Posted inଖେଳ

ଚାଣ୍ଡିମଲଙ୍କ ଅପରାଜିତ ଶତକ: ୬୭ ରନ୍‌ରେ ଶ୍ରୀଲଙ୍କା ଆଗୁଆ

ଗାଲେ,୧୦ା୭ : ଗାଲେରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬୭ ରନ୍‌ର ଆଗରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୪ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ପକ୍ଷରୁ ପୂର୍ବତନ ଉଇକେଟ୍‌କିପର ଦୀନେଶ ଚାଣ୍ଡିମଲ ଅପରାଜିତ ଶତକ ହାସଲ କରିଥିବା ବେଳେ ଆଞ୍ଜେଲୋ ମାଥ୍ୟୁସ୍‌ ଏବଂ କାମିନ୍ଦୁ ମେଣ୍ଡିସ୍‌ ଅର୍ଦ୍ଧଶତକ କରିଥିଲେ। ଚାଣ୍ଡିମଲ ଅପରାଜିତ ୧୧୮ ରନ୍‌ କରିଥିବା ବେଳେ ମାଥ୍ୟୁସ୍‌ (୫୨) ଓ ଡେବ୍ୟୁଟାଣ୍ଟ କାମିନ୍ଦୁ(୬୧) ତାଙ୍କୁ ସହଯୋଗ କରିଥିଲେ। ୨୩୨ ବଲ୍‌ ଖେଳିଥିବା ଚାଣ୍ଡିମଲ୍‌ ୯ଟି ଚୌକା ଓ ୧ ଛକା ସହିତ ୧୧୮ ରନ୍‌ରେ ବ୍ୟାଟିଂ କରୁଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୮୪/୨ରୁ ଖେଳ ଆରମ୍ଭ କରିଥିଲା ଶ୍ରୀଲଙ୍କା। ଅପରାଜିତ ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ୍‌ ପୂର୍ବଦିନର ସ୍କୋରରେ ମାତ୍ର ୧ ରନ୍‌ ଯୋଡ଼ି ନାଥନ ଲିୟନ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ଆଞ୍ଜେଲୋ ମାଥ୍ୟୁସଙ୍କ ସହ ଯୋଗଦେଇ ଇନିଂସ ଆଗକୁ ବଢ଼ାଇଥିଲେ ଚାଣ୍ଡିମଲ। ଦଳୀୟ ସ୍କୋର ୨୬୯ ରନ୍‌ରେ ନିର୍ଭରଯୋଗ୍ୟ ମାଥ୍ୟୁସ ପ୍ୟାଭିଲିୟନ୍‌ ଫେରିଥିଲେ। ୧୧୭ ବଲ୍‌ ଖେଳି ମାଥ୍ୟୁସ୍‌ ୪ ଚୌକା ସହିତ ୫୨ ରନ୍‌ କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ। ତେବେ ପଦାର୍ପଣକାରୀ କାମିନ୍ଦୁ ୬୧ ରନ୍‌ର ଇନିଂସ ଖେଳିଥିବା ବେଳେ ଉଇକେଟ୍‌ କିପର ନିରୋଶାନ ଡିକ୍‌ଓ୍ବେଲା ମାତ୍ର ୫ ରନ୍‌ କରି ଲିୟନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତେବେ ରମେଶ ମେଣ୍ଡିସ୍‌(୭)ଙ୍କ ସହ ଶେଷ ପର୍ଯ୍ୟନ୍ତ ଚାଣ୍ଡିମଲ୍‌ ବ୍ୟାଟିଂ କରିଥିଲେ । ତୃତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୪୩୧ ରନ୍‌ କରିଛି। ଫଳରେ ଦଳ ୬୭ ରନ୍‌ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ, ନାଥନ୍‌ ଲିୟନ୍‌ ଏବଂ ମିଚେଲ୍‌ ସ୍ବେପ୍‌ସନ ଦୁଇଟି ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri