ଶୂନଠାରୁ ସାମାନ୍ୟ ଭଲ

ରାଧାମୋହନ ମହାପାତ୍ର

ଏବେ ପ୍ରାୟ ଏକ ମାସ ବା ତଦୂର୍ଦ୍ଧ୍ୱ କାଳ ହେବ ଜାତୀୟ ତଥା ଅନ୍ତର୍ଜାତୀୟ ଖବର ପରିବେଷଣ କ୍ଷେତ୍ରରେ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାର ବିଷୟବସ୍ତୁ ପାଠକଙ୍କ ଦୃଷ୍ଟି ଆକର୍ଷଣ କଲା। ଆସନ୍ତୁ ଭାରତର କ୍ରୀଡ଼ାନୈପୁଣ୍ୟ ଉପରେ ନଜର ପକାଇବା। ଭାରତକୁ ସ୍ବର୍ଣ୍ଣ ଏକ, ରୌପ୍ୟ ଦୁଇ, ବ୍ରୋଞ୍ଜ ଚାରଟି ପଦକ ଏହିପରି ସର୍ବମୋଟ ସାତଟି ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପ୍ରଥମେ ସ୍ବର୍ଣ୍ଣ ପଦକ ବିଜେତାଙ୍କ କଥା ବିଚାରକୁ ନିଆଯାଉ। ହରିୟାଣାର ୨୩ ବର୍ଷୀୟ ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣପଦକ ଅର୍ଜନ କରି ଭାରତୀୟ ଆଥଲେଟିକ୍ସର ‘ପୋଷ୍ଟର ବୟ’ ବନି ଯାଇଛନ୍ତି। ଅପରପକ୍ଷେ ୬୫ କିଲୋ ଓଜନ ବର୍ଗରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଆଥଲେଟ ସୁଲତାନା ରବି ମଧ୍ୟ କୁସ୍ତିରେ ରୌପ୍ୟପଦକ ହାସଲ କରିନେଲେ। ଭାରତ ପାଇଁ ସବୁଠାରୁ ସଂଘର୍ଷ ମ୍ୟାଚ ଥିଲା ହକି । ହକି ଭାରତର ଅନ୍ୟତମ ଜାତୀୟ ଖେଳ କହିଲେ ଭୁଲ ହେବ ନାହିଁ। ଦେଶବାସୀଙ୍କ ନଜର ଥିଲା ପୁରୁଷ ହକି ମ୍ୟାଚ ଉପରେ। ବ୍ରୋଞ୍ଜ ପଦକ ଲଢ଼େଇରେ ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଲା।
ଟୋକିଓରେ ଭାରତ ପଦକ ଜିତିବା ପରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସର୍ବାଧିକ ୬ଟି(୨ରୌପ୍ୟ ଓ ୪ ବ୍ରୋଞ୍ଜ) ପଦକ ମିଳିଥିଲା। କିନ୍ତୁ ଏଥର ଟୋକିଓରେ ୭ଟି ପଦକ ମିଳିଛି,ଯେଉଁଥିରେ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଭାରତର ଏହି ସଫଳତାରେ ଉଚ୍ଛ୍ବସିତ ବିହ୍ବଳ ହୋଇ ରାଜନେତାଙ୍କଠୁ ଆରମ୍ଭକରି ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମୁଖରୁ ପ୍ରଶଂସା ଓ ଅଭିନନ୍ଦନର ବାରିଧାରା ଲାଗି ରହିଛି। ଏଥର ସ୍ବର୍ଣ୍ଣ ବିଜେତା ନୀରଜଙ୍କ ସଫଳତା ଅଭୂତପୂର୍ବ ଓ ଅବର୍ଣ୍ଣନୀୟ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସେ ଦୀର୍ଘ ୧୨୧ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ମତ ରଖିଛନ୍ତି। ଭାରତ ଏବେ ନୀରଜଙ୍କ ପାଇଁ ଉଲ୍ଲସିତ ଓ ଉତ୍ସବମୁଖର।
ନୀରଜଙ୍କ ପ୍ରଦର୍ଶନ ଯୁଗଯୁଗ ଧରି ସମସ୍ତଙ୍କର ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇନ୍ତି। ସେହିପରି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ସେ ଫୋନ୍‌ କରି ଅଧିନାୟକ ମନପ୍ରୀତ ସିଂଙ୍କୁ ପେଟପୂରା ମନଭରା ଅଭିନନ୍ଦନ ବାଣୀ ଶୁଣାଇଥିଲେ ଓ ଟୁଇଟ୍‌ କରି ପ୍ରତ୍ୟେକ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହିପରି ଦେଶର ମନ୍ତ୍ରୀ, ନେତା, ବୁଦ୍ଧିଜୀବୀ ତଥା କ୍ରୀଡ଼ାପ୍ରେମୀଙ୍କ ଅଭିନନ୍ଦନର ସ୍ରୋତ ବହିଚାଲିଛି। ଅନେକ ରାଜ୍ୟ ସରକାର, ଅନୁଷ୍ଠାନ ଓ ମହଲ ପଦକ ବିଜେତାଙ୍କୁ ଆର୍ଥିକ ସାହାଯ୍ୟ ଓ ବଦାନ୍ୟତାର ହାତ ବଢ଼ାଇ ଅଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବିଜେତାଙ୍କୁ ବ୍ୟକ୍ତିଗତ ଅଭିନନ୍ଦନ ଜଣାଇ ଭାରତୀୟ ହକି ଦଳକୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଛନ୍ତି।
ପ୍ରଗତିର ଚଲାପଥରେ ଯେକୌଣସି ସଫଳତା ଏକ ଅଭିନନ୍ଦନୀୟ ବାର୍ତ୍ତାବହନ କରିଥାଏ। ଏଥିପାଇଁ ପ୍ରୋତ୍ସାହନ ଓ ପୁରସ୍କାର ଏକ ଜାତୀୟ କର୍ତ୍ତବ୍ୟ। ପୁରସ୍କାର ବିଜେତା ନିଶ୍ଚିତ ଭାବେ ଅଭିନନ୍ଦନ ଓ ପ୍ରୋତ୍ସାହନର ପାତ୍ର, ଯାହା ସେମାନଙ୍କର ପ୍ରାପ୍ୟ। କିନ୍ତୁ ମୁଷ୍ଟିମେୟ ସଫଳତାରେ ଆନନ୍ଦାତିଶଯ୍ୟ ଆବଶ୍ୟକତାଠାରୁ ଅଧିକ ହୋଇଯାଉଛି ଏବଂ ଅନେକ କ୍ଷେତ୍ରରେ ଏଥିରେ ରାଜନୈତିକ ଗନ୍ଧ ବାରିହୋଇ ପଡୁଛି। ଟୋକିଓ ଅଲିମ୍ପିକ୍ସରେ ଭାରତର ଯୋଗଦାନ ଏବଂ ଭାରତୀୟମାନଙ୍କ ସାମଗ୍ରିକ କ୍ରୀଡ଼ାନୈପୁଣ୍ୟ ନିରପେକ୍ଷ ଭାବେ ବିଚାରକଲେ ତାହା ସେତେଟା ଉତ୍ସାହଜନକ ନୁହେଁ। ନିରିଖେଇ ଦେଖିଲେ ଭାରତର ସାମୂହିକ କ୍ରୀଡ଼ା ପ୍ରଦର୍ଶନ ଏକ ପ୍ରକାର ନୈରାଶ୍ୟଜନକ କହିଲେ ବିଶେଷ ଭୁଲ ହେବ ନାହିଁ। ବିଶ୍ୱ ମାନଚିତ୍ରରେ ଭାରତ ଏକ ବିଶାଳ ଦେଶ। ଏହାର ଜନସଂଖ୍ୟା ଏକଶହ ଛତିଶ କୋଟି, ଯାହା ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ। କିନ୍ତୁ ସେଇ ଅନୁପାତରେ ଆମର ପଦକ ସଂଖ୍ୟା ନଗଣ୍ୟ। ଚାଇନାର ଲୋକସଂଖ୍ୟା ୧୩୯କୋଟି, କିନ୍ତୁ ଚାଇନା ଆମେରିକା ପରେ ଅଲିମ୍ପିକ୍ସ ସଫଳତାର ଶୀର୍ଷରେ ରହିଛି। ଚାଇନା ୩୮ସ୍ବର୍ଣ୍ଣ, ୩୧ଟି ରୌପ୍ୟ, ୧୮ଟି ବ୍ରୋଞ୍ଜ ଏହିପରି ମୋଟ ୮୭ଟି ପଦକ ପାଇଥିବା ବେଳେ ଆମେ ମାତ୍ର ୭ଟି ପଦକ ହାସଲ କରି ୪୮ସ୍ଥାନରେ ରହିଛୁ। ଏପରିକି ଅନେକ ଅନାମଧେୟ ଦେଶ ଯଥା ଇକ୍ୱେଡର, ଉଜ୍‌ବେକିସ୍ତାନ, ବାହାମାସ ୨ଟି ଲେଖାଏଁ ସ୍ବର୍ଣ୍ଣପଦକ ହାସଲ କରିସାରିଛନ୍ତି। ଆମେ ଅନ୍ୟ ପ୍ରଗତିଶୀଳ ଦେଶର ସଫଳତା ସହିତ ତୁଳନା କଲେ ମୁଣ୍ଡ ତଳକୁ ହୋଇ ଆସୁଛି। ଏହା ଅପ୍ରିୟ ସତ୍ୟକଥା ।
ଆମେ କେବଳ ନାହିଁ ମାମୁଠାରୁ କଣା ମାମୁ ବା ଶୂନଠାରୁ ସାମାନ୍ୟ ଭଲ ଭାବନାରେ ବନ୍ଧା ହୋଇ ରହିନାହୁଁ ତ? ନା ଆମର ଜାତୀୟ କ୍ରୀଡ଼ାନୀତି ଅଧିକ ଶକ୍ତିଶାଳୀ ବୈପ୍ଳବିକ ସଂସ୍କାର ଆବଶ୍ୟକ କରୁଛି?
ବୁଦ୍ଧେଶ୍ୱରୀ, ଭୁବନେଶ୍ୱର
ମୋ: ୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri