ଶୂନଠାରୁ ସାମାନ୍ୟ ଭଲ

ରାଧାମୋହନ ମହାପାତ୍ର

ଏବେ ପ୍ରାୟ ଏକ ମାସ ବା ତଦୂର୍ଦ୍ଧ୍ୱ କାଳ ହେବ ଜାତୀୟ ତଥା ଅନ୍ତର୍ଜାତୀୟ ଖବର ପରିବେଷଣ କ୍ଷେତ୍ରରେ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାର ବିଷୟବସ୍ତୁ ପାଠକଙ୍କ ଦୃଷ୍ଟି ଆକର୍ଷଣ କଲା। ଆସନ୍ତୁ ଭାରତର କ୍ରୀଡ଼ାନୈପୁଣ୍ୟ ଉପରେ ନଜର ପକାଇବା। ଭାରତକୁ ସ୍ବର୍ଣ୍ଣ ଏକ, ରୌପ୍ୟ ଦୁଇ, ବ୍ରୋଞ୍ଜ ଚାରଟି ପଦକ ଏହିପରି ସର୍ବମୋଟ ସାତଟି ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପ୍ରଥମେ ସ୍ବର୍ଣ୍ଣ ପଦକ ବିଜେତାଙ୍କ କଥା ବିଚାରକୁ ନିଆଯାଉ। ହରିୟାଣାର ୨୩ ବର୍ଷୀୟ ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣପଦକ ଅର୍ଜନ କରି ଭାରତୀୟ ଆଥଲେଟିକ୍ସର ‘ପୋଷ୍ଟର ବୟ’ ବନି ଯାଇଛନ୍ତି। ଅପରପକ୍ଷେ ୬୫ କିଲୋ ଓଜନ ବର୍ଗରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଆଥଲେଟ ସୁଲତାନା ରବି ମଧ୍ୟ କୁସ୍ତିରେ ରୌପ୍ୟପଦକ ହାସଲ କରିନେଲେ। ଭାରତ ପାଇଁ ସବୁଠାରୁ ସଂଘର୍ଷ ମ୍ୟାଚ ଥିଲା ହକି । ହକି ଭାରତର ଅନ୍ୟତମ ଜାତୀୟ ଖେଳ କହିଲେ ଭୁଲ ହେବ ନାହିଁ। ଦେଶବାସୀଙ୍କ ନଜର ଥିଲା ପୁରୁଷ ହକି ମ୍ୟାଚ ଉପରେ। ବ୍ରୋଞ୍ଜ ପଦକ ଲଢ଼େଇରେ ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଲା।
ଟୋକିଓରେ ଭାରତ ପଦକ ଜିତିବା ପରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସର୍ବାଧିକ ୬ଟି(୨ରୌପ୍ୟ ଓ ୪ ବ୍ରୋଞ୍ଜ) ପଦକ ମିଳିଥିଲା। କିନ୍ତୁ ଏଥର ଟୋକିଓରେ ୭ଟି ପଦକ ମିଳିଛି,ଯେଉଁଥିରେ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଭାରତର ଏହି ସଫଳତାରେ ଉଚ୍ଛ୍ବସିତ ବିହ୍ବଳ ହୋଇ ରାଜନେତାଙ୍କଠୁ ଆରମ୍ଭକରି ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମୁଖରୁ ପ୍ରଶଂସା ଓ ଅଭିନନ୍ଦନର ବାରିଧାରା ଲାଗି ରହିଛି। ଏଥର ସ୍ବର୍ଣ୍ଣ ବିଜେତା ନୀରଜଙ୍କ ସଫଳତା ଅଭୂତପୂର୍ବ ଓ ଅବର୍ଣ୍ଣନୀୟ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସେ ଦୀର୍ଘ ୧୨୧ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ମତ ରଖିଛନ୍ତି। ଭାରତ ଏବେ ନୀରଜଙ୍କ ପାଇଁ ଉଲ୍ଲସିତ ଓ ଉତ୍ସବମୁଖର।
ନୀରଜଙ୍କ ପ୍ରଦର୍ଶନ ଯୁଗଯୁଗ ଧରି ସମସ୍ତଙ୍କର ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇନ୍ତି। ସେହିପରି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ସେ ଫୋନ୍‌ କରି ଅଧିନାୟକ ମନପ୍ରୀତ ସିଂଙ୍କୁ ପେଟପୂରା ମନଭରା ଅଭିନନ୍ଦନ ବାଣୀ ଶୁଣାଇଥିଲେ ଓ ଟୁଇଟ୍‌ କରି ପ୍ରତ୍ୟେକ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହିପରି ଦେଶର ମନ୍ତ୍ରୀ, ନେତା, ବୁଦ୍ଧିଜୀବୀ ତଥା କ୍ରୀଡ଼ାପ୍ରେମୀଙ୍କ ଅଭିନନ୍ଦନର ସ୍ରୋତ ବହିଚାଲିଛି। ଅନେକ ରାଜ୍ୟ ସରକାର, ଅନୁଷ୍ଠାନ ଓ ମହଲ ପଦକ ବିଜେତାଙ୍କୁ ଆର୍ଥିକ ସାହାଯ୍ୟ ଓ ବଦାନ୍ୟତାର ହାତ ବଢ଼ାଇ ଅଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବିଜେତାଙ୍କୁ ବ୍ୟକ୍ତିଗତ ଅଭିନନ୍ଦନ ଜଣାଇ ଭାରତୀୟ ହକି ଦଳକୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଛନ୍ତି।
ପ୍ରଗତିର ଚଲାପଥରେ ଯେକୌଣସି ସଫଳତା ଏକ ଅଭିନନ୍ଦନୀୟ ବାର୍ତ୍ତାବହନ କରିଥାଏ। ଏଥିପାଇଁ ପ୍ରୋତ୍ସାହନ ଓ ପୁରସ୍କାର ଏକ ଜାତୀୟ କର୍ତ୍ତବ୍ୟ। ପୁରସ୍କାର ବିଜେତା ନିଶ୍ଚିତ ଭାବେ ଅଭିନନ୍ଦନ ଓ ପ୍ରୋତ୍ସାହନର ପାତ୍ର, ଯାହା ସେମାନଙ୍କର ପ୍ରାପ୍ୟ। କିନ୍ତୁ ମୁଷ୍ଟିମେୟ ସଫଳତାରେ ଆନନ୍ଦାତିଶଯ୍ୟ ଆବଶ୍ୟକତାଠାରୁ ଅଧିକ ହୋଇଯାଉଛି ଏବଂ ଅନେକ କ୍ଷେତ୍ରରେ ଏଥିରେ ରାଜନୈତିକ ଗନ୍ଧ ବାରିହୋଇ ପଡୁଛି। ଟୋକିଓ ଅଲିମ୍ପିକ୍ସରେ ଭାରତର ଯୋଗଦାନ ଏବଂ ଭାରତୀୟମାନଙ୍କ ସାମଗ୍ରିକ କ୍ରୀଡ଼ାନୈପୁଣ୍ୟ ନିରପେକ୍ଷ ଭାବେ ବିଚାରକଲେ ତାହା ସେତେଟା ଉତ୍ସାହଜନକ ନୁହେଁ। ନିରିଖେଇ ଦେଖିଲେ ଭାରତର ସାମୂହିକ କ୍ରୀଡ଼ା ପ୍ରଦର୍ଶନ ଏକ ପ୍ରକାର ନୈରାଶ୍ୟଜନକ କହିଲେ ବିଶେଷ ଭୁଲ ହେବ ନାହିଁ। ବିଶ୍ୱ ମାନଚିତ୍ରରେ ଭାରତ ଏକ ବିଶାଳ ଦେଶ। ଏହାର ଜନସଂଖ୍ୟା ଏକଶହ ଛତିଶ କୋଟି, ଯାହା ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ। କିନ୍ତୁ ସେଇ ଅନୁପାତରେ ଆମର ପଦକ ସଂଖ୍ୟା ନଗଣ୍ୟ। ଚାଇନାର ଲୋକସଂଖ୍ୟା ୧୩୯କୋଟି, କିନ୍ତୁ ଚାଇନା ଆମେରିକା ପରେ ଅଲିମ୍ପିକ୍ସ ସଫଳତାର ଶୀର୍ଷରେ ରହିଛି। ଚାଇନା ୩୮ସ୍ବର୍ଣ୍ଣ, ୩୧ଟି ରୌପ୍ୟ, ୧୮ଟି ବ୍ରୋଞ୍ଜ ଏହିପରି ମୋଟ ୮୭ଟି ପଦକ ପାଇଥିବା ବେଳେ ଆମେ ମାତ୍ର ୭ଟି ପଦକ ହାସଲ କରି ୪୮ସ୍ଥାନରେ ରହିଛୁ। ଏପରିକି ଅନେକ ଅନାମଧେୟ ଦେଶ ଯଥା ଇକ୍ୱେଡର, ଉଜ୍‌ବେକିସ୍ତାନ, ବାହାମାସ ୨ଟି ଲେଖାଏଁ ସ୍ବର୍ଣ୍ଣପଦକ ହାସଲ କରିସାରିଛନ୍ତି। ଆମେ ଅନ୍ୟ ପ୍ରଗତିଶୀଳ ଦେଶର ସଫଳତା ସହିତ ତୁଳନା କଲେ ମୁଣ୍ଡ ତଳକୁ ହୋଇ ଆସୁଛି। ଏହା ଅପ୍ରିୟ ସତ୍ୟକଥା ।
ଆମେ କେବଳ ନାହିଁ ମାମୁଠାରୁ କଣା ମାମୁ ବା ଶୂନଠାରୁ ସାମାନ୍ୟ ଭଲ ଭାବନାରେ ବନ୍ଧା ହୋଇ ରହିନାହୁଁ ତ? ନା ଆମର ଜାତୀୟ କ୍ରୀଡ଼ାନୀତି ଅଧିକ ଶକ୍ତିଶାଳୀ ବୈପ୍ଳବିକ ସଂସ୍କାର ଆବଶ୍ୟକ କରୁଛି?
ବୁଦ୍ଧେଶ୍ୱରୀ, ଭୁବନେଶ୍ୱର
ମୋ: ୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri