ଆବର୍ଜନା ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ସ୍ମାର୍ଟସିଟିବାସୀ: କ୍ଷୁଣ୍ଣ ହେଉଛି ମାନବିକ ଅଧିକାର

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ସମାଜରେ ସମ୍ମାନର ସହ ବଞ୍ଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କେବଳ ମୌଳିକ ବା ସାମାଜିକ ଅଧିକାର ନୁହେଁ, ମନୁଷ୍ୟ ପାଇଁ ମାନବାଧିକାରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ବତନ୍ତ୍ରତା, ଶିକ୍ଷା, ସ୍ବାଧୀନ ଭାବେ ନିଜ ଅଭିବ୍ୟକ୍ତି ରଖିବା ଭଳି ସ୍ବାସ୍ଥ୍ୟକର ପରିବେଶରେ ରହିବା ବା ସ୍ବଚ୍ଛବାୟୁ ପାଇବା ଏହି ଅଧିକାର ମଧ୍ୟରେ ଅନ୍ତର୍ଭୁକ୍ତ। ମାତ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲଗାତର ଭାବେ ସହରବାସୀଙ୍କୁ ଏଥିରୁ ବଞ୍ଚତ୍ତ କରିଚାଲିଛି। ଗାଡ଼କଣ ମୌଜାସ୍ଥିତ ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂ ୟାର୍ଡ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରେ ବର୍ଷବର୍ଷ ଧରି ଆବର୍ଜନା ଗଦା କରାଯାଉଛି। ସହରରୁ ବାହାରୁଥିବା ଟନ୍‌ଟନ୍‌ ଆବର୍ଜନାରେ ସେଠାରେ ଥିବା ଖାଲ ପୋତି ହୋଇ ଅଳିଆ ପାହାଡ଼ ସୃଷ୍ଟି ହୋଇଥିବାବେଳେ ଏଥିରୁ ବାହାରୁଥିବା ଦୁର୍ଗନ୍ଧରେ ଅଧା ସହରର ପରିବେଶ ବିଗିଡି ଯାଇଛି। ବିଶେଷକରି ଟିଟିଏସ୍‌ ନିକଟରେ ରହୁଥିବା ବସ୍ତିଅଞ୍ଚଳବାସୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ବିଏମ୍‌ସିର ଅପାରଗତା କାରଣରୁ ଏବେ ଶହଶହ ଲୋକ ଏହି ଅଧିକାରରୁ ବଞ୍ଚତ୍ତ ହୋଇ ନାନାଦି ରୋଗର ଶିକାର ହୋଇ ଦୟନୀୟ ଜୀବନ ବିତାଉଛନ୍ତି।

ମାନବାଧିକାର ଆଇନ୍‌ର ଉଲ୍ଲଂଘନ ହେଉଛି
ବାୟୁ ବିନା ମଣିଷ ବଞ୍ଚତ୍ବା କଷ୍ଟକର। ତେଣୁ ସ୍ବଚ୍ଛବାୟୁ ଗ୍ରହଣ କରିବା ଜଣେ ବ୍ୟକ୍ତିର ପ୍ରାକୃତିକ ଏବଂ ମାନବିକ ଅଧିକାର ହୋଇଥିବାବେଳେ ଏହା ପ୍ରତ୍ୟେକ ସରକାରଙ୍କ ମୌଳିକ ଦାୟିତ୍ୱ। ସେହିକ୍ରମରେ ଭୁବନେଶ୍ୱରବାସୀଙ୍କୁ ସ୍ବଚ୍ଛ ବାତାବରଣ ବା ବାୟୁ ପ୍ରଦାନ କରିବା ବିଏମ୍‌ସିର ଦାୟିତ୍ୱ। ମାତ୍ର ସେ ଏହା ତୁଲାଇବାରେ ଅସମର୍ଥ ହୋଇଥିବାବେଳେ ମାନବାଧିକାର ଆଇନ୍‌ର ଉଲ୍ଲଂଘନ କରି ଚାଲିଛି। ବିଏମ୍‌ସି ଏଭଳି ଉଲ୍ଲଂଘନ କରିଚାଲିଲେ ମାନବାଧିକାର କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।
-ମନୋଜ ଜେନା, ମାନବାଧିକାର କର୍ମୀ
ସ୍ବଚ୍ଛ ବାୟୁରୁ ବଞ୍ଚତ୍ତ କରିବା ଅପରାଧ
ସହରୀକରଣ ବଢିବା ସହ ଆବର୍ଜନା ପରିଚାଳନା ସବୁ ରାଜ୍ୟ ପାଇଁ ଧୀରେ ଧୀରେ ବଡ ସମସ୍ୟା ଭାବେ ଉଭା ହୋଇଛି। ଭୁବନେଶ୍ୱରରେ ମଧ୍ୟ ଏବେ ସେହି ଅବସ୍ଥା ହୋଇଛି। ଏହାକୁ କିଭଳି ଠିକ୍‌ ଭାବେ ପରିଚାଳନା କରାଯିବ ଏବଂ ଏହାଦ୍ୱାରା ସାଧାରଣଲୋକେ କିପରି ସମସ୍ୟାରେ ନ ପଡିବେ ତାହା ଦେଖିବା ବିଏମ୍‌ସିର ଦାୟିତ୍ୱ। ମାତ୍ର ତାହାକୁ ଠିକ୍‌ ଭାବେ କରି ନ ପାରି ଲୋକଙ୍କ ମାନବ ଅଧିକାରକୁ କ୍ଷୁଣ୍ଣ କରୁଛି ବିଏମ୍‌ସି। ଟିଟିଏସ୍‌ ପାଇଁ ଏବେ ବାୟୁ ପ୍ରଦୂଷଣ ବଢି ଚାଲିଛି। ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ସ୍ମାର୍ଟସିଟିବାସୀଙ୍କୁ ସ୍ବଚ୍ଛ ବାୟୁରୁ ବଞ୍ଚତ୍ତ କରିବା ଆଇନ ଅନୁଯାୟୀ ଅପରାଧ।
-ଚନ୍ଦ୍ରନାଥ ଦାନୀ, ଆଇନଜୀବୀ
ବିଏମ୍‌ସିର ଅବହେଳାରୁ ସମସ୍ୟାରେ ସହରବାସୀ
ବିଏମ୍‌ସି ନିଜ ଅବହେଳାରୁ ସହରବାସୀଙ୍କ ପାଇଁ ସମସ୍ୟା ଡାକି ଆଣିଛି। ଅଳିଆ ପକାଇବା ପାଇଁ ଖୋଲା ସ୍ଥାନ ବ୍ୟବହାର କରାଯାଏ, ମାତ୍ର ବିଏମ୍‌ସି ଜନବସତି ମଝିରେ ଆଣି ଅଳିଆ ପାହାଡ଼ ଗଦା କରିଛି। ଟିଟିଏସ୍‌କୁ ହଟାଇବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ବି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
-ରଞ୍ଜିତ ବେହେରା, ସ୍ଥାନୀୟ ଅଞ୍ଚଳବାସୀ
ଜୋର୍‌ଦାର ବିରୋଧ ହେବା ଆବଶ୍ୟକ
ସରକାର ସବୁବେଳେ ଲୋକଙ୍କ ସୁବିଧା ପାଇଁ କାମ କରିବା କଥା, ମାତ୍ର ବିଏମ୍‌ସି ଏଠାରେ ଲୋକଙ୍କୁ ରୋଗ ବାଣ୍ଟିବା ପାଇଁ ଜୋର୍‌ସୋର୍‌ରେ ଲାଗି ପଡିଛି। ଲୋକଙ୍କ ଅଧିକାରକୁ ଦଳି ଚକଟି ନିଜ ମନମାନି କରୁଛି। ଯାହାକି ଆଇନ୍‌ ଦୃଷ୍ଟିରୁ ମଧ୍ୟ ଅପରାଧ। ତେଣୁ ଏହା ବିରୋଧରେ ଜୋରଦାର୍‌ ବିରୋଧ ହେବା ଆବଶ୍ୟକ।                                                                                                                        -ସୁଶାନ୍ତ କୁମାର ସାହୁ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri