ଆବର୍ଜନା ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ସ୍ମାର୍ଟସିଟିବାସୀ: କ୍ଷୁଣ୍ଣ ହେଉଛି ମାନବିକ ଅଧିକାର

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ସମାଜରେ ସମ୍ମାନର ସହ ବଞ୍ଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କେବଳ ମୌଳିକ ବା ସାମାଜିକ ଅଧିକାର ନୁହେଁ, ମନୁଷ୍ୟ ପାଇଁ ମାନବାଧିକାରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ବତନ୍ତ୍ରତା, ଶିକ୍ଷା, ସ୍ବାଧୀନ ଭାବେ ନିଜ ଅଭିବ୍ୟକ୍ତି ରଖିବା ଭଳି ସ୍ବାସ୍ଥ୍ୟକର ପରିବେଶରେ ରହିବା ବା ସ୍ବଚ୍ଛବାୟୁ ପାଇବା ଏହି ଅଧିକାର ମଧ୍ୟରେ ଅନ୍ତର୍ଭୁକ୍ତ। ମାତ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲଗାତର ଭାବେ ସହରବାସୀଙ୍କୁ ଏଥିରୁ ବଞ୍ଚତ୍ତ କରିଚାଲିଛି। ଗାଡ଼କଣ ମୌଜାସ୍ଥିତ ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂ ୟାର୍ଡ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରେ ବର୍ଷବର୍ଷ ଧରି ଆବର୍ଜନା ଗଦା କରାଯାଉଛି। ସହରରୁ ବାହାରୁଥିବା ଟନ୍‌ଟନ୍‌ ଆବର୍ଜନାରେ ସେଠାରେ ଥିବା ଖାଲ ପୋତି ହୋଇ ଅଳିଆ ପାହାଡ଼ ସୃଷ୍ଟି ହୋଇଥିବାବେଳେ ଏଥିରୁ ବାହାରୁଥିବା ଦୁର୍ଗନ୍ଧରେ ଅଧା ସହରର ପରିବେଶ ବିଗିଡି ଯାଇଛି। ବିଶେଷକରି ଟିଟିଏସ୍‌ ନିକଟରେ ରହୁଥିବା ବସ୍ତିଅଞ୍ଚଳବାସୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ବିଏମ୍‌ସିର ଅପାରଗତା କାରଣରୁ ଏବେ ଶହଶହ ଲୋକ ଏହି ଅଧିକାରରୁ ବଞ୍ଚତ୍ତ ହୋଇ ନାନାଦି ରୋଗର ଶିକାର ହୋଇ ଦୟନୀୟ ଜୀବନ ବିତାଉଛନ୍ତି।

ମାନବାଧିକାର ଆଇନ୍‌ର ଉଲ୍ଲଂଘନ ହେଉଛି
ବାୟୁ ବିନା ମଣିଷ ବଞ୍ଚତ୍ବା କଷ୍ଟକର। ତେଣୁ ସ୍ବଚ୍ଛବାୟୁ ଗ୍ରହଣ କରିବା ଜଣେ ବ୍ୟକ୍ତିର ପ୍ରାକୃତିକ ଏବଂ ମାନବିକ ଅଧିକାର ହୋଇଥିବାବେଳେ ଏହା ପ୍ରତ୍ୟେକ ସରକାରଙ୍କ ମୌଳିକ ଦାୟିତ୍ୱ। ସେହିକ୍ରମରେ ଭୁବନେଶ୍ୱରବାସୀଙ୍କୁ ସ୍ବଚ୍ଛ ବାତାବରଣ ବା ବାୟୁ ପ୍ରଦାନ କରିବା ବିଏମ୍‌ସିର ଦାୟିତ୍ୱ। ମାତ୍ର ସେ ଏହା ତୁଲାଇବାରେ ଅସମର୍ଥ ହୋଇଥିବାବେଳେ ମାନବାଧିକାର ଆଇନ୍‌ର ଉଲ୍ଲଂଘନ କରି ଚାଲିଛି। ବିଏମ୍‌ସି ଏଭଳି ଉଲ୍ଲଂଘନ କରିଚାଲିଲେ ମାନବାଧିକାର କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।
-ମନୋଜ ଜେନା, ମାନବାଧିକାର କର୍ମୀ
ସ୍ବଚ୍ଛ ବାୟୁରୁ ବଞ୍ଚତ୍ତ କରିବା ଅପରାଧ
ସହରୀକରଣ ବଢିବା ସହ ଆବର୍ଜନା ପରିଚାଳନା ସବୁ ରାଜ୍ୟ ପାଇଁ ଧୀରେ ଧୀରେ ବଡ ସମସ୍ୟା ଭାବେ ଉଭା ହୋଇଛି। ଭୁବନେଶ୍ୱରରେ ମଧ୍ୟ ଏବେ ସେହି ଅବସ୍ଥା ହୋଇଛି। ଏହାକୁ କିଭଳି ଠିକ୍‌ ଭାବେ ପରିଚାଳନା କରାଯିବ ଏବଂ ଏହାଦ୍ୱାରା ସାଧାରଣଲୋକେ କିପରି ସମସ୍ୟାରେ ନ ପଡିବେ ତାହା ଦେଖିବା ବିଏମ୍‌ସିର ଦାୟିତ୍ୱ। ମାତ୍ର ତାହାକୁ ଠିକ୍‌ ଭାବେ କରି ନ ପାରି ଲୋକଙ୍କ ମାନବ ଅଧିକାରକୁ କ୍ଷୁଣ୍ଣ କରୁଛି ବିଏମ୍‌ସି। ଟିଟିଏସ୍‌ ପାଇଁ ଏବେ ବାୟୁ ପ୍ରଦୂଷଣ ବଢି ଚାଲିଛି। ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ସ୍ମାର୍ଟସିଟିବାସୀଙ୍କୁ ସ୍ବଚ୍ଛ ବାୟୁରୁ ବଞ୍ଚତ୍ତ କରିବା ଆଇନ ଅନୁଯାୟୀ ଅପରାଧ।
-ଚନ୍ଦ୍ରନାଥ ଦାନୀ, ଆଇନଜୀବୀ
ବିଏମ୍‌ସିର ଅବହେଳାରୁ ସମସ୍ୟାରେ ସହରବାସୀ
ବିଏମ୍‌ସି ନିଜ ଅବହେଳାରୁ ସହରବାସୀଙ୍କ ପାଇଁ ସମସ୍ୟା ଡାକି ଆଣିଛି। ଅଳିଆ ପକାଇବା ପାଇଁ ଖୋଲା ସ୍ଥାନ ବ୍ୟବହାର କରାଯାଏ, ମାତ୍ର ବିଏମ୍‌ସି ଜନବସତି ମଝିରେ ଆଣି ଅଳିଆ ପାହାଡ଼ ଗଦା କରିଛି। ଟିଟିଏସ୍‌କୁ ହଟାଇବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ବି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
-ରଞ୍ଜିତ ବେହେରା, ସ୍ଥାନୀୟ ଅଞ୍ଚଳବାସୀ
ଜୋର୍‌ଦାର ବିରୋଧ ହେବା ଆବଶ୍ୟକ
ସରକାର ସବୁବେଳେ ଲୋକଙ୍କ ସୁବିଧା ପାଇଁ କାମ କରିବା କଥା, ମାତ୍ର ବିଏମ୍‌ସି ଏଠାରେ ଲୋକଙ୍କୁ ରୋଗ ବାଣ୍ଟିବା ପାଇଁ ଜୋର୍‌ସୋର୍‌ରେ ଲାଗି ପଡିଛି। ଲୋକଙ୍କ ଅଧିକାରକୁ ଦଳି ଚକଟି ନିଜ ମନମାନି କରୁଛି। ଯାହାକି ଆଇନ୍‌ ଦୃଷ୍ଟିରୁ ମଧ୍ୟ ଅପରାଧ। ତେଣୁ ଏହା ବିରୋଧରେ ଜୋରଦାର୍‌ ବିରୋଧ ହେବା ଆବଶ୍ୟକ।                                                                                                                        -ସୁଶାନ୍ତ କୁମାର ସାହୁ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri