। ଏଣୁ ଏହା ଆଉଟ୍‌। ବ୍ୟାଟ୍‌ ଓ ଗ୍ଲୋଭ୍ସ ମଧ୍ୟରେ ସଂଯୋଗ ନ ହୋଇଥିଲେ, ଏହା ନଟ୍‌ଆଉଟ୍‌ ହୋଇଥାନ୍ତା। ଏ ନେଇ ଆଇସିସିରେ ଏକ ସ୍ବତନ୍ତ୍ର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?