ଗଞ୍ଜେଇ ଚାଲାଣରେ ସ୍ଲିପର ସେଲ୍‌

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟ ସକ୍ରିୟ ରହିଛି। ପୋଲିସ ଯେତେ ନୂଆ ରଣନୀତି ଆପଣାଇଲେ ମଧ୍ୟ ଚୋରା ଚାଲାଣକୁ ବନ୍ଦ କରିପାରୁନି। ବ୍ରାଉନସୁଗାର ପରେ ଗଞ୍ଜେଇ ଚାଲାଣ ରୋକିବା ପାଇଁ କିଛିଦିନ ହେବ କମିଶନରେଟ୍‌ ପୋଲିସ, କ୍ରାଇମବ୍ରାଞ୍ଚ ଓ ଆର୍‌ପିଏଫ୍‌ ତତ୍ପରତା ପ୍ରକାଶ କରିଛି। କଡ଼ା ନଜର ରଖିବା ସହ ଯାଞ୍ଚ ଓ ଚଢ଼ାଉକୁ କଡ଼ାକଡ଼ି କରିଛି। ହେଲେ ସ୍ଲିପର ସେଲ୍‌ରେ ର଼୍ୟାକେଟ ଚାଲୁଥିବାରୁ ନିଶା ମାଫିଆଙ୍କ ପାଖରେ ପହଞ୍ଚତ୍ପାରୁନି। ମାଷ୍ଟରମାଇଣ୍ଡ୍‌ ସୁରକ୍ଷିତ ସ୍ଥାନରେ ରହି ଆତଙ୍କବାଦୀ ଓ ଅଣ୍ଡରଓ୍ବାଲର୍‌ଡ ଡନ୍‌ଙ୍କ ଭଳି ପୂରା ର଼୍ୟାକେଟକୁ କଣ୍ଟ୍ରୋଲ କରୁଥିବାରୁ ଓଡ଼ିଶା ପ୍ରତି ଡ୍ରଗ୍ସ ବିପଦ ମାଡ଼ି ଆସୁଥିବା ଆଶଙ୍କା କରାଯାଉଛି।

ସ୍ଲିପର ସେଲ୍‌ ହେଉଛି ର଼୍ୟାକେଟର ଏକ ଗୋଷ୍ଠୀ, ଯେଉଁମାନେ କେବଳ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରନ୍ତି। ଏମାନଙ୍କୁ ସାଧାରଣତଃ ଏଜେଣ୍ଟ ବା ବାହକ ବୋଲି କୁହାଯାଇଥାଏ। ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ପୁରୁଷମାନେ ସମ୍ପୃକ୍ତ ରହୁଥିବାବେଳେ ଏବେ ଅଧିକାଂଶ ମହିଳା ଓ ନାବାଳକ ଧରାପଡୁଛନ୍ତି। ଏମାନଙ୍କୁ ଜଣା ନ ଥାଏ କିଏ ତାଙ୍କ ମାଲିକ, କାହାପାଇଁ ସେମାନେ କାମ କରୁଛନ୍ତି। କେବଳ ଟଙ୍କା ବଦଳରେ ସେମାନେ ମାଲ୍‌ ଗୋଟିଏ ସ୍ଥାନରୁ ନେଇ ଠିକଣା ସ୍ଥାନରେ ପହଞ୍ଚାଇଥାନ୍ତି। ଅଜଣା ବ୍ୟକ୍ତି କିମ୍ବା ଫୋନ୍‌ ମାଧ୍ୟମରେ ଏସବୁ କିଛି ଡିଲ୍‌ ହୋଇଥାଏ। ଇତିମଧ୍ୟରେ ଚାଲାଣବେଳେ ଧରାପଡି ବହୁ ଏଜେଣ୍ଟ ବା ବାହକ ଗିରଫ ହୋଇଛନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ମାସକ ମଧ୍ୟରେ ୭ ଚୋରା ଚାଲାଣକୁ ରୋକିଛି ଆର୍‌ପିଏଫ୍‌ ଓ ଜିଆର୍‌ପି। ଷ୍ଟେଶନର ଅଲ୍‌ଟ୍ରା ସୋନିକ୍‌ ବ୍ୟାଗେଜ୍‌ ସ୍କାନର ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୫୫୦ କେଜି ଗଞ୍ଜେଇ ଧରିଛି। ମହିଳା ଓ ନାବାଳକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଗିରଫ ହୋଇଛନ୍ତି। ତେବେ ପଚରାଉଚରାବେଳେ ଜଣେ ଅଭିଯୁକ୍ତ କହିଥିଲେ, ମାଲ୍‌ ପହଞ୍ଚାଇବା ପାଇଁ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। କିଛି ଅଗ୍ରିମ ଦିଆଯାଇଥିଲା। ତେବେ ତାଙ୍କ ସହ ଏହି ଡିଲ୍‌ କରିଥିବା ବ୍ୟକ୍ତି ଓ ଗଞ୍ଜେଇ ଧରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଥିଲେ। ସେହିପରି ଅନ୍ୟଜଣେ ଅଭିଯୁକ୍ତ କହିଥିଲେ, କେଜି ପିଛା ୧ ହଜାର ଟଙ୍କାରେ ଠିକଣା ସ୍ଥାନରେ ଗଞ୍ଜେଇ ପହଞ୍ଚାଇଥାନ୍ତି। ହେଲେ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଓ ଅନ୍ୟମାନଙ୍କ ସମ୍ପର୍କରେ ସେ କିଛି ଜାଣିନାହାନ୍ତି।

ଚୋରା ଚାଲାଣର ରଣକୌଶଳ
ଗଞ୍ଜେଇ ର଼୍ୟାକେଟର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ କହିବା ମୁତାବକ, ମାଫିଆମାନେ ଏମିତି ପ୍ୟାକ୍‌ କରୁଛନ୍ତି ଯେ ବେଳେବେଳେ ସ୍କାନିଂ ସମୟରେ ଡ୍ରଗ୍ସ ଧରାପଡୁନି। ଅନେକେ ମଧ୍ୟ ଅଜାଣାରେ ଖସି ଯାଉଛନ୍ତି। ବସ୍ତା କିମ୍ବା ବ୍ୟାଗ୍‌ରେ ଗଞ୍ଜେଇ ରଖି ଅଭିନବ ଉପାୟରେ ଟ୍ରେନ୍‌ରେ ପାର୍ସଲ କରାଯାଉଛି। ଚାଲାଣକାରୀମାନେ ଦାମୀ ପୋଷାକ ପିନ୍ଧି ହାତରେ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ନେଉଥିବାବେଳେ ଧରାପଡ଼ିଛନ୍ତି। ପର୍ଯ୍ୟଟକ ପରିଚୟରେ ଯାତ୍ରା କରୁଥିବା ଲୋକଙ୍କ ବ୍ୟାଗ୍‌ରୁ ଗଞ୍ଜେଇ ମିଳିଛି। ଅଧିକାଂଶ ଗଞ୍ଜେଇ କୋରାପୁଟ୍‌ରୁ ହିଁ ଆସୁଛି। ବସ୍‌ ଯୋଗେ ଏଜେଣ୍ଟ ଭୁବନେଶ୍ୱରରେ ପହଞ୍ଚୁଛନ୍ତି। ପୂର୍ବରୁ ବୁକ୍‌ ହୋଇଥିବା ହୋଟେଲ୍‌ରେ ରହି ଏଠାରୁ ଟ୍ରେନ୍‌ ଓ ବସ୍‌ରେ ବାହାର ରାଜ୍ୟକୁ ଗଞ୍ଜେଇ ନେଇଯାଉଛନ୍ତି। ପୋଲିସ ଟାର୍ଗେଟ କଲେ ମାଫିଆମାନେ ସେମାନଙ୍କ ରଣକୌଶଳ ବଦଳାଉଛନ୍ତି। କୋରିଅରରେ ମଧ୍ୟ କାଜୁ ବା ଅନ୍ୟ ଖାଦ୍ୟ ସାମଗ୍ରୀ ନାଁରେ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri