ସ୍ମାର୍ଟ ଜନପଥ ହୋର୍ଡିଂ ରାଜସ୍ବରେ କେଳେଙ୍କାରୀ

ଭୁବନେଶ୍ୱର, ୨୦ା୭(ବନ୍ଦନା ସେଠୀ): ସ୍ମାର୍ଟ ଜନପଥରେ ହୋର୍ଡିଂ ଲଗାଇବାକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ମଧ୍ୟରେ ବିବାଦ ଲାଗିରହିଛି। ଏବେ ଏଥିରେ କେଳେଙ୍କାରୀ ହୋଇଥିବା ସାମ୍ନାକୁ ଆସିଛି। ନୂଆ ସରକାର ଆସିବା ପରେ ପୂର୍ବ ସରକାର ସମୟରେ ସ୍ମାର୍ଟସିଟି ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ନେଇ ଅଭିଯୋଗ ଉଠିବାରେ ଲାଗିଛି।
ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଏକ ସ୍ପେଶାଲ ପର୍ପୋଜ୍‌ ଭେହିକିଲ୍‌ (ଏସ୍‌ପିଭି) ଭାବେ ସହରରେ କାମ କରୁଛି। ସ୍ମାର୍ଟସିଟି ମିଶନ୍‌ର ଏକ ମୁଖ୍ୟ ପ୍ରକଳ୍ପ ଭାବେ ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରାୟ ୩.୯ କିମି. ରାସ୍ତାକୁ ସ୍ମାର୍ଟ ଜନପଥ ଭାବେ ନିର୍ମାଣ କରାଯାଇଥିଲା। ପ୍ରଥମେ ସ୍ମାର୍ଟଜନପଥକୁ ‘ନୋ ହୋର୍ଡିଂ ଜୋନ୍‌’ ଭାବେ ଘୋଷଣା କରାଯାଇଥିବାବେଳେ ପରେ ତାହାକୁ ତରବରିଆ ଭାବେ ହୋର୍ଡିଂ ଜୋନ୍‌ କରାଯାଇଛି। ଏଥିସହ କୌଣସି ଟେଣ୍ଡର ନ କରି ଏକ ଏଜେନ୍ସିକୁ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି। ସେହିପରି ମ୍ୟୁନିସିପାଲ କର୍ପୋରେଶନ ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଆଡ୍‌ଭର୍ଟାଇଜ୍‌ମେଣ୍ଟ ରାଇଟ୍‌ସ ରହିଛି। ଭୁବନେଶ୍ୱରରେ ଲାଗୁଥିବା ସମସ୍ତ ହୋର୍ଡିଂରୁ ମିଳୁଥିବା ରାଜସ୍ବ ବିଏମ୍‌ସିକୁ ମିଳିବା କଥା। ମାତ୍ର ଏଥିରେ ଖିଲାପ କରି କାହା ପ୍ରରୋଚନାରେ ଜନପଥରୁ ମିଳୁଥିବା ରାଜସ୍ବ ସ୍ମାର୍ଟସିଟି ଖାତାକୁ ଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ହୋର୍ଡିଂ ବାବଦରେ ସମ୍ପୃକ୍ତ ଏଜେନ୍ସି କେତେ ଟଙ୍କା ରାଜସ୍ବ ଦେଉଛି ସେ ନେଇ ମଧ୍ୟ କାହା ପାଖରେ ଉତ୍ତର ନାହିଁ। ତେଣୁ ହୋର୍ଡିଂ ଚୟନ ଏବଂ ନୋ ହୋର୍ଡିଂଜୋନ୍‌କୁ ହୋର୍ଡିଂ ଜୋନ୍‌ରେ ପରିଣତ କରିବାରେ ସ୍ମାର୍ଟସିଟି ଗଫଲତି କରିଥିବା ଅଭିଯୋଗ ହୋଇଛି।
ସ୍ମାର୍ଟସିଟି ମିଶନ୍‌ ଅନ୍ତର୍ଗତ ଭୁବନେଶ୍ୱରରେ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ସ୍ମାର୍ଟ ଜନପଥ ଏକ ବଡ଼ ପ୍ରୋଜେକ୍ଟ ଥିଲା। ଜନପଥ ନିର୍ମାଣ ହେବା ପରେ ଏହାର ସୌନ୍ଦର୍ଯ୍ୟକରଣ ଯେପରି ନଷ୍ଟ ନ ହୁଏ ସେଥିପାଇଁ ପ୍ରଥମେ ଏହାକୁ ନୋ ହୋର୍ଡିଂଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ମାତ୍ର କାହାକୁ କିଛି ନ ଜଣାଇ ରାଜସ୍ବ ପାଇବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ମେଟ୍ରୋ ସାଇନ୍‌ ନାମକ ଏକ ଏଜେନ୍ସିକୁ ଜନପଥରେ ଲାଗିଥିବା କିଓସ୍କ ଉପରେ ହୋର୍ଡିଂ ପାଇଁ ଅନୁମତି ପ୍ରଦାନ କରାଗଲା। ସେତିକି ସ୍ଥାନ ଯଥେଷ୍ଟ ନ ହେବାରୁ ପୁନର୍ବାର ତାକୁ ସମସ୍ତ ୟୁଟିଲିଟି ପାଖରେ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଛି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନ ଥିବାରୁ ନୋ ହୋର୍ଡିଂ ଜୋନ୍‌ରେ କିଭଳି ହୋର୍ଡିଂ ଲାଗିଲା ସେ ନେଇ ତତ୍କାଳୀନ ଡେପୁଟି କମିଶନର (ରାଜସ୍ବ)ଙ୍କୁ ତନାଘନା କରାଯାଇଥିଲା। ଶେଷରେ ଅନ୍ୟ ଉପାୟ ନ ପାଇ ଅଧିକାରୀ ରାତିଅଧିଆ କେତେଜଣ କର୍ମଚାରୀଙ୍କୁ ନେଇ ଅଳ୍ପ କେତେକ ହୋର୍ଡିଂ କାଟି ପକାଇଥିଲେ। ମାତ୍ର ଉପର ମହଲରୁ ଚାପ ପଡ଼ିବା ପରେ ସେ ଉପାୟ ନ ପାଇ ପୁଣିଥରେ କଟା ଯାଇଥିବା ହୋର୍ଡିଂ ଲଗାଇବାକୁ ବାଧ୍ୟ ହୋଇଥିଲେ। ସେହିପରି ବିଏମ୍‌ସି ପକ୍ଷରୁ ଟେଣ୍ଡର କରାଯାଇ ଦକ୍ଷିଣପୂର୍ବ ଜୋନ୍‌ ପ୍ୟାକେଜ୍‌ ଅନ୍ତର୍ଗତ ଜନପଥକୁ ମିଶାଇ ସମସ୍ତ ଅଞ୍ଚଳରେ ହୋର୍ଡିଂ ଲଗାଇବାକୁ ଅନ୍ୟଏକ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା। ମାତ୍ର ସ୍ମାର୍ଟସିଟି ମନଇଚ୍ଛା ସମ୍ପୃକ୍ତ ସଂସ୍ଥାକୁ ଅନୁମତି ଦେଇଥିବାରୁ ପରେ ବିଏମ୍‌ସିକୁ ନିରାଶ ହେବାକୁ ପଡିଥିଲା। ଏହିପରି ଅନେକ କ୍ଷେତ୍ରରେ ସ୍ମାର୍ଟସିଟି ବିଏମ୍‌ସିକୁ ଅବଗତ ନ କରି ସହରରେ ବିଭିନ୍ନ କାର୍ଯ୍ୟ କରୁଛି। ଗୋଟେପଟେ ରାଜସ୍ବ ବଢାଇବା ପାଇଁ ବିଏମ୍‌ସି ଉପରେ ଚାପ ପଡୁଥିବାବେଳେ କିଭଳି ରାଜସ୍ବ ବାଟମାରଣା ହେଉଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି। ଘଟଣା ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?