Posted inଫୁରସତ

ଶୋଇବେ ମହୁମାଛିର ଗୁଣୁଗୁଣୁ ଶବ୍ଦ ଶୁଣି

ଆଖପାଖରେ ଯଦି କିଛି ମହୁମାଛି ଗୁଣୁ ଗୁଣୁ କରି ଉଡି ବୁଲନ୍ତି, ତେବେ ଭାରି ଡର ଲାଗେ। ହେଲେ ଇଟାଲୀର ଦକ୍ଷିଣଭାଗରେ ଥିବା ଗ୍ରୋଟୋଲ ଗାଁର ରୋକୋ ଫିଲୋମେନୋ ତିଆରି କରିଛନ୍ତି ପୃଥିବୀର ପ୍ରଥମ ଏମିତି ଏକ ମହୁମାଛି ଫାର୍ମ, ଯେଉଁଠାରେ ଅତିଥିଙ୍କୁ ଲକ୍ଷ ଲକ୍ଷ ମହୁମାଛିଙ୍କ ଗୁଣୁ ଗୁଣୁ ଶବ୍ଦ ଭିତରେ ଶୋଇବାର ସୁଯୋଗ ଦିଆଯାଉଛି। ଉକ୍ତ ଫାର୍ମକୁ ଡିଜାଇନ୍‌ କରିଛନ୍ତି ଡେଭିଡ ଟାଗଲିଆବୁ। ୧ ମିଲିୟନ ମହୁମାଛି ରହୁଥିବା ଏକ ମହୁଫେଣା ଚାରିପଟେ ତିଆରି ହୋଇଛି କାଠରେ ତିଆରି ଏହି ଫାର୍ମ। ଖର୍ଚ୍ଚ ହୋଇଛି ୧୭୦୦୦ ଡଲାର। ମହୁମାଛିଙ୍କ ଶବ୍ଦ ଓ ସୁଗନ୍ଧ ଭିତରେ ଶୋଇଲେ ବି’ ଥେରାପୀର ଅନୁଭୂତି ମଳିଥାଏ। ଶୋଇବାବେଳେ ସିଲିଂରେ ଦେଖିହୁଏ ଏକ ସ୍ବତନ୍ତ୍ରଧରଣର ବକ୍ସ, ଯାହା ଭିତରେ ମହୁମାଛିମାନେ ମହୁ ଜମା କରିବା, ବସା ବାନ୍ଧିବାରେ ବ୍ୟସ୍ତ ଥିବା ଦେଖିହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri