ଆଗେଇବ ସ୍ମାର୍ଟ ସିଟି, ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ୱର,୮।୯(ଅନୁରାଧା ମହାରଣା): ନିର୍ମାଣ ସାମଗ୍ରୀ ଜିଏସଟି ହ୍ରାସ ମଧ୍ୟବିତ୍ତଙ୍କ ପାଇଁ ଖୁବ୍‌ ସହାୟକ ହେବ। ଏହା ଆଗାମୀ ଦିନରେ ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପୂର୍ବରୁ ଦେଖାଯାଇଛି କେତେକ ନିର୍ମାଣ ସାମଗ୍ରୀ ବ୍ୟବସାୟୀ ଟିକସ ଫାଙ୍କୁଥିଲେ ସେମାନେ ଟିକସ ଫାଙ୍କିିବେନି ବରଂ ସାଧୁତା ଉପାୟରେ ବ୍ୟବସାୟ କରିବେ। ରିଅଲ ଇଷ୍ଟେଟ ଡେଭେଲପରମାନେ ଜିଏସଟି ହାର ହ୍ରାସ ଦ୍ୱାରା ଗୃହ ମୂଲ୍ୟ କିପରି କମୁଛି ତାହା ପ୍ରଚାର କରି ଗ୍ରାହକଙ୍କ ଆସ୍ଥା ବଢ଼ାଇବା ପାଇଁ ସକାରାତ୍ମକ ବିପଣନ ଅଭିଯାନ ଆରମ୍ଭ କରିବା ଦରକାର। ଘର କିଣିବା ସମୟରେ ଗ୍ରାକହମାନେ ମଧ୍ୟ ସତର୍କତା ସହ କିଣିବା ଉଚିତ। ଗୃହ କିଣିବା ପୂର୍ବରୁ ଏହା ରେରା ପଞ୍ଜୀକୃତ କି ନୁହେଁ ଯାଞ୍ଚ କରିବା ଉଚିତ।

ପ୍ରମୁଖ ନିର୍ମାଣ ସାମଗ୍ରୀ ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ହାର ହ୍ରାସ ପାଇଛି। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ) ଏନେଇ କହିଛି ଯେ, ଏହି ପଦକ୍ଷେପ ସରକାରଙ୍କର ସମସ୍ତଙ୍କ ପାଇଁ ଗୃହ ମିଶନ ସହିତ ସମ୍ପୂର୍ଣ୍ଣ ସମନ୍ବିତ ଏବଂ ସ୍ମାର୍ଟ ସିଟି, ମେଟ୍ରୋ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପଦକ୍ଷେପକୁ ମଧ୍ୟ ସମର୍ଥନ କରିବ। ସିମେଣ୍ଟ ଉପରେ ଜିଏସ୍‌ଟି ୨୮% ରୁ ୧୮% କୁ ହ୍ରାସ କରାଯାଇଛି। ନିର୍ମାଣ କ୍ଷେତ୍ରରେ ସିମେଣ୍ଟ ବାବଦରେ ହେଉଥିବା ଖର୍ଚ୍ଚ ନିର୍ମାଣ ଖର୍ଚ୍ଚର ୧୫-୨୦% ଏବଂ ମୋଟ ପ୍ରକଳ୍ପ ଖର୍ଚ୍ଚର ପ୍ରାୟ ୧୧% ଅଟେ। ଏହି ହ୍ରାସ ଦ୍ୱାରା ସରକାରୀ ଏବଂ ବେସରକାରୀ ପ୍ରକଳ୍ପର ମୂଲ୍ୟ ହ୍ରାସ ପାଇବ, ସରକାରୀ ଖର୍ଚ୍ଚର ଦକ୍ଷତା ବୃଦ୍ଧି ହେବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଭଳି ସୁଲଭ ଗୃହ ଯୋଜନାକୁ ପ୍ରୋତ୍ସାହନ ମିଳିବ। ସିମେଣ୍ଟ ଶିଳ୍ପ ଖଣି, ଲଜିଷ୍ଟିକ୍ସ, ଉତ୍ପାଦନ ଏବଂ ବଣ୍ଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଅନ୍ୟପଟେ ସିମେଣ୍ଟ-ବଣ୍ଡେଡ ପାର୍ଟିକିଲ ବୋର୍ଡ, ଝୋଟ ପାର୍ଟିକିଲ ବୋର୍ଡ ଏବଂ ଅନ୍ୟାନ୍ୟ ଏପରି ସାମଗ୍ରୀ ଉପରେ ଜିଏସଟି ୧୨% ରୁ ୫%କୁ ହ୍ରାସ କରାଯାଇଛି। ଗୃହ, ପ୍ରିଫାବ ଗଠନ ଏବଂ ଫର୍ନିଚରରେ ବ୍ୟାପକ ଭାବରେ ବ୍ୟବହୃତ, ପାର୍ଟିକିଲ ବୋର୍ଡ କମ୍‌ ମୂଲ୍ୟର ନିର୍ମାଣ ପାଇଁ ଅତ୍ୟାବଶ୍ୟକ। ଏହା ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ ପ୍ରକଳ୍ପର ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଅଧିକାଂଶ ଶିଳ୍ପ ଏମ୍‌ଏସ୍‌ଏମ୍‌ଇ ଚାଳିତ ଏବଂ ଟିକସ ହ୍ରାସ ଅର୍ଦ୍ଧ ସହରୀ ତଥା ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହିପରି ମାର୍ବଲ ଏବଂ ଗ୍ରାନାଇଟ ବ୍ଲକ ଉପରେ ଜିଏସଟି ୧୨%ରୁ ୫% କୁ ହ୍ରାସ କରାଯାଇଛି। ଏହା ଫ୍ଲୋରିଂ ଏବଂ ଟାଇଲିଂ ଖର୍ଚ୍ଚ ହ୍ରାସ କରିବ। ରାଜସ୍ଥାନ, ଗୁଜରାଟ, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶରେ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବା ପ୍ରାକୃତିକ ପଥର କ୍ଷେତ୍ରରେ ଆମଦାନୀ ନିର୍ଭରଶୀଳତା ହ୍ରାସ ଦ୍ୱାରା ଉପକୃତ ହେବାର ଆଶା କରାଯାଉଛି। ବାଲି-ଲାଇମ ଇଟା ଏବଂ ଇଟା ନିର୍ମାଣ ସହିତ ଜଡିତ କାର୍ଯ୍ୟ ଉପରେ ଜିଏସଟି ୧୨%ରୁ ୫% କୁ ହ୍ରାସ କରାଯାଇଛି। ଇଟାଭାଟିଗୁଡ଼ିକ ମୁଖ୍ୟତଃ ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ପୁଞ୍ଜି ଆବଶ୍ୟକତାକୁ ହ୍ରାସ କରିବ। ଗୃହ ନିର୍ମାଣ ବ୍ୟତୀତ ସରକାର କମନ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ସିଇଟିପି) ଦ୍ୱାରା ସେବା ଉପରେ ଜିଏସ୍‌ଟି ୧୨%ରୁ ୫%କୁ ହ୍ରାସ କରିଛନ୍ତି। ଏହା ଶିଳ୍ପ ଏବଂ ପୌରପାଳିକାକୁ କେନ୍ଦ୍ରୀକୃତ ବର୍ଜ୍ୟବସ୍ତୁ ପରିଚାଳନା, ପ୍ରଦୂଷଣ ହ୍ରାସ ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶକୁ ପ୍ରୋତ୍ସାହିତ କରି ପ୍ଲାଣ୍ଟ ପରିଚାଳନା, ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ରକ୍ଷଣାବେକ୍ଷଣରେ ‘ସବୁଜ ଚାକିରି’ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?